ଗୋଲାମୁଣ୍ଡା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର୍ ନାଏକ,ବିଜେଡି ଛାଡ଼ିଲେ

106 0

ଧର୍ମଗଡ:୦୮/୧୦(ହେମନ୍ତ କୁମାର ମାଝୀ)ଗୋଲାମୁଣ୍ଡା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ବିଜୁ ଜନତା ଦଳ ର ପ୍ରାଥମିକ ସଦସ୍ୟତା ଛାଡିଲେ । ଆଜି ସେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଙ୍କୁ ଏହି ମର୍ମ ରେ ଏକ ପତ୍ର ଲେଖି ଦଳ ରୁ ଇସ୍ତଫା ଦେଇଛନ୍ତି ।ସ୍ଥାନୀୟ ହୋଟେଲ୍ ରୟାଲ ପେଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ନାଏକ ୨୦୧୭ ମସିହାରୁ ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ରହିଥିବା ବେଳେ ଗତ ୨୦୧୯ ରେ କଂଗ୍ରେସ ଦଳ ଛାଡ଼ି ବିଜେଡ଼ି ଦଳ ରେ ଯୋଗ ଦେଇଥିଲେ । ଛାତ୍ର ଜୀବନ ରୁ ସେ ରାଜନୀତି ସହିତ ଜଡିତ ରହି ଥିବା ବେଳେ ବର୍ତ୍ତମାନ ସେ ମାନଝରୀ ପଞ୍ଚାୟତ ର ସମିତି ସଭ୍ୟ ଏବଂ ପଣ୍ଡରା ମାଳି ସମାଜ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଛନ୍ତି ।

ତେବେ ବିଜେଡ଼ି ରେ ଯୋଗ ଦେବା ତିନିବର୍ଷ ମଧ୍ୟରେ ସେ ନିୟମିତ ଭାବେ ଦଳ ରେ ତାଙ୍କୁ ଅଣଦେଖା କରା ଯାଉଥିବା ସହ କୋଣ ଠେଶା କରା ଯାଉଥିବା ଅଭିଯୋଗ କରିବା ସହ ଏଥି ପାଇଁ ମୁଖ୍ୟତଃ ଜୁନାଗଡ ବିଧାୟକ ଙ୍କୁ ସେ ଦାୟୀ କରିଛନ୍ତି । ଆଗାମୀ ଦିନରେ ଆହୁରୀ ଅନେକ ନେତା ଓ କର୍ମୀ ବିଜେଡ଼ି ଦଳ ଛାଡିବେ ବୋଲି ସେ ସୂଚନା ଦେଇଛନ୍ତି।

Related Post

କଂଗ୍ରେସ ଦଳ ତରଫରୁ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର

Posted by - August 12, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଜିଲ୍ଲାରେ ଦେଖା ଦେଇଥିବା ଉତ୍କଟ ସାର ସମସ୍ୟା କୁ ନେଇ ସାରା ଜିଲ୍ଲା ର ୧୦ ଗୋଟି ଯାକ ବ୍ଲକ୍ ରେ କଂଗ୍ରେସ…

ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ, ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି

Posted by - August 22, 2022 0
ଭବାନୀପାଟଣା‌ :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବ କମିଟି ପରେ ଏବେ ଛାତ୍ର ବିଜେଡି ସାଂଗଠନିକ ପରିବର୍ତ୍ତନ କରାଯାଇଛି। ରାଜ୍ୟ…

ଓଡ଼ିଶାରେ ଲଢ଼ିବ ଟିଡିପି : ୫୨ ବିଧାନସଭା, ୫ ଲୋକସଭା ଆସନ ଚୂଡ଼ାନ୍ତ,ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ଚାଲିଛି ସର୍ଭେ

Posted by - December 7, 2018 0
କୋରାପୁଟ : ତେଲଗୁ ଦେଶମ ପାର୍ଟି (ଟିଡିପି) ଓଡ଼ିଶା ରାଜନୀତିରେ ପ୍ରବେଶ କରିବ। ଆସନ୍ତା ସାଧାରଣ ନିର୍ବାଚନରେ ଦଳ ଏଠାରୁ ପ୍ରାର୍ଥୀ ଦେଇ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ୍‌…

ବରୀ ଅଙ୍ଗାଳୋ ଉପନିର୍ବାଚନ,୨ପାର୍ଥି ପତ୍ର ଦାଖଲ

Posted by - November 4, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଗତ ପଞ୍ଚାୟତ ସମିତି ନିର୍ବାଚନ ରେ ଅଗାଳୋ ପଞ୍ଚାୟତର ସମିତି ସଭ୍ୟା ଭାବେ ସୁନନ୍ଦା ଦାସ ନିର୍ବାଚିତ ହୋଇଥିବା ବେଳେ ଓ ପରେ ଶ୍ରୀ…

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସଜ୍ଜିତ

Posted by - August 8, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତର ପର୍ଯ୍ଯନ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା…