Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ସର୍ବଭାରତୀୟ ଭର୍ସାଟାଇଲ୍ କପ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ଙ୍କ କମାଲ

89 0

ନର୍ଲା:(ଅମିୟ କୁମାର ଦାସ )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ତପନ ଗଉଡ ଗୁଜରାଟର ଜାମନଗରରେ ଆୟୋଜିତ ସର୍ବଭାରତୀୟ ଦ୍ବିତୀୟ ଭର୍ସାଟାଇଲ୍ କପ୍ ଓପନ୍ କରାଟେ ଚାମ୍ପିଅନସିପରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଭର୍ସାଟାଇଲ୍ ୟୁଥ୍ ସଟକନ କରାଟେ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ସେ ଭାଗନେଇ ଦ୍ବିତୀୟ ସ୍ଥାନ ହାସଲ କରିବା ସହ ସିଲଭର ମେଡାଲ ପ୍ରାପ୍ତ କରିଛନ୍ତି। ୨୪ ବର୍ଷିୟ ତପନ ଗଉଡ଼ ବୁଢ଼ୀପଦର ଗ୍ରାମର ସଞ୍ଜୁ ଗଉଡ଼ ଓ ଭୁରି ଗଉଡ଼ଙ୍କ ସୁପୁତ୍ର ଅଟନ୍ତି।

ସେ ବର୍ତ୍ତମାନ ରାଜକୋଟର ଇନୋଭେଟିଭ୍ ଇଣ୍ଟରନେସନାଲ୍ କଲେଜ ଏବଂ ରାଜକୋଟ ଏମଏସବି ସ୍କୁଲର କରାଟେ କୋଚ୍ ଭାବେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଜଣେ ଉଚ୍ଚାକାଂକ୍ଷୀ ଓ କଠୋର ପରିଶ୍ରମୀ ଯୁବକ ତପନ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଗ୍ରାମାଞ୍ଚଳରୁ ଯାଇ ଗୁଜରାଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଲ୍ ଗୁଜରାଟ ମାର୍ଶାଲ ଆର୍ଟ ଏକାଡେମୀରେ ଶିକ୍ଷା ପ୍ରାପ୍ତ ଶ୍ରୀ ଗଉଡ଼ ପୂର୍ବରୁ ଅନେକ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ତେବେ କୋଚ୍ ହରେଶ ତ୍ରିବେଦୀଙ୍କ ତତ୍ତ୍ୱାବଧାନରେ ସର୍ବଭାରତୀୟ ଦ୍ବିତୀୟ ଭର୍ସାଟାଇଲ୍ କପ୍ କରାଟେ ଚମ୍ପିୟନସିପରେ ଦ୍ବିତୀୟ ସ୍ଥାନ ଅଧିକାର କରି ସେ ସାରା ଓଡ଼ିଶା ତଥା କଳାହାଣ୍ଡି ପାଇଁ ଗୌରବ ଆଣିଦେଇଛନ୍ତି।

ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ କରାଟେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ତାଙ୍କର ଏହି ସଫଳତାରେ ଜନ୍ମମାଟି ବୁଢ଼ୀପଦର ସହ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ତପନ ଏହି ସଫଳତାର ଶ୍ରେୟ ନିଜ ଜନ୍ମମାଟି, ପିତାମାତା ଓ କୋଚଙ୍କୁ ଦେଇଛନ୍ତି। ଯଦି ଓଡ଼ିଶାର କୌଣସି ସ୍କୁଲରେ ସୁଯୋଗ ମିଳେ, ତେବେ ସେ ନିଶ୍ଚୟ ଗୁଜରାଟରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କହିଛନ୍ତି ତପନ। ତାଙ୍କର ଏହି ସଫଳତାର ଖବର ପ୍ରଚାରିତ ହେବାପରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡ଼ାମାଝୀ, ମିଡିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡ଼ାମାଝୀ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ଼, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶତ୍ରୁଘନ ଧଙ୍ଗଡ଼ାମାଝୀଙ୍କ ସମେତ ଜିଲ୍ଲାର ଅନେକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି

Related Post

ଦ୍ଵିତୀୟ ବାବୁ ଦା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ

Posted by - February 9, 2022 0
ଟିଟିଲାଗଡ;(ସଞ୍ଜୟ କୁମାର ନାୟକ)ଦ୍ଵିତୀୟ ବାବୁଦା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ଟାଉନଫିଲ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି, ପ୍ରଥମେ ଆୟୋଜକ କମିଟି ପକ୍ଷରୁ ମାଁ ଘଣ୍ଟାଶୁଣି ମନ୍ଦିରଠାରୁ ଏକ…

ଫ୍ରେଣ୍ଡସିଫ୍ କ୍ଲବ୍ ର ବିଭିନ୍ନ ଶାଖାରେ ଯୋଗଦିବସ  ପାଳନ

Posted by - June 21, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)କୋରୋନା କଟକଣା ମଧ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ…

ଗ୍ରୀନ ଏସୋସିଏସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Posted by - December 1, 2022 0
ସମ୍ବଲପୁର: ୩୦/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରାମାପଡା ଖେଲ ପଡିଆ ଠାରେ ଆଜି ଚତୁର୍ଥ ଗ୍ରୀନ ଏସୋସିଏସନ ଆଣ୍ଡ ଚାରିଟେବୁଲ ମେମୋରିଆଲ କ୍ରିକେଟ କପ…

ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ପରିସରରେ ୩ୟ ଟେବୁଲଟେନିସ ପ୍ରିିମିୟର ଲିଗ୍

Posted by - November 28, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ପରିସରରେ ୩ୟ ଟେବୁଲଟେନିସ ପ୍ରିିମିୟର ଲିଗ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି…

ବିଏମଏସଏସ କପ ଉଦଯାପିତ

Posted by - January 2, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ପଂଚାୟତ ଝାଡଙ୍ଗା ବିଏମଏସଏସ କ୍ଲବ ପକ୍ଷରୁ ସାଧୁ ଗୋସେଇଁ ଖେଳ ପଡିଆରେ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗୀତାର ପାଂଇନାଲ ମ୍ୟାଚରେ ଭଦ୍ରକର ୟୁନିକ୍ କ୍ଲବ ଓ ଯାଜପୁରର ଇଲେଭେନ ଷ୍ଟାର ମଧ୍ୟରେ ହୋଇଥିଲା ଏଥିରେ ଯାଜପୁର ଇଲେଭେନ ଷ୍ଟାର ଦଳ ଚାମ୍ପିଆନ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର, ସ୍ଥାନୀୟ ସରପଂଚ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।