କଣ୍ଟାମାଳରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି

57 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୭୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୬୬ ଗୋଟି ବ୍ୟକ୍ତିଗତ ମାମଲା ଓ ୮ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୪ ଗୋଟି ଅଭିଯୋଗକୁ ତତ୍କାଳ ଫଇସଲା କରାଯାଇ ସେଥିମଧ୍ୟରୁ ୨ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୭ ହଜାର ଟଙ୍କାର ସହାୟତା ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧ ଜଣଙ୍କୁ ୮ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା ।

ଏହି ଶିବିରରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ, ବିଡିଓ କଣ୍ଟାମାଳ କଳାକୃଷ୍ଣ ପ୍ରଧାନ, ତହସିଲଦାର ଧନଞ୍ଜୟ ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ,ଜିଲା ସମାଜ ମଙ୍ଗଳ ଅଧିକାରୀ ଏସ.କୁଜୁର, ସହକାରୀ କୃଷି ଅଧିକାରୀ ନିବେଦିତା ପ୍ରଧାନ,ଜଳଛାୟା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ୍ତ କୁମାର ମହାନ୍ତି,ଜିଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାହାରୀ,ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢି,ଆଇଆଇସି କଣ୍ଟାମାଳ ନଳିନିକାନ୍ତ ଦାଶ, ଟିଆରଓ କୁଲଦୀପ ମହାନ୍ତି , ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିର୍ଦ୍ଦେଶ ଦେବାସହିତ ଯେଉଁ ବିଭାଗୀୟ ଅଧିକାରୀମାନେ ଅଭିଯୋଗ ଶୁଣାଣି ଶିବିରରେ ଅନୁପସ୍ଥିତ ଥିଲେ ସେମାନଙ୍କୁ କୈଫିୟତ ମାଗିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଟାମାଳ ବିଡ଼ିଓ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

Related Post

କଳାହାଣ୍ଡି ପୋଲିସର ସଫଳତା, ଗିରଫ ହେଲା ଡକାୟତି ମାମାଲାର ମାଷ୍ଟର ମାଇଣ୍ଡ

Posted by - July 6, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚୋରି ଡକାୟତି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ଖୋଦ୍ ଭବାନୀପାଟଣା ସଦର ମହକୁମା…

ଜହ୍ନାପଡା ଗ୍ରାମର ରାସ୍ତାକୁ ମରାମତି ପାଇଁ ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ

Posted by - October 27, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲା ଅତାବିରା ବ୍ଲକ ଜହ୍ନାପଡା ଗ୍ରାମର ରାସ୍ତା ଦିର୍ଘ ଦିନରୁ ସୋଚନିୟ ଅବସ୍ଥାରେ ପଡିରହିଥିବାବେଲେ । ଦେବାହାଲ ରୁ ଜହ୍ନାପଡା ଗ୍ରାମର ମୁଖ୍ୟରାସ୍ତା ଟି ପ୍ରଧାନମନ୍ତ୍ରି…

ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ନାମରେ ଡାକ ଟିକଟ ପ୍ରଚଳନ

Posted by - September 28, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବହୁତ ଦିନର ଦାବି ପରେ କେନ୍ଦ୍ର ସରକାରଙ୍କ ଭାରତୀୟ ଡାକ ସେବା ତରଫରୁ ଘୁମୁସରର ସ୍ବାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ…

ପୂର୍ବତନ ଉପ-ନଗରପାଳଙ୍କ ପରଲୋକ.

Posted by - December 22, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ପୌରପାଳିକାର ପୂର୍ବତନ ଉପ-ନଗରପାଳ ରାମପତି ମାଣ୍ଡୋଠିଆଙ୍କ ପରଲୋକ ହୋଇଛି । ଶ୍ରୀମତୀ ମାଣ୍ଡୋଠିଆ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ପୌରପାଳିକାର ପୂର୍ବତନ ଉପ-ନଗରପାଳ ଭାବେ ନିର୍ବାଚିତ…

ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟରେ ବନ୍ୟା ଜଳ, ମୂଲ୍ୟବାନ କାଗଜପତ୍ର ନଷ୍ଟ

Posted by - September 3, 2020 0
ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅଲିପୁର ପଞ୍ଚାୟତ ଭାବନିପୁର ଗ୍ରାମରେ ରହିଛି ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟ, ଚଳିତ ବନ୍ୟାରେ ବନ୍ୟାଜଳ ମହାବିଦ୍ୟାଳୟ ଭିତରକୁ ପ୍ରବେଶ…