Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।

42 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାରl ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଇରମାଳ ଗ୍ରାମରେ l ଆଜି ଜଣେ ଯୁବକ ବେକରେ ଦଉଡ଼ି ଲଗାଇଆତ୍ମ ହତ୍ୟା କରିଥିବା ଜଣାପଡିଛି l ।ମିଳିଥିବା ସୂଚନା ଅନୁଯାୟୀ ଖଇରମାଳ ଗ୍ରାମର ସାଗର ମହଲା (୨୦) ଗତ ରାତିରେ ଖାଇ ପିଇ ଶୋଇଥିଲେ।ସେ ସୋନପୁର କୁଞ୍ଜ ଛକ ନିକଟରେ ଫଳ ମୂଳ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ଆଜି ସକାଳେ ସାଗର ନ ଉଠିବାରୁ ତାଙ୍କ ବଡବାପା ସୀତାରାମ ମହଲା କବାଟ ବାଡେଇ ଡାକିଥିଲେ l

ସାଗର ନ ଶୁଣିବାରୁ ଘରର ସ୍କାଇଲାଇଟ୍ ପଟୁ ଦେଖିଥିଲେ।ସାଗରର ଶରୀର ଘର ଭିତରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ମନମୁଣ୍ଡା ପୋଲିସ କୁ ଖବର ଦେଇଥିଲେ।ସାଗର ଙ୍କ ବାପା ମାଁ କିଛି ବର୍ଷ ପୂର୍ବେ ପୃଥକ ପୃଥକ ଭାବେ ମୃତ୍ୟୁବରଣ କରିଥିଲେl ପୁଣି ସମାନ ଢଙ୍ଗରେ ସାଗରଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ମନ ମୁଣ୍ଡା ହସ୍ପିଟାଲ କୁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମନ ମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Related Post

ଅନୁଗୋଳ ନୂତନ ବସଷ୍ଟାଣ୍ଡ ଉଦଘାଟିତ – ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା

Posted by - January 3, 2020 0
ଅନୁଗୋଳ:( ମହେଶ ଭୋମରାଜ) ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ସୋମବାର ଦିନ ଅନୁଗୋଳ ଠାରେ ୫.୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ନୂତନ…

ଅଗ୍ନିଶମ ବିଭାଗ ଦ୍ୱାରା ମକଡ଼୍ରିଲ

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହରର କୋଶଳ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଏକ ମକଡିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଙ୍କୁ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଙ୍ଘ ଏବଂ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା  

Posted by - June 14, 2022 0
ବୌଦ୍ଧ :୧୩/୬(ଚିତରଞ୍ଜନ ସିଂ) ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ନିଜର ନିର୍ବାଚନ ମଣ୍ଡଳୀ  ବା ବୌଦ୍ଧଜିଲ୍ଲା କୁ ସୋମବାର…

ଅଲ ଓଡିଶା ଇପିଂଏପଂ ପେଂନସନ ଭୋଗୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବି

Posted by - November 17, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଅଲ ଓଡିଶା ଇପିଂଏପଂ ପେଂନସନ ଭୋଗୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଯାଜପୁର ଜିଲା ପ୍ରଶାସନକୁ ଏକ ଦାବୀ ପତ୍ର ପ୍ରଦାନ…

ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ

Posted by - December 22, 2019 0
ଯାଜପୁର: ତା୨୨/୧୨/୧୮ ରିଖ ରବିବାର ଯାଜପୁର ଜିଲ୍ଲାରେ ଥିବା ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଯାଜପୁର ତ୍ରିଲୋଚନଶ୍ୱର ମନ୍ଦିର ନିକଟରେ ଥିବା…