Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏସସିଡ଼ି ସେଣ୍ଟରରେ ରକ୍ତଦାନ ଶିବିର ଏବଂ ଦିବ୍ୟାଙ୍ଗଙ୍କ ସହ କେକ କାଟି ଜନ୍ମ ଦିନ ପାଳିଲେ ମନ୍ତ୍ରୀ

108 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଓଡ଼ିଶାର ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓ ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ତଥା ବିଜୁ ଜନତା ଦଳର ସୃଷ୍ଟି କର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଦିବସ ଉପଲକ୍ଷେ ଓଡ଼ିଶା ସାରା ବିଜୁ ଜନତା ଦଳ ପକ୍ଷରୁ ଅତି ଧୁମଧାମରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ନେହେରୁ ନଗର ସ୍ଥିତ ଏସସିଡି ସେଣ୍ଟର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ତାପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ପାଳନ କରିବା ପାଇଁ ଏସସିଡି ସେଣ୍ଟରର ସଭା ସ୍ଥଳକୁ ଯାଇଥିଲେ। ସେଠାରେ ଏସଏଚଜି ମହିଳାଙ୍କ ଦ୍ବାରା ମନ୍ତ୍ରୀଙ୍କୁ ଫୁଲତୋଡ଼ା ଓ ପୁଷ୍ପ ବୃଷ୍ଟି କରାଇ ସଭା ସ୍ଥଳକୁ ପାଛୋଟି ନେଇଥିଲେ। ୭ ନମ୍ବର ଜୋନର ଜିଲ୍ଲା ପରିଷଦ ଶ୍ରୀମତି ଗୀତା ବିଶି ମଞ୍ଚ ପରିଚାଳନା କରିବା ସହ ଅତିଥିଙ୍କୁ ମଞ୍ଚ ଉପରକୁ ଡାକିଥିଲେ।ମନ୍ତ୍ରୀଙ୍କ ସହ ଏସସିଡି ସେଣ୍ଟରର ସମ୍ପାଦିକା ଶ୍ରୀମତି ଅଞ୍ଜଳି ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ପୌର ଉପାଦ୍ଧକ୍ଷ। ପୁଷ୍ପା ମଞ୍ଜରି ଜାଲ, ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ସରପଞ୍ଚ ସଂଘ ସମ୍ପାଦକ ନରେଶ ଅଗ୍ରୱାଲ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ଏସ ଡି ଏମ ଓ ଶ୍ରୀ ପିକେ ନାଏକ, ଡ ପାଲ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୨୨ ବର୍ଷର ଲୋକଙ୍କ ପାଇଁ କରୁଥିବା ସେବା ଏବଂ ଜନହିତକର ଯୋଜନା ପାଇଁ ଲୋକଙ୍କ ମଉଡ ମଣି ହୋଇପାରିଛନ୍ତି ବୋଲି କହିବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ଏହାପରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ, ବିଜୁ ଜନତା ଦଳର କର୍ମୀ ମାନଙ୍କ ଗହଣରେ ଗୋଟିଏ ଭିନ୍ନକ୍ଷମ ଛାତ୍ରୀକୁ ନିଜ କୋଳରେ କାଖେଇ କେକ କାଟି ଜନ୍ମ ଦିନ ପାଳନ କରିଥିଲେ। ଏସ ସିଡି ସେଣ୍ଟରର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା, ଏହି ସେଣ୍ଟରର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ରୀ ଶୀତ ବସ୍ତ୍ର ଭେଟି ଦେଇଥିଲେ।ଶେଷରେ ଗଲା ବେଳକୁ ତାଙ୍କ ସହ ମନ୍ତ୍ରୀ ଫଟୋ ଉଠାଇଥିଲେ ।

Related Post

ବୌଦ୍ଧ ଜିଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ

Posted by - November 30, 2021 0
ବୌଦ୍ଧ( ଚିତ୍ତ ରଂଜନ ସିଂ)ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ଯୋଜନା ବୋର୍ଡ ବୈଠକ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨…

ବରୀ ରାଜାତୋଟା ରେ ବିଶାଳ ପ୍ରାଣି ଚିକିଛା ଶିବିର

Posted by - March 10, 2019 0
ଯାଜପୁର: ବରୀ ବ୍ଲକ ଅନ୍ତର୍ଗତ ରାଜlତୋଟା ଯଜ୍ଞ ପଡ଼ିଆ ନିକଟରେ ଆଜି ଏକ ଦିବସୀୟ ପ୍ରାଣୀଚିକିସ୍ଛା ଶିବିର ଅନିଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ୭…

ତେଲେନପାଲି ରେ ବିଶ୍ଵ ଆଦିବାସୀ ଦିବସ ପାଳିତ,ସମସ୍ତ ଆଦିବାସୀ ସଂଗଠିତ ହେବାକୁ ଆହ୍ବାନ

Posted by - August 10, 2022 0
ଖପ୍ରାଖୋଲ: ୯/୮ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ବିଶ୍ଵ ଆଦିବାସୀ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଘ…

ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ

Posted by - July 14, 2020 0
ଯାଜପୁର ଅଫିସ :ଜଖପୁରା ଥାନାକୁ ବିଦ୍ୟୁତ ସଂଯୋଗ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଜିଲାପାଳ ରଂଜନ କୁମାର ଦାସ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ପରାମର୍ଶ ଦେଇଚ୍ଥନ୍ତି…

ମାହେଶ୍ୱରୀ ଗୋଶାଳା ତରଫରୁ ଗୋବର୍ଦ୍ଧନ ଉତ୍ସବ ଅନୁଷ୍ଠିତ

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଗୋବର୍ଦ୍ଧନ ପାହାଡ଼ରେ ଗିରି ଗୋବର୍ଦ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂଜକ ଭାବେ ବାବା ଖଗେଶ୍ୱର…