Breaking News
2:23 pmରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି 2:22 pmଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ, ୩ ଦିନ ଯାଏଁ ଛେଚିବ, 2:21 pmସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ 2:20 pm୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 2:19 pmହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଛୁଇଁଲା ୬୩୦ ଫୁଟ। ଅପରାହ୍ନ ୩ଟା ସୁଦ୍ଧା ୭ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି

ଦଶହରା ପୂଜା ଓ ମହାବଳି ଯାତ୍ରାର ପ୍ରସ୍ତୁତି ବୈଠକ

232 0

ସୋନପୁର : (ଅଜିତ କୁମାର ପୂଜାହାରୀ) ଚଳିତ ବର୍ଷ ‘୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରାର ବିଭିନ୍ନ ପୂଜା ଓ ବଳି ପର୍ବର ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୋତ୍ତର ସୋନପୁର ଡ଼ଃ ଇପ୍ସିତା ପ୍ରିୟ ଦର୍ଶିନୀ ମିଶ୍ର ଙ୍କଆବାହକତ୍ୱରେ ଜିଲ୍ଳା ଯୋଜନା ଓ ସମନ୍ୱୟ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ନିମନ୍ତେ ହେବାକୁ ଥିବା ମହାବଳି ଯାତ୍ର ନିମନ୍ତେ ବିଭିନ୍ନ ଦେବୀ ମନ୍ଦିର ରେ ବିଭିନ୍ନ ପୁଜା ଓ ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟ ଉପରେ ଆଲୋଚନା କରାଯାଇଛି l ବିଗତ ବର୍ଷ ମାନଙ୍କରେ ବଳି ଯାତ୍ରାର ମୁଖ୍ୟ ବରୁଆ ବିଜାରୁ ନେଗୀ ଙ୍କ ଦେହାନ୍ତ ହେତୁ ଅଦ୍ୟ ବୈଠକରେ ନିରବ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ଏହି ମର୍ମରେ ସୁବାଷ ନେଗୀ ଚଳିତ ବର୍ଷ ବିଜାରୁ ନେଗୀଙ୍କ ଦ୍ୱାରା ସମ୍ପାଦିତ ସମସ୍ତ ପୁଜା କର୍ମଣ ନିର୍ବାହ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି l

ପୁନଶ୍ଚ ବୈଠକରେ ଦଶହରା ପୁଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ଦ୍ୱାରା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ପୁଜା ରେ ବିଶେଷ ସହଯୋଗ କରିବାକୁ ଅଧ୍ୟକ୍ଷ ଉପସ୍ଥିତ ଅଧିକାରୀ ତଥା ସେବାୟତ, ପୂଜକ, ବିଭିନ୍ନ ଅନୁଷ୍ଠାନ ପ୍ରଭୁତିଙ୍କୁ ପରାମର୍ଶ ଦେଇଛନ୍ତି l ବିଶେଷ ଆଲୋଚନା ରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ, ମନ୍ଦିର ଗୁଡିକୁ ସମୟ ପୂର୍ବରୁ ରଙ୍ଗ ଲଗାଇବା, ମନ୍ଦିର ସମୂହ ର ପାରିପାର୍ଶ୍ଵ ସଫା ସୁତୁରା, ଶାନ୍ତି ଶୃଙ୍ଖଳା ରକ୍ଷା, ମନ୍ଦିର ଓ ପାର୍ଶ୍ଵ ମନ୍ଦିର ପରିସରରେ ଆବଶ୍ୟକ ମରାମତି,ସହ ସେବାପୂଜା ଉପରେ ଆଲୋଚନା କରାଯାଇଛି l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଆଇ ଆଇ ସି କୃଷ୍ଣ ଚନ୍ଦ୍ର ମେହେର,ଦେବୋତ୍ତର ମ୍ୟାନେଜର ମେଘନାଦ ମନହିରା, ନାଜିର ନୀଳାମ୍ବର ଶତପଥୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଦେବୋତ୍ତର ଉପଦେଷ୍ଟା କମିଟିର ସଦସ୍ୟ /ସଦସ୍ୟା ବୃନ୍ଦ,ବିଭିନ୍ନ ମନ୍ଦିର ର ସେବାୟତ ତଥା ପୂଜକ ବୃନ୍ଦ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସମାଜସେବୀ ପ୍ରମୁଖ, ସାମ୍ବାଦିକ ପ୍ରଭୁତି ଯୋଗଦାନ କରିଥିଲେl ଆଲୋଚନା ମୁତାବକ ଦଶହରା ପର୍ବ ଓ ମହା ବଳି ଯାତ୍ରା ମୁଖ୍ୟ ପୁରୋହିତ ଦୀପକ କୁମାର ପୁରୋହିତ ଙ୍କ ଦ୍ୱାରା ନିମ୍ନ କାର୍ଯ୍ୟ ସୂଚୀ ମତେ ସମ୍ପାଦିତ କରାଯିବ l

