ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

61 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାର ନିର୍ବାଚନ ଓ ରାଜସ୍ବ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ର କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି l ସେ ଏହି ପରିପ୍ରେକ୍ଷୀରେ ଉଲୁଣ୍ଡା 5T ଉଚ୍ଚବିଦ୍ୟାଳୟ ସହ ଉଦେପଦର ଓ ନାଏକପଡା ସ୍କୁଲ ସ୍ଥିତ ବୁଥ୍ ଗୁଡିକର ପରିଦର୍ଶନ କରିଥିଲେ l ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ଏ ବି ଡି ଓ ଉଲୁଣ୍ଡା ଶୁଭ୍ରାଂଶୁ ମଲ୍ଲିକ, ବି ଏସ ଏସ ଓ କ୍ଷୀରୋଦ୍ର ଭୂଷଣ ରାଏ ସମେତ ସୁପରଭାଇଜର, ବି ଏଲ ଓ ଓ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଡ଼ଃ ଦଳେଇ ଉପସ୍ଥିତ ଅଧିକାରୀଙ୍କ ସହ ସ୍କୁଲ ର ଭିତ୍ତି ଭୂମି, ଶିକ୍ଷାଦାନ ତଥା ଶିକ୍ଷାର ଗୁଣାତ୍ମକ ମାନ ଓ ଅନୁଷ୍ଠାନ ର ବାର୍ଷିକ ଫଳା ଫଳ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି l

ପରେ ପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ରାଜନୈତିକ ଦଳର ନେତା /ପ୍ରତିନିଧି ଙ୍କ ସହ ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ ର ସ୍ଥିତି ଓ ଅଗ୍ରଗତି ଓ ଆଧାର ସଂଯୋଗୀ କରଣ ଉପରେ ବିଶେଷ ଆଲୋଚନା କରି ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ କୁ ଶତ ପ୍ରତିଶତ ସଫଳ କରିବାରେ ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ଆନ୍ତରିକ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି l ଏହି ଆଲୋଚନା ବୈଠକରେ ବି ଜେ ଡି ଦଳ ରୁ କଇଁରୁ ସ୍ୱାଇଁ, ବି ଜେ ପି ଦଳ ରୁ ସୁଶାନ୍ତ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ଦଳ ରୁ ଶେଷଦେବ ମେହେର, ଏସ ୟୁ ସି ଆଇ ରୁ ଗୋବିନ୍ଦ ମହାରଣା, ବି ଏସ ପି ରୁ ଅନିଲ କୁମାର ତାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ l ତତ୍ପରେ ଜିଲ୍ଲାର ରାଜସ୍ବ ବିଭାଗ ସମ୍ୱନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ର କାର୍ଯ୍ୟକାରୀତା ଉପରେ ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ସମୀକ୍ଷା କରିଥିଲେ l

ସମୀକ୍ଷା ବୈଠକରେ ସେ ଉପସ୍ଥିତ ରାଜସ୍ବ ଅଧିକାରୀଙ୍କୁ ବିଭାଗୀୟ କାର୍ଯ୍ୟକ୍ରମ ଗୁଡିକୁ ସରକାରଙ୍କ ନିର୍ଦେଶ ମୁତାବକ ସମୟ ଅବଧିରେ ସମ୍ପୂର୍ଣ୍ଣ କରିବା, ସରକାରଙ୍କ ବିଭିନ୍ନ ବିଭାଗୀୟ ଅଦେଶାନାମା କୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ତଥା ବିଭିନ୍ନ ତଥ୍ୟ ପ୍ରଦାନ କୁ ସମୟ ମଧ୍ୟରେ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି l ସେ ଏହି ଅବସରରେ ରାଜସ୍ବ ବିଭାଗ ତରଫରୁ କାର୍ଯ୍ୟକାରୀ ମ୍ୟୁଟେସନ କେସ , ହାଇଟେକ ସର୍ଭେ, ବେ- ବନ୍ଦୋବସ୍ତ ବ୍ୟବସ୍ଥା ତଥା ନୂତନ ନିର୍ମାଣ ହେବାକୁ ଥିବା ଆର ଆଇ କାର୍ଯ୍ୟାଳୟ, ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୁଡିକର ସ୍ଥିତି ଓ ଅଗ୍ରଗତି ଉପରେ ପଚାରି ବୁଝିବା ସହ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି l

