ଭଗ୍ନ ଅବସ୍ଥାରେ ବାବା ସୁବର୍ଣ୍ଣ ଶମ୍ଭୁ ଙ୍କ ମନ୍ଦିର,ଦେବୋତ୍ତର ବିଭାଗ ସାଜିଛି ନିରବ ଦ୍ରଷ୍ଟା

86 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବହୁ ପ୍ରସିଦ୍ଧ ବାବା ସୁବର୍ଣ୍ଣ ଶମ୍ଭୁ ଙ୍କ ମନ୍ଦିର କାହିଁ ପ୍ରାଚୀନ କାଳରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଦେଇ ପ୍ରବାହିତ ହେଉଥିବା ତେଲନଦୀ ଖଣ୍ଡିରେ ଅବସ୍ଥିତ ଥିବା ବେଳେ ଭଗ୍ନ ଅବସ୍ଥାକୁ ଯିବାକୁ ବସିଲାଣି।ଲୋକଙ୍କ ଠାରୁ ଯାହା ଶୁଣିବାକୁ ମିଳେ ବାବା ସୁବର୍ଣ୍ଣ ଶମ୍ଭୁ ମନ ମୁଣ୍ଡା ସୁବର୍ଣ୍ଣ ପାଲି ସ୍ଥିତ ତେଲ ନଦୀ ଖଣ୍ଡିରେ ବସବାସ କରୁଥିଲେ l ମାତ୍ର ଉକ୍ତ ଅଂଚଳରେ ଅସୁର ଦୈତ୍ୟଙ୍କ ରାଜୁତି ସହିନପାରି ପଡୋଶୀ ଜିଲ୍ଲା ସୁବର୍ଣ୍ଣପୁର ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ ଆଉ କହିଲେ ମୁଁ ଏଠାରେ ଏହି ଦୈତ୍ୟ ମାଟିରେ ରହି ପାରିବି ନାହିଁ l ତେଣୁ ମୁଁ ପର୍ଶୁରାମ ମାଟିକୁ ଯିବାକୁ ଚାହୁଁଛି ବୋଲି କହିଥିଲେ l ମାତ୍ର ରାଜା ପଚାରିଥିଲେ ପ୍ରଭୁ ଆପଣ ଆସିଲେ ମୁଁ ଜାଣିବି କେମିତି? ସେହି ସମୟରେ ଶିବ ଭଗବାନ୍ କହିଲେ ମୁଁ ଗଲା ବେଳେ ସୁନାର ବର୍ଷା ହେବ ଆଉ ମୁଁ ଯିବି।

ପୁରାତନ ଶାସ୍ତ୍ର ପୁରାଣ ଯାହା କହେ ବାବା ସୁବର୍ଣ୍ଣ ଶମ୍ଭୁ ଯାଇ ତେଲନଦୀ ଆର ଖଣ୍ଡିରେ ବାସ କଲେ ଓ ସେହିଦିନ ଠାରୁ ସେଠାରେ ସୁବର୍ଣ୍ଣ ମେରୁ ନାମରେ ଥିବା ବେଳେ ମନମୁଣ୍ଡା ଠାରେ ସୁବର୍ଣ୍ଣ ଶମ୍ଭୁ ନାମରେ ପୂଜା ପାଉଛନ୍ତି।ଏତିକି ବିରାଟ କିମ୍ବଦନ୍ତୀ ଥିବା ବେଳେ ବାବା ସୁବର୍ଣ୍ଣ ଶମ୍ଭୁ ଏବେ ଲୋକଙ୍କ ଅଣଦେଖା ସାଜିଥିବା ବେଳେ ବୌଦ୍ଧ ଦେବୋତ୍ତର କମିଟି ମଧ୍ୟ ନଜର ନ ପକାଇବା ଭକ୍ତ ଙ୍କ ମନରେ କୋହ ସୃଷ୍ଟି ହୋଇଛି । ଧର୍ମର ମାସ କାର୍ତ୍ତିକ ମାସ କୁହାଯାଉଥିବା ବେଳେ ପ୍ରତିଦିନ ଉକ୍ତ ମନ୍ଦିରକୁ ଅନେକ ଭକ୍ତ ଙ୍କ ସମାଗମ ହୋଇଥାଏ l ମାତ୍ର ମନ୍ଦିର କମିଟି ଓ ଦେବୋତ୍ତର ବିଭାଗର ଦୃଷ୍ଟି ନଥିବାରୁ ମନ୍ଦିର ଉପରେ ଅନେକ ଲତା ଗଛ ପତ୍ର ହୋଇ ରଙ୍ଗ ମଧ୍ୟ ଛାଡ଼ି ଯାଇଥିବା ବେଳେ ରୋଷେଇ ଗୃହଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଗଲାଣି l

