ଘୁନୁସର ଗାଁରେ ଚାପା ଉତ୍ତେଜନା , ଗୋମାଂସ ଜବତ , ୨ ଗିରଫ ,ଜଣେ ଫେରାର

70 0

ଖପ୍ରାଖୋଲ:  (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଘୁନୁସର ଗାଁ ରେ ଗୋମାଂସ କଟିବା ଅଭିଯୋଗ ରେ ୩ ଜଣ ଙ୍କ ନାରେ ମାମଲା ରୁଜୁ ହୋଇ ଥିବା ବେଳେ ରବିବାର ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖପ୍ରାଖୋଲ ପଞ୍ଚାୟତ କୁର୍ଲୁମାଲ ଗାଁର ବୈଷ୍ଣବ ରୋହିଦାସ (୫୦) ଓ ଶୁକ ରୋହିଦାସ (୪୫) ବୋଲି ଜଣାଯାଇଥିବା ବେଳେ ଫେରାର ଅଭିଯୁକ୍ତ ଘୁନୁସର ଗାଁରେ ବିର କୁମ୍ଭାର ବୋଲି ଜଣାଯାଇଛି । ସୂଚନା ଅନୁସାରେ ଘୁନସର ଗାଁର ବିର କୁମ୍ଭାରଙ୍କ ଘର ବାରିପଟେ ଶନିବାର ଅପରାହ୍ନ ରେ ଗରୁ ମାଂସ କଟା ଯାଉଥିବା ପ୍ରଚାର ହୋଇଥିଲା ।

ଏହା ପରେ ଗାଁ ରେ ଚାପ ଉତେଜନା ପ୍ରକାଶ ପାଇଥିଲା । ଏନେଇ ଲାଠୋର ଥାନା ପୋଲିସ ଖବର ପାଇ ସଦଳ ବଲେ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରିଥିଲେ । ଏହି ଅବସରରେ ବିର କୁମ୍ଭାର ଙ୍କ ବାରିପଟୁ ୫ ବସ୍ତା ଗୋରୁ ମାଂସ ଜବତ କରିବା ସହ ବୈଷ୍ଣବ ଓ ଶୁକ କୁ ଗିରଫ କରିଥିବା ବେଳେ ବିର ଫେରାର ମରିଥିଲା । ଏନେଇ ଲାଠୋର ଥାନା କେସ ନମ୍ବର ୧୦୭/୨୨ ଧାର ୪୧୯, ୩୪ ଆଇ ପି ସି ଓ ଧାର ୭ ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ ଓ ଧାର ୧୧ ପି ସି ଏ ଏକ୍ଟ୍ ୧୯୬୦ ଅନୁସାରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଫେରାର ମାରିଥିବା ଓ ଜବତ ଗୋମାଂସ ପୋତା ଯାଇଥିବା ପ୍ରକାଶ କରିବା ସହ ଘଟଣା ର ତଦନ୍ତ ଚାଲିଥିବା ଲାଠୋର ଥାନା ଅଧିକାରୀ ଝସ କେତନ ଭୋଇ ପ୍ରକାଶ କରିଛନ୍ତି ।

Related Post

ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର ଆଭାସି ବୈଠକ

Posted by - August 7, 2021 0
ବୌଦ୍ଧ(ଚିତ୍ତରଂଜନସିଂ)- ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର ଭର୍ଚୁଆଲ ମାଧ୍ୟମରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା…

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ସଦ ଭାବନା ଦିବସ ଉପଲକ୍ଷେ ଶପଥ ପାଠ ଉତ୍ସବ

Posted by - August 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ଗତ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ…

ଗାଁରେ ପହଞ୍ଚିଲାନି ଦାଦନଙ୍କ ଶବ : ହାଇଦ୍ରାବାଦ ରେ ପତ୍ନି ର ଅନ୍ତିମ ସସ୍କାର କଲେ ସ୍ଵାମୀ

Posted by - June 17, 2022 0
ଭବାନିପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସରକାରଙ୍କ ଜନହିତକର ଯୋଜନା କଳାହାଣ୍ଡି ରେ ହେଉଛି ବାଟବଣା, ପେଟ ଚାଖଣ୍ଡକ ପାଇଁ ଲୋକେ ସାଜୁଛନ୍ତି ଦାଦନ ଏବଂ…

କନ୍ଧ ସମାଜ, ପଞ୍ଚରା ର ତ୍ରିସ୍ତରୀୟ ନିର୍ବାଚନ ରେ ଆସନ ସଂରକ୍ଷଣ ପାଇଁ ଦାବୀ ପତ୍ର ପ୍ରଦାନ

Posted by - January 3, 2022 0
ବୌଦ୍ଧ :(ସମରେଶ  ମିଶ୍ର )ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଦଫାରେ ବୌଦ୍ଧ ଜିଲ୍ଲା ପାଇଁ ଜାରୀ କରାଯାଇଥିବା…

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ       

Posted by - April 18, 2020 0
କେନ୍ଦୁଝର:( ସିତରାମ ଦିକ୍ଷୀତ) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କର  ଆଜି ଅପରାହ୍ନରେ ତାଙ୍କର ଭଦ୍ରାସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କର ବୟସ ୯୦…