ଉତ୍କଳ ଆଲୁମିନା ପକ୍ଷରୁ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

31 0

ଭୁବନେଶ୍ବର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭାରତ ବର୍ଷର  ପ୍ରତିଷ୍ଠିତ ହିଣ୍ଡାଲକୋ କମ୍ପାନୀ ଅଧୀନସ୍ଥ ଉତ୍କଳ ଆଲୁମିନା କଂପାନୀ ପକ୍ଷରୁ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। କଲେକ୍ଟର ଏକାଦଶ ରାୟଗଡା , ଏସ୍ ପି ଏକାଦଶ ରାୟଗଡା , ସି ଆର୍ ପି ଏଫ୍ ଏକାଦଶ ରାୟଗଡା, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏକାଦଶ, ଭାଇଜାଗ ରେଲ ଡିଭିଜନ ଏକାଦଶ, ଉତ୍କଲ ଆଲୁମିନା ଏକାଦଶ ଆଦି ୬ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦଳ ଏକ ନିର୍ଣ୍ଣାୟକ ମୋଡରେ ପହଂଚି କଲେକ୍ଟର ଏକାଦଶ ବିପକ୍ଷରେ ଶେଷ ମୁହୂର୍ତ୍ତରେ ୪୫ ରନ୍ ସଂଗ୍ରହ କରି ବିଜୟି ଘୋଷିତ ହୋଇଥିବା ବେଳେ କଲେକ୍ଟର ଏକାଦଶ ରାୟଗଡା ରନର୍ସଅପ ଘୋଷିତ ହୋଇଥିଲେ। ଉଭୟ ଙ୍କ ମ୍ୟାଚ ଅମୀମାଂସିତ ରହିବାରୁ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ ଦର୍ଶକ ଙ୍କ ହ୍ରୁତ୍ ସ୍ପନ୍ଦନ ବୃଦ୍ଧି କରିଥିଲା। କଲେକ୍ଟର ଏକାଦଶ ର ଶ୍ରୀ ଶ୍ରୀନିବାସ ୪ ୱିକେଟ ଦଖଲ ସହ ୬୩ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ ଦି ସିରିଜ୍ ଘୋଷିତ ହୋଇଥିବା ବେଳେ ଶ୍ରୀ ଝାଝା ବାଗ ୭ ୱିକେଟ ଅକ୍ତିଆର କରି ଶ୍ରେଷ୍ଠ ବୋଲର ବିବେଚିତ ହୋଇ ଥିବା ବେଳେ ରଶ୍ମି କାନ୍ତ ପରିଡ଼ା ଶ୍ରେଷ୍ଠ ଫିଲଡର ଟାଇଟଲ ହାସଲ କରିଥିଲେ।

ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସ୍ଵଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସମ୍ବଲପୁର ରେଞ୍ଜ ସି ଆର ପି ଏଫ୍ ଡି ଆଇ ଜି ବିଜୟ କୁମାର, ଉତ୍କଲ ମହିଳା ସଭାପତି ହୀନା ବେଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍କଳ ଆଲୁମିନା ସଭାପତି ତଥା ୟୁନିଟ୍ ମୁଖ୍ୟ ମଜହର ବେଗ ଙ୍କ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢି, ରାୟଗଡା ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଆଳି ନୁର କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏ ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସ୍ଵଧା ଦେବ ସିଂ ଉତ୍କଳ ଆଲୁମିନା ପକ୍ଷରୁ ଆୟୋଜିତ ଏହିଭଳି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଆୟୋଜନ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ।

ଉତ୍କଳ ଆଲୁମିନା ସଭାପତି ତଥା ୟୁନିଟ୍ ମୁଖ୍ୟ ମଜହର ବେଗ ଅଂଶଗ୍ରହଣକାରୀ ସମସ୍ତ ଦଳ କ୍ରୀଡାବିତ୍ ମନୋଭାବ ନେଇ ଅତି ସୁନ୍ଦର ଭାବରେ ଏହି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ କୁ ସଫଳ କରିଥିବା ରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏକ ଦାୟିତ୍ଵ ସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଉତ୍କଳ ଆଲୁମିନା ଅଞ୍ଚଳର୨୫ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ ଗ୍ରାମର ୨,୦୧,୦୦୦ ରୁ ଅଧିକ ଜନସାଧାରଣ ଙ୍କ ଦୀର୍ଘକାଳୀନ ଆୟ ଓ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ଅଙ୍ଗୀକାର ବଦ୍ଧ ଭାବେ କାର୍ଯ୍ୟ ଅବ୍ୟାହତ ରଖିଛି। ବିଶେଷକରି ଜାତିସଂଘର ଧାର୍ଯ୍ୟ ନିୟମାବଳୀ ଦୀର୍ଘ ସ୍ଥାୟୀ ବିକାଶ ପାଳନ ପାଇଁ ସମର୍ଥ ହୋଇଛି।ମଜହର ବେଗ ଙ୍କ ଏତାଦୃଶ କାର୍ଯ୍ୟକଳାପ ପ୍ରତି ବିଭିନ୍ନ ମହଲରୁ ପ୍ରସଂସା ର ସୁଅ ଛୁଟିଛି।

Related Post

ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଉଦ୍ୟୋଗୀ ଓ ସ୍ବାବଲମ୍ବୀ ପାଇଁ ସଚେତନତା କାର୍ଯ୍ୟକ୍ରମ

Posted by - May 28, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବଡଛତ୍ରଙ୍ଗ ଓ ଗୋପାଳପୁର ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ…

କଳାକାର ମାନଙ୍କୁ ପରିଚୟ ବଂଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ 

Posted by - August 19, 2021 0
ଯାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ କଳାକାର ମାନଙ୍କୁ ସରକାରୀ ପରିଚୟ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତି ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ଦେଇଥିଲେ ,ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ, ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ବ୍ଲକ ଅଧକ୍ଷ ପ୍ରଦିପ କୁମାର ନାୟକ, ଗଣେଷ ମହାକୁଡ ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଏହି ପରିଚୟ ପତ୍ର ବଂଟନ କରିଥିଲେ ଜିଲାର ପ୍ରଥମେ ଯାଜପୁର ବ୍ଲକରେ ଅଜି ୧୮୦ଜଣଙ୍କୁ ଏହି ପରିଚୟ ପତ୍ର ବଂଟନ କରାଯାଇ ଶୁଭାରମ୍ଭ କରାଯାଇଛି  ପୂର୍ବରୁ କଳାକାର ମାନେ ଦୁଃସ୍ଥ ଜୀବନ ଯାପନ କରୁଥିବା ବେଳେ ଏବେରାଜ୍ୟ ସରକାର ସେମାନଙ୍କୁ ଭତା ସହିତ ପରିଚୟ ପତ୍ର ବଂଟନ କରିଛନ୍ତି । ଏଥିପାଇଁ କଳାକାର ମାନେ ରାଜ୍ୟ ସରକାର ଏବଂ ଜିଲାପ୍ରଶାସନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ଅନୁଷ୍ଠିତ

Posted by - November 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କୋଭିଡ ମହାମାରୀ ଆତଙ୍କ ଯୋଗୁଁ ଦୀର୍ଘଦିନ ପରେ ସ୍କୁଲ ଖୋଲିଛି ସ୍କୁଲ। ହସ ହସ ମୁହଁରେ ପୁଣି ନିଜ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସହାପାଠୀ…

ହିତାଧିକାରୀ ଚୟନ ରେ ଅନୀୟମିତତା, ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

Posted by - August 4, 2020 0
ନୀଳଗିରି: (ସୌମ୍ୟାସାଇ ବାରିକ)କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନ ର ଅନ୍ତ ନାହିଁ। ବହୁ ଯୋଜନା ତିଆରି କରି ଜନମଙ୍ଗଳ ପାଇଁ ସବୁ ପ୍ରକାର ଚେଷ୍ଟା…

କଳାମାଟିଆ ପଞ୍ଚୟତ ରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ

Posted by - March 31, 2020 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)  ମହାମାରୀ କରୋନା ର ମୁକାବିଲା ପାଇଁ ବିଭିନ୍ନ ପଞ୍ଚାୟତରେ କୋରେଣ୍ଟାଇନ୍ କେନ୍ଦ୍ର ପ୍ରସ୍ତୁତି ଜୋରଦାର୍ ଚାଲିରହିଥିବା ଦେଖିବାକୁ ମିଳିଛି । ବରୀ…