ଜଳସେଚନ ଦାବିରେ ଉଠା ଜଳସେଚନ ବିଭାଗର ଦୁଇ ଯନ୍ତ୍ରି ଅଟକ, ତହସିଲଦାର ଙ୍କ ପ୍ରତିଶ୍ରୁତି ପରେ ଛାଡିଲେ ଚାଷୀ

142 0

ଭବାନିପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ଜିଲ୍ଲାର ଅନେକ ମରୁଡ଼ି ପ୍ରପୀଡିତ ଅଞ୍ଚଳର ଚାଷୀ ଙ୍କ ମନରେ ନୂତନ ଆଶା ର ସଂଚାର ହୋଇଥିଲା। ସରକାର ମଧ୍ଯ ଚାଷୀ ଙ୍କୁ ଲଲିପପ୍ ଦେଖାଇବାରେ କୁଣ୍ଠା ବୋଧ କରିନଥିଲେ ହେଲେ ଘରେ ନ ପଶୁଣୁ ମୁଣ୍ଡରେ ଚାଲ ନ୍ୟାୟ ରେ ନିମ୍ନ ମାନର କାର୍ଯ୍ୟ ଓ ନିର୍ମାଣ ଜନିତ ତୃଟି ଯୋଗୁଁ ଆରମ୍ଭରୁ ହିଁ ଚାଷୀମାନେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ଏହିଭଳି ଏକ ଘଟଣା ଦେଖିବାକୁ କୋକସରା ବ୍ଳକ ମୂଷାପାଳି ପଞ୍ଚାୟତ ରେ। ମେଗା ଉଠା ଜଳ ସେଚନ କେନାଲ ଜରିଆରେ ଚାଷୀ ଙ୍କୁ ଯୋଗାଇ ଦିଆଯାଉଥିବା ପାଣି କୋକସରା ବ୍ଲକ୍ ମୂଷାପାଲି ପଞ୍ଚାୟତର ଚାଷ ଜମିକୁ ପହଞ୍ଚି ପରୁନଥିବା ନେଇ ସେହି ଅଞ୍ଚଳର ଚାଷୀ ବାରମ୍ବାର ଅଭିଯୋଗ କରିଆସୁଥିଲେ l ହେଲେ ବିଭାଗୀୟ ଅଧିକାରୀମାନେ ଚାଷିଙ୍କ ସମସ୍ୟା ସମାଧାନ ରେ ବିଫଲ ହୋଇଥିଲେ।

ତେବେ ବୁଧବାର ଦିନ ଉଠା ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରି ସନ୍ଦିପ୍ କୁମାର ବାଗ ଓ ଏସ୍.ପଲେଇ ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମକୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଯାଇଥିବା ବେଳେ ଅସନ୍ତୁଷ୍ଟ ଚାଷୀମାନେ ଏହି ଦୁଇ ଯନ୍ତ୍ରିଙ୍କୁ ଅଟକ ରଖିଥିଲେ l ପ୍ରାପ୍ତ ସୁଚନା ମତେ ଧର୍ମଗଡ଼ ବ୍ଲକ୍ ବେହେରା ଗ୍ରାମର ଦୁଇ ଚାଷୀ ପ୍ରମୋଦ ପାତ୍ର ଓ ଭରତ ଗୋପାଳ ଙ୍କ ଚାଷ ଜମିରେ ଉଠା ଜଳସେଚନ ଭୁତଲ ପଏନ୍ଟ ପୋତି ହୋଇଜିବା ଫଳରେ ତଲ ମୁଣ୍ଡ ରେ ଥିବା ଚାଷ ଜମିକୁ ପାଣି ପହଞ୍ଚି ପାରୁ ନଥିଲା l ଉକ୍ତ ଭୁତଲ ପଏନ୍ଟ କୁ ମରାମତି କରିବାକୁ ହେଲେ ଦୁଇ ଚାଷୀଙ୍କ ଚାଷ ନଷ୍ଟ ହେବା ନେଇ ସେମାନେ କ୍ଷତିପୁରଣ ଦାବି କରିଥିଲେ l ହେଲେ, ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିବା ଯନ୍ତ୍ରି ଦ୍ଵୟ ଅମଙ୍ଗ ହେବାରୁ ଚାଷୀମାନେ ଅସନ୍ତୁଷ୍ତ ହୋଇ ଯନ୍ତ୍ରୀ ଦୁଇଜଣ ଙ୍କୁ ଅଟକ ରଖିଥିଲେ ଏବଂ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଯନ୍ତ୍ରି ଦ୍ଵୟ ଙ୍କୁ ଛଡାଜିବ ନାହିଁ ବୋଲି ଅଡି ବସିଥିଲେ l

