ରାଜ୍ୟ ସରକାର ବୃଦ୍ଧି କଲେ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ୩ ପ୍ରତିଶତ ବୃଦ୍ଧି ଘୋଷଣା, ଜାନୁଆରୀ ୨୦୨୨ରୁ ଲାଗୁ

38 0

ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯ ସରକାରୀ କର୍ମଚାରୀ ଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ୧.୧.୨୦୨୨ରୁ ପିଚ୍ଛିଲା ଭାବରେ ଲାଗୁ କରାଯାଇଛି। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି।

କର୍ମଚାରୀ ଓ ପେନସନ ଭୋଗୀ ମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ। ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ ।

Related Post

ଆଉନାହିଁ ମଣିଷ ପଣିଆ, ଘର ମାଲିକ ମନା କଲେ, ଡାକ୍ତର ଫେରାଇ ଦେଲେ,ପଢନ୍ତୁ ଖବର ଟିକୁ

Posted by - May 3, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) କରୋନା ଭୟରେ ଲୋକମାନଙ୍କ ମଧ୍ୟରେ ହଜି ଯାଉଛି ମଣିଷ ପଣିଆ । କରୋନା ଏବେ ମଣିଷ ମଣିଷ ଭିତରେ ଦୂରତାକୁ ମଧ୍ୟ…

ସୁରଟ ରେ କୋଚିଂ ସେଣ୍ଟରରେ ନିଆଁ,୧୬ ଛାତ୍ରଛାତ୍ରୀ ମୃତ

Posted by - May 25, 2019 54
ସୁରତ: ଗୁଜରାଟର ସୁରତସ୍ଥିତ ସର୍ଥାନାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା କାରଣରୁ ୧୬ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ…

ବିଶ୍ଵ ପିତୃ ଦିବସରେ ମଧ୍ୟ ବୃଦ୍ଧାଶ୍ରମ ରେ ଗୁମୁରି କାନ୍ଦୁଛି ହତଭାଗା ପିତା

Posted by - June 20, 2022 0
ଭୁବନେଶ୍ଵର (ବ୍ୟୁରୋ) : ଜୁନ ୧୯ ତାରିଖ ସମଗ୍ର ବିଶ୍ଵ ପାଳନ କରୁଛି ପିତୃ ଦିବସ ହେଲେ ଆଜିବି ଏମିତି କିଛି ହତଭାଗ୍ୟ ପିତା ଅଛନ୍ତି ଯେଉଁ…

ମୁଖିଗୁଡ଼ା ରେ ପାନୀୟ ଜଳ ସଙ୍କଟ, ଜଳ ଯୋଗାଣ ଦାବିରେ ମହିଳାଙ୍କ ବ୍ଳକ କାର୍ଯ୍ୟାଳୟ ଘେରାଉ

Posted by - December 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ସରକାର ପ୍ରତି ଗାଁକୁ ପାନୀୟଜଳ ର ନାରା ଦେଉଥିଲେ ହେଁ ପ୍ରକୃତ କ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି। କେବଳ ସ୍ଲୋଗାନ ଦେଇ…