ହାତୀ ପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇ ଥିବାରୁ ଚାଷୀମୁଣ୍ଡରେ ପଡିଛି ଚଡକ

54 0

ସୋନପୁର : (ଅଜିତ କୁମାର ପୂଜାହାରୀ) ବର୍ତ୍ତମାନ ଧାନ ପାଚିବା ଆରମ୍ଭ ହୋଇଥିବା ବେଳେ ହାତୀ ପଲ ଆସି ଫସଲ ନଷ୍ଟ କରିଦେଇ ଥିବାରୁ ଚାଷୀମୁଣ୍ଡରେ ଚଡକ ପଡିଛି l  ପ୍ରତି ବର୍ଷ ପରି ଏବେ ପୁଣି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଚ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି l ଦୀର୍ଘ ଚାରିବର୍ଷ ହେଲା ଅଞ୍ଚଳରେ ଧାନ ଅମଳହେବା ପୂର୍ବରୁ ହାତୀ ପଲ ଆସି ଫସଲ ନଷ୍ଟ କରିଦେଇଛନ୍ତି l ଏକର ଏକର ଏରିଆରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇ ଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଗତ କିଛିଦିନ ହେଲା ହାତୀମାନେ ଜଙ୍ଗଲରୁ ବାହାରି ଆସି ଜନବସତି ଅଂଚଳକୁ ଚାଲି ଆସି ଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି l

ଜଙ୍ଗଲରେ ହାତୀ ପଲ ବସା ବାନ୍ଧି ରହିଥିବା ବେଳେ ରାତି ହେଲେ ହାତୀ ପଲ ଧାନ ବିଲକୁ ଆସି ବ୍ୟାପକ ନଷ୍ଟ କରି ଚାଲିଛନ୍ତି । ଧାନ ବିଲ ଗୁଡିକରେ ଦଳି ମକଚି ଦେଉ ଥିବାରୁ ଧାନ ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି l ହାତୀପଲ ଲଗାତାର ଭାବେ ରାତିରେ ଆସି ଧାନ ବିଲ ଗୁଡିକରେ ନଷ୍ଟ କରି ସକାଳୁ ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି ।ଗାଁ ଲୋକେ ହାତୀପଲକୁ ଯେତେ ଘଉଡିଲେ ବି ଯାଉ ନ ଥିବା ଅଭିଯୋଗ କରିଛନ୍ତି l ଧାନ ଅମଳ ପୂର୍ବରୁ ହାତୀଙ୍କ ଏଭଳି ଉପଦ୍ରବ ଯୋଗୁଁ ଚିନ୍ତାରେ ଜିଲ୍ଲା ଉଲୁଣ୍ଡା ରେଞ୍ଜର ବିଭିନ୍ନ ଗାଁର ଚାଷୀ । ଶହ ଶହ ଏକର ଧାନ ଫସଲ ନଷ୍ଟ କରିଛନ୍ତି ହାତୀ l ଉଲୁଣ୍ଡା ବନଞ୍ଚଳର ଝାରବାହାଲି ଓ ମାକଡବାହାଲ ଗ୍ରାମରେ ହାତୀ ପଲ ବହୁ ଚାଷୀଙ୍କ ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଥିବା ଜଣାପଡ଼ିଛି ।

ଏହି ପଲରେ ଛୋଟ ବଡ଼ ହୋଇ ୩୦ ଟି ହାତୀ ରହିଥିବା ଜଣାଯାଇଛି । ହାତୀ ପଲ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିବା ବେଳେ ସଞ୍ଜ ନଇଁଲେ ଗାଁ ମୁହାଁ ହୋଇ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ନଷ୍ଟ କରୁଛନ୍ତି l ପ୍ରତିବର୍ଷ ହାତୀ ମାନଙ୍କ ଦ୍ବାରା ଧାନ ଫସଲ ନଷ୍ଟ ହେଉଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି l ଏହି କ୍ଷେତ୍ରରେ ଚାଷୀ ଙ୍କୁ ସହାୟତା ଯୋଗାଇ ଦେବାର ନିୟମ ରହିଥିଲେ ସୁଦ୍ଧା ବନ ବିଭାଗ ଚାଷୀଙ୍କୁ କ୍ଷତିପୂରଣ ଦେବାରେ ବିଫଳ ହୋଇଥିବାବେଳେ ଚଳିତ ବର୍ଷ ହାତୀ ଦ୍ବାରା ବ୍ୟାପକ ଫସଲ ନଷ୍ଟ ହୋଇଥିବା ଏହି ଅଞ୍ଚଳର ଚାଷୀ ଏବେ ବନ ବିଭାଗର ସହାୟତା ଅପେକ୍ଷାରେ ରହିଛନ୍ତି l

 

Related Post

କେସରିଆ ହିନ୍ଦୁ ବାହିନୀର ସାମ୍ବାଦିକ ସମ୍ମିଳନୀ

Posted by - July 11, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ମହାମାରୀ ଯୋଗୁଁ ଆର୍ଥିକ ସମସ୍ୟା ଯୋଗୁଁ ଦିନ କାଟୁଛନ୍ତି ସାଧାରଣ ଲୋକ l ଏହି ସମୟରେ ଗରିବ ଲୋକ ମାନଙ୍କୁ ବିଭିନ୍ନ ପ୍ରଲୋଭନ…

ଆସନ୍ତାକାଲି ଉଦଘାଟିତ ହେବ ୮ମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦

Posted by - January 14, 2020 0
ଯାଜପୁର: ଆସନ୍ତାକାଲି ଉଦଘାଟିତ ହେବ ୮ମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦ । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ…

ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 20, 2021 0
ଯାଜପୁର ବ୍ଲକ ମଳିକାପୁର ମୁଖ୍ୟରାସ୍ତା ପାର୍ଶ୍ୱରେ ବିଭିନ୍ନ ବିଦ୍ୟାଳୟ ର ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଅଶ୍ୱନୀ କୁମାର ଦାସଙ୍କ ନେତୃତ୍ୱରେ ମଲିକାପୁର ଠାରୁ ବୁଢା ବନ୍ଧ ପର‌୍ୟ୍ୟନ୍ତ ରାସ୍ତା ପାର୍ଶ୍ୱରେ ପାଖା ପାଖି ୧୦୦ ରୁ ଉର୍ଦ୍ଧ ଲିମ୍ବ, ବଉଳ, ଆକାସି ,କୃଷ୍ଣ ଚୁଡା ଆଦି ବୃକ୍ଷ ଲଗାଇଥିଲେ ।  ଏହି କାର‌୍ୟ୍ୟକ୍ରମରେ ଯାଜପୁର ସହରର ୧୯୯୬ବ୍ୟାଚର ବିଭିନ୍ନ ସ୍କୁଲର ଛାତ୍ର ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।ବୃକ୍ଷରୋପଣ ପରେ ଏକ୍ସ – ମେଟସ  ୯୬ ପକ୍ଷରୁ ଗୋଖନାସ୍ଥିତ ଦୃଷ୍ଟିହୀନ ଆଶ୍ରମ ଯାଇ ଭିନ୍ନକ୍ଷମ ଛାତ୍ରମାନଙ୍କୁ ସାଉଣ୍ଡ ସିଷ୍ଟମ ସମେତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।