ଏ ସମ୍ପର୍କ ରେ ଖବର ପାଇ କୋକସରା ତହସିଲଦାର ରାକେଶ କୁମାର ପାରୁଆ ଓ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ତଥା ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ ଘଟନା ସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ଭୁତଲ ପଏନ୍ଟ ରହିଥିବା ଦୁଇ ଚାଷୀଙ୍କ ଚାଷ ନଷ୍ଟ ହେଉଥିବା ବାବଦକୁ କ୍ଷତିପୁରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦୁଇ ଅଟକ ଥିବା ଯନ୍ତ୍ରିଙ୍କୁ ଚାଷିମାନେ ଛାଡିଥିଲେ l ଏ ସମ୍ପର୍କରେ ଉଠା ଜଳସେଚନ ପ୍ରକଳ୍ପ ନିର୍ବାହି ଜନ୍ତ୍ରି ଅକ୍ଷୟ କୁମାର ଭୋଇ ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତିଯେ କିଛି ସ୍ଥାନରେ ଭୁତଲ ପଏନ୍ଟ ପୋତିହେବା ଫଳରେ ତଲ ମୁଣ୍ଡ କୁ ପାଣି ପହଞ୍ଚି ପାରୁନାହିଁ , ମରାମତି କରିବାକୁ ଗଲେ ଯାହା ଜମିରେ ପଏଣ୍ଟ ରହିଛି ସେମାନେ କାମ କରିବାକୁ ଦେଉ ନାହାନ୍ତି ଏଥିପାଇଁ ଏହିପରି ସମସ୍ୟା ଦେଖାଦେଉଛି l ଚାଷୀ ମାନେ ସହଜୋଗ କଲେହିଁ ଜଳସେଚନ ସମସ୍ୟାର ପ୍ରକୃତ ସମାଧାନ ହୋଇପାରିବ ବୋଲି ନିର୍ବାହି ଯନ୍ତ୍ରି ଅକ୍ଷୟ କୁମାର ଭୋଇ ପ୍ରକାଶ କରିଛନ୍ତି।

Related Post

ବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

Posted by - April 21, 2023 0
ରାୟଗଡ଼ /ମୁନିଗୁଡା :(ରମାକାନ୍ତ ପୋଡାଳ )ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲା ଯୋଜନା କମିଟି ବୈଠକ ବିଂଶତମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ…

ନବରଙ୍ଗପୁର ମହାବିଦ୍ୟାଳୟ ରେ ” ଯୁବ ସଂସ୍କାର ” କାର୍ଯ୍ୟକ୍ରମ ଶୁଭାରମ୍ଭ

Posted by - January 11, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ମହାବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼ କ୍ରସ ଓ ଏନ ସି ସି ର ଅଧିକାରୀ ମାନଙ୍କୁ ନେଇ…

ଗ୍ୟାସ୍ ଲିକ୍ ରୁ ନିଆଁ

Posted by - May 16, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଲିକ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଗଡିଆ ଗାଁରେ ଘଟିଛି ଏପରି ଅଘଟଣ । ସୁଚନା…

ସାଇନିଂ ୱାର୍ଲଡ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Posted by - December 19, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ର ମୁଖ୍ୟ…

ବିଷମ କଟକ ନାଗେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ଶୀତଳ ଷଷ୍ଠୀ ପାଳିତ

Posted by - May 26, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ବିଷମ କଟକ ନାଗେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ଶିବ ବିବାହ ଅନୁଷ୍ଟିତ ହୋଇଥିଲା। ଏହି ଶୁଭ ବିବାହ ରେ ଶିବଙ୍କ…