କେନ୍ଦୁଝର,ତା ୧୩/୧୦ ଆଜି ସନ୍ଧ୍ୟା ପ୍ରାୟ ସାତଘଟିକା ସମୟରେ ଠାକୁରଡିଛକ ନିକଟରେ ଏକ ଟଲର ସହ ଦୁଇ ଟି ଟ୍ରକର ଦୁର୍ଘଟଣା ଭିତରେ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେବାରୁ ବାଇକ୍ ଆରୋହୀର ମୃତ୍ୟୁ ହୋଇଛି। ବାଇକ୍ ଆରୋହୀଙ୍କ ଘର ଗୋନାସିକା ଓ ତାଙ୍କ ନାମ ଶ୍ୟାମ ଜୁଆଙ୍ଗ। ତାଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।
ଏଠାରେ ଜାତୀୟ ରାଜପଥ ୪୯ରାସ୍ତା କାମ ମନ ଇଚ୍ଛା ହେଉଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟି ଚାଲିଛି। ଦୁର୍ଘଟଣା ଘଟିଥିବା ସ୍ଥାନର ଉଭୟ ପାର୍ଶ୍ବରେ ବଡବଡ ଗାଢ ଲମ୍ବାଚଉଡ଼ା ଖୋଡାହୋଇ ରଖା ଯାଇଥିବାରୁ,ରାସ୍ତା ଅଣ ଓସାରିଆ ହୋଇ ରହିଅଛି। ଯାହା ଫଳରେ କି ଉଭୟ ପାର୍ଶ୍ବରୁ ଆସୁଥିବା ବଡବଡ ଟରଲ, ଟ୍ରକ୍ ପାସ ହୋଇ ନପାରିବାରୁ ଏପରି ଦୁର୍ଘଟଣା ଘଟୁଛି।