ରାଜସ୍ବ ଆୟୁକ୍ତ ଙ୍କ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ଡେପୁଟି କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା, ଅଭିଳାଷ ପୁରୋହିତ, ଶ୍ରୀମତୀ ଯଶସ୍ୱିନୀ ପୃଥାଲ, ସମେତ ସମସ୍ତ ତହସିଲଦାର, ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

 

Related Post

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ମୋବାଇଲ ସ୍କୁଲ ଏଟ ୟୋର ଲୋକାଲିଟି ଭ୍ୟାନ ଲୋକାର୍ପିତ

Posted by - February 8, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗତ ତିନି ବର୍ଷ ଧରି ମହାମାରୀ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ଏହି ସମୟରେ ଶିକ୍ଷା ଗ୍ରହଣ ପାଇଁ ପିଲାମାନେ ମୋବାଇଲରେ…

ଲାଠୋର ରେଞ୍ଜ ଅଞ୍ଚଳରେ ଜଙ୍ଗଲି ହାତୀ ପ୍ରବେଶ , ହାତୀ ଙ୍କୁ ସୁରକ୍ଷିତ ଘଉଡ଼ାଇବା ପାଇଁ ବାନକର୍ମଚରି ଙ୍କ ଉଦ୍ୟମ

Posted by - October 22, 2022 0
ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ସ୍ଥାନୀୟ ରେ ଜଙ୍ଗଲି ହାତୀ ପ୍ରବେଶ କରିଥିବା ଜଣାପଡିଛି ।…

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ପାଇଁ ସରପଞ୍ଚ ଓ ଜିଲ୍ଲାପାଳଙ୍କ ବୈଠକ

Posted by - June 6, 2022 0
ସୋନପୁର:(ଅଜିତ କୁମାର ପୂଜହାରୀ) ଡୁଙ୍ଗୁରିପାଲି ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ବ୍ଲକ ସଭା ଗୃହ ଠାରେ ଶିଶୁ ସୁରକ୍ଷା ଓ…

ବିପର୍ଯୟ ପ୍ରଶମନ ତାଲିମ ଶିବିର ଅନୁଷ୍ଠିତ

Posted by - April 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅଧିନସ୍ଥ ସରସରା ଗ୍ରାମ ପୋଖରୀରେ ରାଷ୍ଟ୍ରୀୟ ବିପର୍ଯୟ ପ୍ରଶମନ ଦଳ, ମୁଣ୍ଡଳୀ, କଟକ ଓଡ୍ରାଫ ଟିମ, ବୌଦ୍ଧ, ଅଗ୍ନିଶମ ସେବା…

୪୩ ବିଭିନ୍ନ ପ୍ରକଳ୍ପ ସାଂସଦ ପାଣ୍ଠି ର କାର୍ଯ୍ୟର୍ଦ୍ଧେଶ ବଣ୍ଟନ

Posted by - December 30, 2021 0
ବଙ୍ଗୋମୁଣ୍ଡା;(ଅଭିମନ୍ୟୁ ବହିଦାର)ବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ବିଭିନ୍ନ ଗାଁର ଉନ୍ନୟନମୁଳ କାର୍ଯ୍ୟ ପାଇଁ ୪୩ ବିଭିନ୍ନ ପ୍ରକଳ୍ପ ସାଂସଦ ପାଣ୍ଠିର କାର୍ଯ୍ୟ ଦେଶ…