ଖପ୍ରାଖୋଲ ଅଞ୍ଚଳରେ ଗାଁ ଗୁଡିକ ଉତ୍ସବ ମୁଖର ,ଭାଇ ଜୀଉନ୍ତିଆ ଓଷା ପାଳିତ, ହେଲେ ହଜି ଯାଉଛି ଡାଲଖାଇ

112 0

ଖପ୍ରାଖୋଲ :୦୩/୧୦( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଭାଇ ଜିଉନ୍ତିଆ ଓଷା ପାଇଁ ଉତ୍ସବ ମୁଖର ହୋଇଉଠିଛି। ହେଲେ ହଜି ଯାଉଛି ଡାଲଖାଇ ନାଚ ଗୀତ ପରମ୍ପରା। ଦୁର୍ଗା ଅଷ୍ଟମୀ ଦିନ ଭଉଣୀ ମାନେ ଭାଇର ମଙ୍ଗଳ ମନାସି ମା ଦୂର୍ଗାଙ୍କ ପୂଜା କରିବା ସହ ଉପବାସ ରହି ସନ୍ଧ୍ୟାରେ କାନ୍ଥ ରେ ଆଙ୍କା ଯାଇଥିବା ଦୁର୍ଗାଙ୍କୁ ପୂଜା କରିଥାନ୍ତି। ବିଭିନ୍ନ ପ୍ରକାର ଫୁଲ ଫଳ ଆଦି , ଖାଇମୁଆ ଲଡୁ ଦେବୀଙ୍କୁ ପୂଜା କରିଥାନ୍ତି।

ଭାଇ ଜିଉନ୍ତିଆ ଓଷା ସହ ଡାଲଖାଇ ନାଚ ଗୀତ ର ପରମ୍ପରା ରହିଛି। ପଞ୍ଚ ବାଦ୍ୟ ର ତାନେ ତାନେ ଡାଲଖାଇ ଦେବୀଙ୍କ ପୂଜା ସହ ଗାଁ ମୁଣ୍ଡରେ ଝିଅ ମାନେ ଡାଲଖାଇ ନୃତ୍ୟ କରି ରାସ୍ତାରେ ଯାଉଥିବା ସାଇକେଲ ଆରୋହି, ମୋଟର ସାଇକେଲ ଆରୋହୀ, ଗାଡ଼ି ଆରୋହି ଙ୍କୁ ଅଟକାଇ କିଛି ପାଉଣା ମାଗିବାର ପରମ୍ପରା ରହିଥିଲା ହେଲେ ଆଧୁନିକତାର ପ୍ରଭାବରେ ଏହା ହଜି ହଜି ଯାଉଛି। କାଭା କେଉଁଠି ପାଞ୍ଚ ବାଦ୍ୟ ଶହ ଗାଁ ଭିତରେ ପୂଜା କରି ନୀତି ରକ୍ଷାରେ ଡାଲଖାଇ ନାଚ ଗୀତ ହୋଇଥିଲା। ଯାହାକୁ ନେଇ ସଂସ୍କୃତି ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି।

Related Post

ପଦ୍ମଶ୍ରୀ ନନ୍ଦ ସାର କରୋନା ସଂକ୍ରମିତ

Posted by - November 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପଦ୍ମଶ୍ରୀ ନନ୍ଦ ସାର କରନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି।ତାଙ୍କୁ ଯାଜପୁର ଜିଲ୍ଲା ଡାକ୍ତର ଖାନା ରୁ କଳିଂଗ ନଗର ଟାଟା ଡାକ୍ତର ଖାନା…

ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।

Posted by - November 6, 2019 313
ଯାଜପୁର :ଯାଜପୁର ର ବରିଷ୍ଠ ବିଜେଡି ନେତା ତଥା ଯାଜପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତି ଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ…

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ , ଶ୍ରମିକଙ୍କୁ ବକେୟା ମଜୁରୀ ଟଙ୍କା ନ ମିଳିବାରୁ କାମ ବନ୍ଦ କଲେ ଶ୍ରମିକ

Posted by - April 26, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ମହାନଦୀ ଉପରେ ସେତୁ ନିର୍ମାଣ କାମ ଦିନକୁ ଦିନ ସରି ସରି ଆସୁଥିବା ବେଳେ , କାମ…

ରାଜ୍ୟର ୩ ନିଜାମୁଦ୍ଦିନ ଫେରନ୍ତା କ୍ୱାରେଣ୍ଟାଇନ୍‌ରେ ରହିଲେ

Posted by - March 31, 2020 601
ନୂଆଦିଲ୍ଲୀ: ଦିଲ୍ଲୀର ମରକାଜ୍ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସମାବେଶରେ ଯୋଗ ଦେଇଥିବା ୨୪ ଜଣ କରୋନା ଆକ୍ରାନ୍ତ ହେବା ସହ  ତେଲେଙ୍ଗାନାର ୬ ଜଣ ବ୍ୟକ୍ତିଙ୍କର କରୋନା…

ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିରେ ଆସନ୍ତା ୨୬ ରେ ସମ୍ବଲପୁର ବିଜେପି ର ୧୨ ଘଣ୍ଟିଆ ସମ୍ବଲପୁର ଜିଲ୍ଲା ବନ୍ଦ

Posted by - October 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ରାଜ୍ୟ ରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ଦୁର୍ବଳ ଓ ଜଟିଳ ହେଇଗଲାଣି । ଚୋରି, ରାହାଜାନି, ଡକାୟତି, ବଳାତ୍କାର, ହତ୍ୟା,…