Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

31 0

ସମ୍ବଲପୁର :୦୫/୧୦ (ରମାକାନ୍ତ ବିଶ୍ବାଳ)ଶନିବାର ସମ୍ବଲପୁର ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ଯରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବ ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ମନମୋହନ ପଟ୍ଟନାୟକ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଶ୍ରୀମତୀ ମୀନାରାଣୀ ମଙ୍ଗଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୂରଲୀଧର ବେହେରା ଓ ଜୟଶ୍ରୀ ଦୋରାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହାପରେ ସମଗ୍ର ନଅଟି ବ୍ଲକ୍ ର ପ୍ରତିଯୋଗିମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, କ୍ରିଏଟିଭ ସୃଜନମୂଳକ ରଚନା, ବକ୍ତୃତା, କଣ୍ଠସଙ୍ଗୀତ,ଶ୍ରୁତଲିଖନ, ନୃତ୍ୟ, ମଧ୍ୟାହ୍ନ ଭୋଜନ କ୍ରାଫ୍ଟ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।


ଅପରାହ୍ନ ଅଧିବେଶନରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ଯା ଦାସ ଏବଂ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ,ସମ୍ବଲପୁରର ଅଧ୍ୟକ୍ଷ ରବି ନାରାୟଣ ବଘାର ଯୋଗଦାନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୂରଲୀଧର ବେହେରା ଓ ଜୟଶ୍ରୀ ଦୋରା ମଞ୍ଚାସୀନ ଥିଲେ। ଏହି ପ୍ରତିଯୋଗିତାରେ ଯେଉଁମାନେ ପ୍ରଥମ ସ୍ଥାନ ହାସଲ କରିଛନ୍ତି, ସେମାନେ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଅସୀମ ପ୍ରଧାନ ଓ ଅବିନାଶ ସାହୁମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଦୀପାଳୀ ଚୌଧୁରୀ, ଅନୁପମା ମହାପାତ୍ର। ପରିଚାଳନା କରିଥିଲେ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡାଙ୍କ ଦ୍ଵାରା ରଚିତ ଉଦ୍ଘାଟନ ସଂଗୀତ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗାନ କରିଥିଲେ ଏହାକୁ ବାଦ୍ୟଯନ୍ତ୍ରରେ ସଂଯୋଜନା କରିଥିଲେ କୃଷ୍ଣଚନ୍ଦ୍ର ବାଗ୍ ଏବଂ ରଞ୍ଜିତ ସାହୁ।


ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ହେଲେ ତର୍କରେ ସାହିଲ କୁମାର ସାହୁ,ପ୍ରବନ୍ଧରେ ସସ୍ମିତା କସ୍ବା, ଚିତ୍ରାଙ୍କନ (ବରିଷ୍ଠ)ହରଜିତ୍ ଗଡ଼ନାୟକ, ଚିତ୍ରାଙ୍କନ (କନିଷ୍ଠ) ଦେବାଶିଷ ପ୍ରଧାନ, ଚିତ୍ରାଙ୍କନ ( ଭିନ୍ନକ୍ଷମ ବର୍ଗରେ) ଲକ୍ଷ୍ମୀପ୍ରତିମା ସାହୁ, କୁଇଜ୍ (ବରିଷ୍ଠ)ବିବେକ ଭଞ୍ଜ,କୁଇଜ୍(କନିଷ୍ଠ) ଶୁଭଶ୍ରୀ ଡାକୁଆ,କ୍ରୀଏଟିଭ୍ ରାଇଟିଂ(କନିଷ୍ଠ) ଅମ୍ବିକା ଭଦ୍ରା,କ୍ରୀଏଟିଭ୍ ରାଇଟିଂ (ବରିଷ୍ଠ)ସିମ୍ରନ୍ ବୁଡ଼େକ୍, ବକ୍ତୃତା (କନିଷ୍ଠ) ସୌମ୍ଯା ସିମ୍ରନ୍ ନାୟକ, ବକ୍ତୃତା (ବରିଷ୍ଠ) ମିନତି ସ୍ବାଇଁ, କଣ୍ଠସଙ୍ଗୀତ (କନିଷ୍ଠ) ନିନି ବିଶ୍ବାଳ, କଣ୍ଠସଙ୍ଗୀତ (ବରିଷ୍ଠ) କାମିନୀ ବରେଇ, କଣ୍ଠସଙ୍ଗୀତ (ଭିନ୍ନକ୍ଷମ-ବରିଷ୍ଠ) ଜମୁନା ପାତ୍ର,ଶ୍ରୁତଲିଖନ (ଭିନ୍ନକ୍ଷମ- କନିଷ୍ଠ) ଶୀତଳ କିସାନ ମଧ୍ୟାହ୍ନ ଭୋଜନ (କଳା)ରାହୁଲ ମୁଣ୍ଡା, ମଧ୍ୟାହ୍ନ ଭୋଜନ (ହସ୍ତଶିଳ୍ପ) ଯମୁନା ବାଗ୍, ସାଂସ୍କୃତିକ କାର୍ଯ୍ୟକ୍ରମ (କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ବର୍ଗରେ) କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ମହମ୍ମଦପୁର୍ ।

Related Post

ନିସହାୟ ଯୁବତୀର ସମ୍ମାନ ରକ୍ଷା କରିଥିବା ସାମ୍ବାଦିକ ଙ୍କୁ OMA ତରଫ ରୁ ସମ୍ବର୍ଦ୍ଧନା

Posted by - October 15, 2020 0
ଭୁବନେଶ୍ବର :ବାରଙ୍ଗପ୍ରେସକ୍ଲବର ତିନିଜଣ ସାମ୍ବାଦିକପାଇଁ ଜଣେ ନିସହାୟ ଯୁବତୀର ସମ୍ମାନ ରକ୍ଷା ହୋଇପାରିଲା ।ଏହାଦ୍ୱାରା ଯୁବତୀଜଣଙ୍କ ଏକ ବଡ ଦୁର୍ଘଟଣାରୁ ରକ୍ଷାପାଇଥିଲେ । ସାମ୍ବାଦିକମାନେ ସ୍ଥାନୀୟ ପୋଲିସ…

ଵର୍ଷା କମିଛି,ଛଅ ଦିନ ଧରି ଚାଷ ଜମି ଜଳ ମଗ୍ନ କାନ୍ଥ ଭୁଶୁଡି ମହିଳା ଗୁରୁତର,ଏବେ ବି ବହୁ ଗ୍ରାମ ପାଣି ଘେରରେ

Posted by - September 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଲଗାଣ ବର୍ଷା ପ୍ରଭାବରେ ଘର କାନ୍ଥ ଭୁଶୁଡି ଯୁବତୀ ଆହତ, ଏବଂ ଶହଶହ ଏକର ଚାଷଜମି ଜଳମଗ୍ନ I ହରଭଙ୍ଗା, ବୌଦ୍ଧ ଜିଲ୍ଲା ହରଭଙ୍ଗା…

ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Posted by - August 17, 2022 0
ବୌଦ୍ଧ: (୧୧/୦୮) ::( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜୟ ଜଗନ୍ନାଥ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ…

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା, ଆଉ ୫ଜଣ ସଂପୃକ୍ତଙ୍କୁ ଗିରଫ କଲା ପୋଲିସ

Posted by - April 19, 2020 0
ଯାଜପୁର : ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ…

ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ପାଇଁ ଗର୍ଜିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - January 8, 2019 0
ନୂଆଦିଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୧୪…