ବୌଦ୍ଧ ବ୍ଲକ ଟିକରପଡାରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି

77 0

ବୌଦ୍ଧ:(,ଚିତ୍ତରଞ୍ଜନ ସିଂ )ବୌଦ୍ଧ ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୧୦୩ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୯୮ ଗୋଟି ବ୍ୟକ୍ତିଗତ ମାମଲା ଓ ୫ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା ।

ଅଭିଯୋଗ ଗୁଡିକ ମଧ୍ୟରୁ ୩୦ ଗୋଟି ଅଭିଯୋଗକୁ ତତ୍କାଳ ଫଇସଲା କରାଯାଇ ସେଥିମଧ୍ୟରୁ ୩ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୪ହଜାର ୫୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶି୍ୱନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ, ବିଡିଓ ଅବିନାଶ ପାଣ୍ଡିଆ, ତହସିଲଦାର ଦେବୀ ପ୍ରସାଦ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ,ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ,ଜିଲା ସମାଜ ମଙ୍ଗଳ ଅଧିକାରୀ ଏସ.କୁଜୁର, ସିଡିପିଓ ମିନତୀ ଦେଓ,ଟିଆରଓ ମହାପାତ୍ର କୁଲଦୀପ ମହାନ୍ତି,ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ଶ୍ରୀସାହୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଜିଲ୍ଳାପାଳ ଏବଂ ସମସ୍ତ ଅଧିକାରୀ ଟିକରପଡାଠାରେ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ପୋଷଣ ମାସ କାର୍ଯ୍ୟକ୍ରମର ଖାଦ୍ୟ ପ୍ରଦର୍ଶନୀ ବୁଲିଦେଖିଥିଲେ ଏବଂ ଫୁରୁଡା ବିଦ୍ୟାଳୟ,ଅଙ୍ଗନବାଡି କେନ୍ଦ୍ର ପରଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ ।

Related Post

ବିଦ୍ୟାଳୟ ଆସୁନାହାନ୍ତି ୧୮ ଲକ୍ଷ ଛାତ୍ରଛାତ୍ରୀ : ଗଣଶିକ୍ଷା ବିଭାଗକୁ ଘାରିଲା ଡ୍ରପ୍ଆଉଟ ଚିନ୍ତା

Posted by - May 16, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଗଣଶିକ୍ଷା ବିଭାଗକୁ ପୁଣି ଘାରିଛି ଡ୍ରପ୍ଆଉଟ୍ ଚିନ୍ତା l ବିଦ୍ୟାଲୟକୁ ଆସୁନାହାନ୍ତି ସତ ପ୍ରତିସତ ଛାତ୍ରଛାତ୍ରୀ l କରୋନା…

ଜୀବିକାର୍ଜନର ପନ୍ଥାକୁ ବ୍ୟାପକ ଓ ପରିସର ବୃଦ୍ଧି ପାଇଁ ଚୁକ୍ତି ପତ୍ର ସ୍ଵାକ୍ଷର

Posted by - June 26, 2021 0
ଯାଜପୁର : ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ଯାଜପୁର ଓ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ବି.ସି.କେ.ଆଇ.ସି. ମଧ୍ୟରେ ଏକ ଏମ୍.ଓ.ୟୁ.…

ଦେଶର ଶ୍ରେଷ୍ଠ ଥାନା ତାଲିକା ରେ ଗାଙ୍ଗପୁର ଥାନା

Posted by - November 12, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଦେଶର ଶ୍ରେଷ୍ଠ ତିନି ଟି ଥାନା ମଧ୍ୟରେ ରହିଛି ଗଂଜାମ ପୋଲିସ ଜିଲ୍ଲାର ଗାଙ୍ଗପୁର ଥାନା। କେନ୍ଦ୍ର ଗୃହ ମନ୍ତ୍ରାଳୟ ଗାଙ୍ଗପୁର…

ସମ୍ବଲପୁର ଠାରେ” ରକ୍ଷକ” ତାଲିମ କାର୍ଯ୍ୟକ୍ରମ

Posted by - November 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ ଆରମ୍ଭ ହୋଇଛି ରକ୍ଷକ କାର୍ଯ୍ୟକ୍ରମ।ତାଲିମ ନେଉଛନ୍ତି ରେସପଣ୍ଡର ।ତାଲିମ ଦେଉଛନ୍ତି ତାଲିମପ୍ରାପ୍ତ ପ୍ରଶିକ୍ଷକ। ଦୁର୍ଘଟଣା ହେଲେ କିଭଳି ଭାବରେ ସମସ୍ତ ଦୁର୍ଘଟଣା ଗ୍ରସ୍ତ…

ଯାଜପୁର ରେ କୋରନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦ ଛୁଇଁଲା

Posted by - May 16, 2020 85
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଶତକ ଛୁଇଁଲା । ବିଶେଷକରି ରାଜ୍ୟ ବାହାରୁ ପେଂରୁଥିବା ପ୍ରବାସ ମାନଙ୍କ  ଯୋଗୁଁ ସଂଖ୍ୟା ବଢ଼ି ବଢ଼ି…