ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ,କର୍ମୀଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା,ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ,ସୁପରଭାଇଜର ପଦବୀ କୁ ପଦୋନ୍ନତି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦାବୀ କରି ଆଜି ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଛି ।
ଆସୋସିଏସନର ଶତାଧିକ ସଦସ୍ୟା କିଆନାଳି ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳ ଅପିଂସ ନିକଟରେ ପହିଂଚି ଥିଲେ । ବାରମ୍ବାର ଏଭଳି ଦାବୀ କରାଯାଇ ଆସୁଥିଲେ ହେଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଥିଲେ । ଆଗାମୀ ଦିନରେ ଦାବୀ ପୁରଣ ନହେଲେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି ।
You have to realize 1 or 2 things to do as protection methods while playing online.