ଜିଲ୍ଲାସ୍ତରୀୟ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ

122 0

ସୋନପୁର:( ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ କେନ୍ଦ୍ରଠାରେ ପାଳିତ ହୋଇଯାଇଛି। ରକ୍ତଦାତା ହିଁ ଜୀବନଦାତା ବୋଲି ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରଦାନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଏହି ବୈଠକରେ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ ସମସ୍ତଙ୍କୁ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ। ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଦୁର୍ଗାଦତ୍ତ ଦାଶ ରକ୍ତଦାନର ମହତ୍ଵ ଉପରେ ନିଜର ବକ୍ତବ୍ୟ ରଖିବା ସହ ଚଳିତ ବର୍ଷ ୫୯ ଟି ରକ୍ତଦାନ ଶିବିର ଆୟୋଜିତ ହୋଇ ସାରିଥିବା କଥା ଉଲ୍ଲେଖ କରିଥିଲେ।

ଗୋଷ୍ଠୀ ପ୍ରକ୍ରିୟା ସହକାରୀ ପରିଚାଳକ ତରଣୀସେନ ପ୍ରଧାନ ଆଶା ଓ ଅଙ୍ଗନବାଡି କର୍ମୀମାନେ ରକ୍ତଦାନ ମହତଦାନର ବାର୍ତ୍ତା ଗୋଷ୍ଠୀ ସ୍ତରକୁ ପହଞ୍ଚିାଇବା ଉଚିତ ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Related Post

ଜାଣନ୍ତୁ କାହିଁକି ହୁଏ ଫୁସ୍‌ଫୁସ୍‌ କ୍ୟାନ୍‌ସର୍‌ ଓ ଏହାର ଲକ୍ଷଣ କ’ଣ?

Posted by - August 31, 2019 0
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୬ ମିଲିୟନ୍‌ ଲୋକଙ୍କର ତମାଖୁ ସେବନରେ ମୃତ୍ୟୁ ହେଉଛି। ତମାଖୁ ସେବନ ଫୁସଫୁସ୍‌ କର୍କଟର…

ଉତ୍କଳ ସେଣ୍ଟର ପଏଣ୍ଟରେ ୧୮ରୁ ୪୪ବର୍ଷର୧ମ ଡୋଜ ଟୀକାକରଣ

Posted by - June 21, 2021 0
ବ୍ୟାସନଗର: ଯାଜପୁର ଜିଲ୍ଲାର ଶିଳ୍ପ ବାଣିଜ୍ୟ ସହର ବ୍ୟାସନଗର (ଯାଜପୁରରୋଡ)ର ଚୋରଦା ବାଇପାସ ଛକ ମେନ ରୋଡରେ ଅବସ୍ଥିତ “ଉତ୍କଳ ସେଣ୍ଟର ପଏଣ୍ଟ”ରେ ୧୮ରୁ ୪୪ବର୍ଷର ବର୍ଗଙ୍କ ମଧ୍ୟରେ…

କୋରୋନାର ତୃତୀୟ ଲହର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - August 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ କୋରୋନାର ତୃତୀୟ ଲହର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ…

ବରୀରେ କରୋନା କଲାଣି କାୟା ବିସ୍ତାର , ଗଲାଣି ଏକ ମୁଣ୍ଡ, ଆକ୍ରାନ୍ତ ହେଲେଣି ୧୧୮

Posted by - July 6, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କଲାଣି । ଅଜି ସୁଧା ୧୧୮ ଆକ୍ରାନ୍ତ ହୋଇଥିଲା…