ଆଦର୍ଶ କୃଷି ବଜାର ପରିସରରେ ଖୋଲିବ ବୁଣାକାର ହାଟ

68 0

ବୌଦ୍ଧ:୨୬ା୯ 🙁 ଚିତ୍ତରଂଜନସିଂ)ଆସନ୍ତା ଅକ୍ଟୋବର ମାସରେ ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ହାଟ ଖୋଲିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାଥମିକ ହସ୍ତତନ୍ତ ସମବାୟ ସମିତିର କର୍ମକର୍ତ୍ତା, ସଭ୍ୟବୃନ୍ଦ ଯୋଗଦେଇ ବୁଣାକାର ହାଟକୁ କିପରି ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ସାଗରପାଲି, ବିରମହାରାଜପୁର,ଗବଜୋର,ମନମୁଣ୍ଡା,ବୁଟୁପାଲି,ନାରାୟଣନଗର,ବାଉଁଶୁଣୀ,ପୂର୍ବ ଓଡ଼଼ିଶାର ଗୋପାଳପୁର,କଟକ,ନୂଆପାଟଣା,ଛତିଶଗଡର ବିଲେଇଗଡର ଲୁଗା ବ୍ୟବସାୟୀମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହେବେ । ସାଗରପାଲି ଦାୟିତ୍ୱରେ କେଶବ ମେହେର,ବୀରମହାରାଜପୁର ଦାୟିତ୍ୱରେ ଛବିଳ ମେହେର,ଗବଜୋର ଓ ମନମୁଣ୍ଡା ଦାୟିତ୍ୱରେ ପ୍ରକାଶ ମେହେର,ବୁଟୁପାଲି ଦାୟିତ୍ୱରେ ଲିଙ୍ଗରାଜ ମେହେର,ବାଉଁଶୁଣୀ ଦାୟିତ୍ୱରେ ଝସକେତନ ମେହେର, ବନପାଲି ଦାୟିତ୍ୱରେ ନିରଞ୍ଜନ ମେହେର ପ୍ରମୁଖ ରହି ଏହି ବୁଣାକାର ହାଟକୁ ସଫଳ କରିବେ ବୋଲି ନିଷ୍ପତି ଗ୍ରହଣ କରାଗଲା ।

ପ୍ରଥମ ପର୍ଯ୍ୟାୟରେ ଅନ୍ୟୁନ ଦୁଇମାସ ପାଇଁ ବୁଣାକାରମାନଙ୍କୁ ପିଣ୍ଢି ,ଖାଇବା ବ୍ୟବସ୍ଥା ଓ ସାମଗୀ ପାଇଁ ଗୋଦାମ ଗୃହ ମାଗଣାରେ ଯୋଗାଇଦେବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହି ହାଟ ସପ୍ତାହକୁ ଥରେ ବସିବ । ଏଥିପାଇଁ ପ୍ରଶାସନ ତରଫରୁ ଶୌଚାଳୟ,ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଥିଲା । ବୁଣାକାରମାନଙ୍କ ସହିତ ଅନଲାଇନ ମାଧ୍ୟମରେ ଯୋଗାଯୋଗ,ପ୍ରଚାରପତ୍ର,ସାମାଜିକ ଗଣ ମାଧ୍ୟମ ଜରିଆରେ ସୂଚନା ଦିଆଯାଇ ବୁଣାକାର ହାଟରେ ଯେପରି ଅଧିକ ସଂଖ୍ୟାରେ ବୁଣାକାର ଓ ଗ୍ରାହାକ ସାମିଲ ହୋଇପାରିବେ ବ୍ୟବସ୍ଥା କରାଯିବ ।

ପଡୋଶୀ ଜିଲା ବରଗଡ,ସୁବର୍ଣ୍ଣପୁର ଜିଲାର ବୁଣାକାରମାନଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରଶାସନ ତଥା ଉପସ୍ଥିତ ସଦସ୍ୟମାନେ ପ୍ରୟାସ କରିବେ ବୋଲି ମତପ୍ରକାଶ କରିଥିଲେ । ଜିଲାପାଳଙ୍କ ଉଦ୍ୟମକ୍ରମେ ଏହି ବୁଣାକାର ହାଟ ଅତିଶୀଘ୍ର ଖୋଲାଯିବାକୁ ନିଷ୍ପତି ନିଆଯାଇଥିବାରୁ ସମ୍ବଲପୁରର ସାମ୍ବାଦିକ ରାଜାରାମ ପାଢି ଜିଲାପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ସମ୍ବଲପୁରରେ ଜି. ଆଇ.ଇ. ଟି. ବିଶ୍ୱ ବିଦ୍ୟାଳୟ ଗୁଣପୁର ପକ୍ଷରୁ ଅଭିଵାଭକ ସମ୍ମିଳନୀ

Posted by - June 10, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜି. ଆଇ.ଇ. ଟି. ବିଶ୍ୱ ବିଦ୍ୟାଳୟ ଗୁଣପୁର ପକ୍ଷରୁ ସମ୍ବଲପୁର ଠାରେ ଏକ ଅଭିଵାଭକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ କମ୍ପୁଟର ବିଭାଗର ପ୍ରଫେସର…

ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାକୁ ନେଇ ଆପ ପାର୍ଟିର ଧାରଣା ପଞ୍ଚମ ଦିନରେ, ଦାବିକୁ ଭିତିରିଆ ସମର୍ଥନ ଜଣାଉଛନ୍ତି ସହରବାସୀ

Posted by - September 24, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଆଜିକୁ ପାଞ୍ଚ ଦିନ ହେବ କଚେରି ସାମ୍ନାରେ ଧାରଣା ଦେଇ ରହିଛନ୍ତି ଆମ ଆଦମୀ ପାର୍ଟିର କର୍ମକର୍ତ୍ତା। ଟିଟିଲାଗଡ ସରକାରୀ…

ବିଧାୟକଙ୍କ ଦ୍ୱାରା ନୂତନ ଆହାର କେନ୍ଦ୍ର ଗୃହ ଓ ବିଜୁପଟ୍ଟନାୟକ ମାର୍କେଟ୍ କମ୍ପ୍ଲେକ୍ସ-୨ ଉଦ୍‌ଘାଟିତ

Posted by - August 5, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ନୂଆଁ ବସ୍ ଷ୍ଟାଣ୍ଡ୍ ନିକଟରେ ଆହାର କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରିଥିଲେ I ଏହା ସହ…

ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ

Posted by - November 15, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବୈତରଣୀ ନଦୀ ଦଶ୍ୱାମେଧ ଘାଟଠାରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉସô୍ବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଯାଜପୁର…

ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବିନାଶ ଠାକୁର ସମ୍ମାନିତ

Posted by - January 9, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶାର ଅଗ୍ରଣୀ ସମାଜ ସେବା ଅନୁଷ୍ଠାନ କର ଫାଉଣ୍ଡେସନର ୨ୟ ପ୍ରତିଷ୍ଠା ଦିବସ ଭୁବନେଶ୍ବର ଗିତଗୋବିନ୍ଦ ସଦନ ଠାରେ…