ବେଆଇନ ଦାଦନ ଚାଲାଣ ବେଳେ ଖପ୍ରାଖୋଲ ପୋଲିସ ର ଚଢ଼ାଉ ୧୮ ଦାଦନ ଶ୍ରମିକ ଉଦ୍ଧାର

40 0

ଖପ୍ରାଖୋଲ ୧୯/୧୧( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶନିବାର ଅପରାହ୍ନରେ ଚଢ଼ାଉ କରି ୧୮ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କଲା ବେଳେ ହରିଶଙ୍କର ଛକ ନିକଟରେ ଏକ କ୍ରୁଜର ଗାଡ଼ି (ଓଡ଼ି ୧୭ସି୦୮୨୩)ରେ କିଛି ଶ୍ରମିକ ଥିବା ଦେଖି ଗାଡି ଅଟକାଇ ପଚରା ଉଚୁରା କରିଥିଲେ ।

ଶ୍ରମିକ ମାନଙ୍କୁ ଏକ ଦଲାଲ ଆନ୍ଧ୍ରପ୍ରଦେଶ ଚାଲାଣ ପାଇଁ ଲାଠୋର ରେଳ ଷ୍ଟେସନକୁ ନିଆ ଯାଉଥିବା ଜାଣି ପୋଲିସ ସମସ୍ତ ଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନା କୁ ଆଣିଥିଲେ । ଉଦ୍ଧାର ଶ୍ରମିକ ମାନେ ବରଗଡ଼ ଜିଲ୍ଲା ଅତାବିରା ଥାନା ବନ୍ଧର ଗାଁର ବୋଲି ପୋଲିସ ସୂଚନା ଦେଇଛି । ଉଦ୍ଧାର ମଧ୍ୟରେ ପାଞ୍ଚ ଶିଶୁ ସମେତ ୧୦ ଜଣ ପୁରୁଷ ଏବଂ ୮ ଜଣ ମହିଳା ଥିବା ଜଣାଯାଇଛି ।

ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୯୩/୨୦୨୨ରେ ଏକ ମାମଲା ରୁଜୁକରି ଗାଡ଼ି ଅଟକ ରଖା ଯାଇଥିବା ବେଳେ ଉଦ୍ଧାର ଶ୍ରମିକ କୁ ନିଜ ଗାଁ କୁ ପଠେଇ ଦିଆଯିବ ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Related Post

ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣା, ମୃତକର ସ୍ଵାମୀ କୋର୍ଟ ଚାଲାଣ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ

Posted by - May 14, 2022 0
ଭୁବନେଶ୍ବର (ବ୍ୟୁରେ।) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୂକୂଲା ଗ୍ରାମର ଜୈନିକ ମହିଳା ଙ୍କ ମୃତ୍ୟୁ ଘଟଣା ରେ ମହିଳା ଙ୍କ ସ୍ଵାମୀଙ୍କୁ କୋର୍ଟ…

ଯାଜପୁରରେ ଏବେ ଖୋଲିବ ଏହି ଦୋକାନ

Posted by - April 12, 2020 226
ଭୁବନେଶ୍ୱର: ୧୨/୪: ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ଅବଧିକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବଢ଼େଇ ଦେଇଛନ୍ତି । ସେହିପରି ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଗୋଟିଏ କରୋନା…

ବାଘ ପାଳିରେ ବାଘ ମୃତ୍ୟୁ ୩ ଅଟକ

Posted by - September 16, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବାଘପାଲିରେ ବାଘ ଶିକାର ଘଟଣା ରେ ୩ ଜଣ ଅଟକ। ମିଳୁନି ବାଘ ନଖ, ଉଲୁଣ୍ଡା ବନାଂଚଳ ପିପଲକଟା ବିଟ୍ ବାଘପାଲି…

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି; ମେ ୫ରୁ ବୁଧବାର ସକାଳରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା

Posted by - May 2, 2021 0
ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର…

ଲୋକୋ ପାଇଲାଟଙ୍କ ବିକ୍ଷୋଭ

Posted by - September 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେଲ ଡିଭିଜନ କାର୍ଯ୍ୟାଳୟ ବାହାରେ ଆଜି ଲୋକୋ ରନିଙ୍ଗ ପାଇଲାଟ ମାନେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଵିକ୍ଷୋଭ ମାଧ୍ୟମରେ ଲୋକୋ ରନିଙ୍ଗ ପାଇଲାଟ…