Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ପୋଲିସର ପେଟ୍ରୋଲିଂ ବେଳେ ବୋଲେରୋ ଗାଡି ସହ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ ଉଦ୍ଧାର

303 0

ଖପ୍ରାଖୋଲ :୧୧/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ପାଞ୍ଚ ଶିଶୁ ସମେତ ପନ୍ଦର ଦାଦନ ଶ୍ରମିକ ମଙ୍ଗଳବାର ଅପରାହ୍ନ ରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଥାନା ଏସ ଆଇ ଗୋପୀନାଥ ମହାକୁଡ଼ ଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ବୋଲେରୋ ଗାଡି ଦ୍ରୁତ ଗତି ରେ ଯାଉଥିବାରୁ ତାକୁ ଅଟକାଇ ପଚରା ଉଚୁରା କଲା ବେଳେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣି ପାରିଥିଲେ ।

ଏହାପରେ ବୋଲେରୋ ସହ ସମସ୍ତଙ୍କୁ ଖପ୍ରାଖୋଲ ଥାନା କୁ ଆଣିଥିଲେ । ପଚରା ଉଚୁରା ବେଳେ ଶ୍ରମିକମାନେ ଭାନପୁର ଗାଁ ର ଓ ବରଗଡ଼ ଜିଲ୍ଲା ପାଇକମାଲ ଥାନା ନିଲାଥର ଗାଁର ବୋଲି ଜଣାଯାଇଥିଲା । ମୋଟ ଚାରିଜଣ ପୁରୁଷ , ଛଅ ଜଣ ମହିଳା ଓ ପାଞ୍ଚ ଜଣ ଶିଶୁ କୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠେଇ ଦେଇଥିବା ଜଣା ଯାଇଛି । ଦାଦନ ଚାଲାଣ ଅଭିଯୋଗ ରେ ବେଲପଡ଼ା ଥାନା ଜାମଜୁରି ଗାଁର ବିଶ୍ୱନାଥ ତାଣ୍ଡି(୪୦) ଓ ଗାଡ଼ି ଡ୍ରାଇଭର ଧୁବୁଲେଶ୍ୱର ସାହୁ (୩୧) କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଦାଦନ ଚାଲାଣ ହେଉଥିବା ବୋଲେରୋ (ଓଆର ୦୫ ଟି ୪୧୫୦) କୁ ଜବତ କରିଥିବା ଜଣାଯାଇଛି ।

ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୧୬୩/୨୨ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଦିନେ ତଳେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ବେଆଇନ ଦାଦନ ଚାଲାଣ ଉପରେ କଡା କଡ଼ି ନଜର ରହିଥିବା କହିଥିବା ବେଳେ ଏବେ ଖପ୍ରାଖୋଲ ଥାନା ଦାଦନ ଶ୍ରମିକ ଉଦ୍ଧାର ଘଟଣା ବେଆଇନ ଦାଦନ ଚାଲାଣ ପାଇଁ ଅଞ୍ଚଳ ରେ ଦାଦନ ଦଲାଲ ସକ୍ରିୟ ଥିବା ଜଣା ପଡ଼ିଛି ।

Related Post

ନୀଳଗିରି:ଉପଖଣ୍ଡ ସ୍ତରୀୟ ଦୁଇ ଦିନିଆ କୃଷି ମେଳା ଉଦଯାପିତ

Posted by - February 15, 2021 0
ବାଲେଶ୍ଵର:(ସମରେନ୍ଦ୍ର ବାରିକ)ନୀଳଗିରି ସରକାରୀ ଡାକବଙ୍ଗଳା ପରିସରରେ, ଦୁଇ ଦିନିଆ, ଉପଖଣ୍ଡ ସ୍ତରୀୟ କୃଷି ମେଳା ଉଦଯାପିତ ହୋଇଯାଇଛି।ସୂଚନା ରୁ ଜଣା ପଡିଛି, ୧୪/୧୫ ତାରିଖ ଦୁଇଦିନ ପାଇଁ,…

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନର ତନଖି

Posted by - August 20, 2020 0
ଯାଜପୁର ଅଫିସ :ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ୍‌ାର…

ଚାହିଦା କମିଛି ତଥାପି ଚଳଚଂଚଳ ମାଟି ଦୀପ କାରିଗର

Posted by - November 2, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। ମାଟି ଦୀପ ତିଆରି ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି କୁମ୍ଭାର ଶ୍ରେଣୀର ଲୋକେ ।ଲକ୍ଷାଧିକ ଟଙ୍କାର…

ବିରଜା ମନ୍ଦୀର ଖୋଲିବା ନେଇ ଜିଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବୀ ପତ୍ର

Posted by - December 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପୁରୀ ଶ୍ରୀମନ୍ଦୀର ଏବଂ ଭୁବନେଶ୍ୱର ଲିଂଗରାଜ ମନ୍ଦୀର ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ…

ସରିଲା ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା,ଆକଳନ ରୁ କମ ଥିଲା ପ୍ରଭାବ

Posted by - May 26, 2021 0
ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବୁଧବାର ସକାଳ ୯ଟା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା।…