Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ହରଭଙ୍ଗା ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ

52 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ)  ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି l ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶା କୁ ଆସି ବିଦେଶୀ ପକ୍ଷୀ ମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା ଅଭୟାରଣ୍ୟ କୁ ଚାଲିଆସନ୍ତି l ଶୀତ ଋତୁର ଆରମ୍ଭରେ ଏହି ପକ୍ଷୀ ମାନେ ଆସିବା ସହିତ ଗ୍ରୀଷ୍ମଋତୁ ର ଆରମ୍ଭ ରେ ଫେରି ଯାଇଥାନ୍ତି l ପହିଲି ଶୀତ ର ଆଗମନରେ ସାତକୋଶିଆ ଗଣ୍ଡ ର ଜଳ ରାଶିରେ ଏହି ରଙ୍ଗ ବେରଙ୍ଗ ର ଦେଶୀ ବିଦେଶୀ ପକ୍ଷୀ ଙ୍କ କଳରବରେ ମୁଖରିତ ହୋଇଛି l ପକ୍ଷୀ ମାନଙ୍କ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ଜମିଲାଣି ପର୍ଯ୍ୟଟକ ଙ୍କ ଭିଡ଼ l ମହାନଦୀର ଉଭୟ ପାର୍ଶ୍ୱ ରେ ନଭଶୁମ୍ଭୀ ପର୍ବତ l ସକାଳର ପହିଲି ସୂର୍ଯ୍ୟ କିରଣ ପର୍ଯ୍ୟଟକ ଙ୍କୁ ଆକର୍ଷଣ କରେ l ଏହି ବିଦେଶୀ ପକ୍ଷୀ ମାନେ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ସାତକୋଶିଆ ଗଣ୍ଡ,ପଦ୍ମାତୋଳା, ସୁନାଖଣିଆ, ବଡମୁଳ, ମାରଡ଼ା, କୁତିରୀ ଆଦି ମହାନଦୀ କୂଳରେ ଶହ ଶହ ସଂଖ୍ୟା ରେ ବିଦେଶୀ ପକ୍ଷୀ ମାନେ ଚଳ ପ୍ରଚଳ କରନ୍ତି l

ବିଦେଶୀ ପକ୍ଷୀ ଙ୍କ ଭିତରେ ଖରହଂସ, ଚନ୍ଦନାହଂସ, ଚକୋଆଟକୋଇ, ଚଟୁଆଗେଣ୍ଡି ଆଦି 30 ରୁ ଅଧିକ ପ୍ରଜାତିର ପକ୍ଷୀମାନେ ଆସିଥାନ୍ତି l ଏହି ଅଂଚଳରେ ବିଦେଶୀ ପକ୍ଷୀ ଙ୍କ ଉପଯୋଗୀ ଖାଦ୍ୟ ପ୍ରଚୁର ପରିମାଣ ରେ ଉପଲବ୍ଧି ହେଉଥିବାରୁ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ କଳ ରବରେ ମୁଖରିତ ହୁଏ ସାତକୋଶିଆ ଗଣ୍ଡ l ଅନ୍ୟପକ୍ଷରେ ପକ୍ଷୀ ଶିକାର ଉପରେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଥିବାରୁ ଶିକାରୀ ମାନଙ୍କ ପ୍ରାଦୁର୍ଭାବ ନ ଥିବାରୁ ପକ୍ଷୀ ମାନେ ନିରାପଦ ମଣୁଛନ୍ତି l ଏପରିକି ବିଦେଶୀ ପକ୍ଷୀମାନେ ଜଙ୍ଗଲ ଓ ନଦୀକୂଳରେ ଥିବା ବିଭିନ୍ନ ଗଛ ମାନଙ୍କରେ ରାତ୍ରିଯାପନ କରୁଥିବା ଲକ୍ଷ୍ୟ କରାଯାଇଛି l ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ସୁରକ୍ଷା ଦଳ ଗଠନ କରାଯାଇ ବିଭିନ୍ନ ଅଞ୍ଚଳ ରେ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି ବୋଲି ମହାନଦୀ ବନ୍ୟପ୍ରାଣୀ ବିଭାଗ ର ଭାରପ୍ରାପ୍ତ ଡି ଏଫ ଓ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି l

Related Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୁରୀ ରେ ପତିତପାବନଙ୍କୁ ଦର୍ଶନ

Posted by - January 2, 2019 365
ପୁରୀ : ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି। ସେ ଶ୍ରୀମନ୍ଦିର ଭିତରକୁ ନଯାଇ…

ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଜିଲାପ୍ରଶାସନର ଦ୍ୱାରସ୍ତ

Posted by - September 3, 2021 0
ଯାଜପୁର:(  ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଆଦର୍ଶ ପଂଚାୟତ ପାଲଟପୁରରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ମାନ୍ୟବର…

ନବୀନ ମୋଦିଙ୍କ ଡବଲ୍‌ ଇଞ୍ଜିନ ଗୁମର

Posted by - April 23, 2019 24
ଭୁବନେଶ୍ବର୨୩|୪:ପ୍ରଚାରର କେନ୍ଦ୍ରସ୍ଥଳରେ ଏବେ ଗୋଟିଏ ଶବ୍ଦ ଡବଲ୍‌ ଇଞ୍ଜିନ । ଆଜି କେନ୍ଦ୍ରାପଡ଼ା ଏବଂ ବାଲେଶ୍ବରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ…

ପର୍ଯ୍ୟଟକଙ୍କୁ ନିରାଶ କଲା ନନ୍ଦନକାନନ, ଡିସେମ୍ବର ୩୦ ତାରିଖରୁ ଆସନ୍ତା ଜାନୁଆରୀ ୩ ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ

Posted by - December 30, 2021 0
ବରାଙ୍ଗ :(ସନ୍ତୋଷ ରାଉତ )ପ୍ରାଣୀ ଉଦ୍ୟାନ ଏବଂ ବୋଟାନିକାଲ ଗାର୍ଡେନ। କୋଭିଡ ମହାମାରୀର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଜଣାଯାଇଛି ।…

ବାଂଲାଦେଶରୁ ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ

Posted by - June 22, 2021 0
ଯାଜପୁର ଅଫିସ :୩ ବର୍ଷ ତଳେ ଦଲାଲଙ୍କ ଜରିଆରେ ୨ ଲକ୍ଷ ଟଙ୍କା ପ୍ରତିବଦଳରେ ଭାରତକୁ ଆଣିଥିଲେ ଜଣେ ଦଲାଲ । ତାପରେ ଯାଜପୁର ଜିଲ୍ଲା ଧର୍ମଶାଳା…