କେଉଁ ଦିନ ଯଦି କେହି ବାବାଙ୍କ ମନ୍ଦିରରେ କିଛି ପୂଜାପାଠ କରି ବାବାଙ୍କୁ ଭୋଗ ଲଗାଇବା ପାଇଁ ରୋଷେଇ କରିଥାଏ ,ଖୋଲା ଆକାଶ ତଳେ କରିବାକୁ ପଡ଼ିଥାଏ l ଅନ୍ୟପଟେ ମନ୍ଦିର ବାଡ଼ ମଧ୍ୟ ଭାଙ୍ଗିଯାଇଥିବା ରୁ ଅନେକ ଅସାମାଜିକ ଲୋକ ପ୍ରବେଶ କରି ମନ୍ଦିରକୁ ଅପରିଷ୍କାର କରୁଥିବାଦେଖିବାକୁ ମିଳୁଛି l ବୁଲା ଗୋରୁଗାଈ କୁକୁର ପଶି ସମସ୍ତ ସ୍ଥାନରେ ମଳତ୍ୟାଗ କରି ଅପରିଷ୍କାର କରୁଥିବା ମଧ୍ୟ ଦେଖିବାକୁ ମିଳେ।ବହୁ ବର୍ଷ ହେବ ମନ୍ଦିରରେ ଅନ୍ନ ଭୋଗ ର ମଧ୍ୟ ସୁବିଧା ନଥିବା ଯୋଗୁଁ ଅନୁତାପ କରନ୍ତି ମନ୍ଦିର ପୂଜକ l ସେ କୁହନ୍ତି ସବୁ ବାବାଙ୍କ ଇଚ୍ଛା।ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ଯଦି ଏଥି ପ୍ରତି ଧ୍ୟାନ ଦିଅନ୍ତି ତାହା ହେଲେ ଭଲ ହୁଅନ୍ତା ବୋଲି କୁହନ୍ତି ସ୍ଥାନୀୟ ଅଞ୍ଚଳ ବାସୀ l ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ବୌଦ୍ଧ

Related Post

ବେଲଗୁଣ୍ଠା ରେ ଟୀକାକରଣ ପ୍ରହସନ

Posted by - July 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସରକାର ଟୀକା ନେବାକୁ ବାଧ୍ୟ କରୁଥିବା ବେଳେ ଟୀକାର ଅଭାବ ଯୋଗୁଁ ବହୁ ଅଞ୍ଚଳରେ ଟୀକାକରଣ ହୋଇପାରୁନାହିଁ । କିଛିଦିନର ଟୀକାକରଣ ପରେ…

ଦେଦର୍ହା ଗାଁ ରେ ଝାଡା ବାନ୍ତି ରୋଗ ରେ ମୃତ୍ୟୁ ଘଟଣା , ଆଇ ର ମୃତ୍ୟୁ ପରେ ନାତି ମୃତ

Posted by - September 5, 2022 0
ଖପ୍ରାଖୋଲ: ୦୫/୦୯(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହା ଗାଁ ରେ ସ୍ବାସ୍ଥ୍ୟ ବିଭାଗ ର ଅବହେଳା ଯୋଗୁଁ ଝାଡା ବାନ୍ତି…

କୁମ୍ଭାରଶିଳା ବିଦ୍ୟାଳୟ ରୁ ଦିନ ବେଳିୟା ଚାଉଳ ଚୋରା ଚାଲାଣ

Posted by - May 30, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା,କାଶୀପୁର ବ୍ଲକ କୁମ୍ଭାର ଶିଳା ପ୍ରାଥମିକ ବିଦ୍ୟାଳୟ ରୁ କ୍ରମାଗତ ଚାଉଳ ଚୋରା ଚାଲାଣ ଅଭିଯୋଗ ।ପ୍ରଧାନ ଶିକ୍ଷୟିତ୍ରୀ ଙ୍କର ସମ୍ପୃକ୍ତି ସ୍ପଷ୍ଟ…

ଜଳ ସଙ୍କଟରେ ଜଳ ଭଣ୍ଡାର, ବିଦ୍ୟୁତ ଉତ୍ପାଦନ ବ୍ୟାହତ

Posted by - December 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଏସିଆର ଏକ ବୃହତ୍ତମ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ସୁ ପରିଚିତ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଦେଖାଦେଇଛି ଜଳ ଅଭାବ। ଏଥିଯୋଗୁଁ ବିଦ୍ୟୁତ ଉତ୍ପାଦନ…

୧୦ କରୋନା ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ

Posted by - May 10, 2020 212
ଭୁବନେଶ୍ବର :ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ଯାଜପୁରରେ ମାତ୍ର ସୁସ୍ଥ ହୋଇଥିବାବେଳେ ୫୭ଟି ଆକ୍ଟିଭ କେଶ ରହିଛି। ସେହିପରି…