ଖପ୍ରାଖୋଲ: ୦୩/୧୦(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ୪୯ ତମ ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି । ପ୍ରଥମେ ବେଲ୍ୟ ବରଣ ସହ କଳସ ଶୋଭାଯାତ୍ରା ପୂଜା ମଣ୍ଡପରେ ପହଞ୍ଚି ଥିଲା । ଦୁର୍ଗା ମା ଙ୍କ ମୃଣ୍ମୟୀ ମୂର୍ତ୍ତି ଜୀବନ୍ୟାସ ସହ ଆରମ୍ଭ ହୋଇଥିଲା ଦୁର୍ଗାପୂଜା । ହୋମ ଯଜ୍ଞ ସହ ଚଣ୍ଡୀ ପାଠ ରେ ପୂଜାମଣ୍ଡପ ଉସବ ମୁଖର ହୋଇଉଠିଛି। ଏହି ଅବସରରେ ପ୍ରଥମ ଦିନ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ରେ ସୁନ୍ଦରା କାଣ୍ଡ ରାମାୟଣ ପାରାୟଣ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସେହିପରି ପ୍ରତ୍ୟେକ ଦିନ ଦଣ୍ଡନୃତ୍ୟ ପରିବେଷିତ ହେବାକୁ ଥିବାବେଳେ ରାବଣ ପୋଡ଼ି ମୁଖ୍ୟ ଆକର୍ଷଣ ହେବ ବୋଲି ପୂଜା କମିଟି ତରଫରୁ ଜଣାଯାଇଛି । ଚଳିତ ବର୍ଷ ପୂଜା କର୍ତା ରୂପେ ଛାୟା କାନ୍ତ ବାରିକ ସପତ୍ନିକ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ରୂପେ ରମେଶ ଦାଶ, ଫାଲଗୁନି ଦାଶ, କୁନୁ ଦାଶ ପ୍ରମୁଖ କାର୍ଯ୍ୟ ସମ୍ପାଦନା କରିଛନ୍ତି । ପୂଜା କମିଟି ତରଫରୁ ସଭାପତି ପୁରନ୍ଦର ସାହୁ , ସମ୍ପାଦକ ଅଜିତ ହଂସ , କୋଷାଧ୍ୟକ୍ଷ ପିଙ୍କୁ ହଂସ , ବୁଳୁ ସୁନା , ସୁଶୀଲ ଦଣ୍ଡସେନା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଗ୍ରାମ ବାସି ସହଯୋଗ କରିଛନ୍ତି ।