ମାଟିଖାଇ ଛକ ରୁ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

94 0

ଖପ୍ରାଖୋଲ: ୨୦/୧୧ ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ଥାନା ମାଟିଖାଇ ଛକ ଠାରୁ ପୋଲିସ ଚଢ଼ଉ କରି ପାଞ୍ଚ ଜଣ ଦାଦନ ଶ୍ରମିକଙ୍କୁ ରବିବାର ସକାଳେ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ମାଟିଖାଇ ଗାଁ ର କିଛି ଶ୍ରମିକ ଦାଦନ ଯାଉଥିବା ଖବର ପାଇ ଏକ ଯାତ୍ରୀ ବାହି ବସ ଉପରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା।

ଉଦ୍ଧାର ଶ୍ରମିକ ମାନେ ଗମ୍ଭାରୀ ପଞ୍ଚାୟତ ମାଟିଖାଇ ଗାଁ ର ବୋଲି ଜଣା ଯାଇଥିବା ବେଳେ ଶ୍ରମିକ ମାନଙ୍କୁ ବଲାଙ୍ଗିର ନେଇ ରେଳ ଯୋଗେ ତାମିଲନାଡୁ ଚାଲାଣ କରାଯାଇଥାନ୍ତା ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧୯୪/୨୨ ରେ ଏକ ମାମଲା ରୁଜୁ କରି ଉଦ୍ଧାର ୩ ପୁରୁଷ ୨ ମହିଳା ଏବଂ ୩ ନାବାଳିକା ଙ୍କୁ ନିଜ ଗାଁ କୁ ପଠେଇ ଦିଆଯାଇଥିବା ବେଳେ ଦାଦନ ଦଲାଲ ଅଜିତ ସୁନା (୨୫) ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related Post

ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ବନ୍ଧୁକ ମୁନରେ ଅପହରଣ ଓ ଆକ୍ରମଣ ଅଭିଯୋଗ

Posted by - May 27, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁରୀ ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଯୋଯୋଙ୍କୁ ଆକ୍ରମଣ ଓ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ | ୨ଜଣ ବ୍ଯକ୍ତି ପଲସର ମାଧ୍ଯମରେ ଆସି…

ଅମ୍ବାଦଳା ରେ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ

Posted by - June 14, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ)ଆଜି ଅମ୍ବାଦଳା ଗ୍ରାମର ଶ୍ରୀ ଦଧିବମାନ ମହାପ୍ରଭୁଙ୍କ ଦେବସ୍ନାନ କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହିସାବରେ ସକାଳ ୯…

ଘଣ୍ଟାପଡ଼ା ବିଜେପି ମଣ୍ଡଳ ପକ୍ଷରୁ ଥାନାରେ ଏତେଲା

Posted by - March 3, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନାରେ ଘଣ୍ଟାପଡ଼ା ବିଜେପି ମଣ୍ଡଳ ପକ୍ଷରୁ ଏତେଲା। ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରୀ…

ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - January 13, 2023 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳ ଅପିଂସ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଳିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିକଟରେ ତାଙ୍କର…

ନାବାଳିକା ମୃତ୍ୟୁକୁ ଧର୍ଷଣ ଓ ହତ୍ୟା ଅଭିଯୋଗ କରି ନ୍ୟାୟ ନପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ

Posted by - July 15, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ନାବାଳିକା ମୃତ୍ୟୁକୁ ଧର୍ଷଣ ଓ ହତ୍ୟା ଅଭିଯୋଗ କରି ଦୁଇମାସ ହେଲା ନ୍ୟାୟ ନ ପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…