ତା ୨୫/0୯/୨୨,ରବିବାର ଅମାବାସ୍ୟା ଦିବା ୧.୦୦ ଘଣ୍ଟା ବାହୁତୀ ବିଜୟ ଛତ୍ର ସୁରେଶ୍ଵରୀ ମନ୍ଦିର ଠାରୁ ପୂଜା ହୋଇ ସମଲେଶ୍ୱରୀ ମନ୍ଦିରକୁ ବିଜୟ । ରାତ୍ର ୧୦,୦୦ ଘଣ୍ଟା ସମୟରେ ସମଲେଶ୍ବରୀ ପୀଠରେ ପୂଜା ଓ ବଳି ହୋଇ ପୁଣି ବାଉତି ଛତ୍ର ସହ ସମଲେଶ୍ୱରୀ ପୀଠକୁ ପ୍ରତ୍ୟାବର୍ତ୍ତନ । ୨୬/0୯/୨ ୨, ସୋମବାର ଶୁକ୍ଳପକ୍ଷ ପ୍ରତିପଦା ତିଥ୍‌ ଥ‌ିବାରୁ ନଅ ଦିନାତ୍ମକ (ନବରାତ୍ର ପୂଜାରମ୍ଭ )ପୂଜା ଆରମ୍ଭ | ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠ ଠାରେ ପୂଜା ଓ ବଳି ।୨୭/0୯/୨ ୨ ଓ ୨୭/0୯/୨ ୨ ମଙ୍ଗଳବାର ଏବଂ ବୁଧବାର ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠ ଠାରେ ପୂଜା ଓ ବଳି l ତା ୨୯ /0୨/୨୨ ଗୁରୁବାର ଚତୁର୍ଥୀ ତିଥି ହେତୁ ଚତୁର୍ଥୀ ତିଥି ହେତୁ ଚଉଠି କାର୍ଯ୍ୟ ଆରମ୍ଭ ଏବଂ (ଖୋଉଲ ଚଉଠି କାର୍ଯ୍ୟ) ଖୋଉଲ କୃତ୍ୟ ହେବ । ରାତ୍ର 12.30 ମି ସମୟରେ ସମଲେଶ୍ୱରୀ ପୀଠରୁ ପୁଜା ଫୁଲ, ପ୍ରସାଦ ସହ ଖମ୍ବେଶ୍ବରୀ ପୀଠକୁ ଓ ଖମ୍ବେଶ୍ବରୀ ପୀଠ ଠାରେ ଦର୍ଶନ ପରେ ସୁରେଶ୍ୱରୀ ମନ୍ଦିର ଖଉଳ ପୀଠରେ ରାତ୍ର 3 ଘଣ୍ଟା ରେ ଖଉଳ କୃତ୍ୟ l ସମଲେଶ୍ୱରୀ ପୀଠରେ ପୂଜା ଓ ବଳି ଓ ଖମ୍ବେଶ୍ବରୀ ପୀଠରେ ପୁଜା ଓ ବଳି ଓ ଅଷ୍ଟଚଣ୍ଡୀ ନିଶା ପୂଜା l

ତା ୩୦,୦୯, ୨୦୨୨,ଶୁକ୍ରବାର ପଞ୍ଚମୀ ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ଵରୀ ମନ୍ଦିର ପୀଠରେ ପୂଜା ଓ ବଳି l ଶନିବାର,ତା ୦୧,୧୦, ୨୦୨୨ ଷଷ୍ଠୀ,ରାତ୍ରରେ ସପ୍ତମୀ ତିଥି ହେଉଥ‌ିବା ଯୋଗୁ ପୀଠେ ସପ୍ତମୀ ପୂଜା ଓ ଦୂର୍ଗା ଦେବୀ ବିଜୟ ।ତ୍ରିଦିନାତ୍ମକ ପୂଜାରମ୍ଭ l ରାତ୍ର ୯ ଘଣ୍ଟା ସମୟରେ ମୁଖ୍ୟ ପୁରୋହିତଙ୍କ ବାସଗୃହରୁ ଦୁର୍ଗାଦେବୀ ଶ୍ରୀ ସମଲେଶ୍ୱରୀଙ୍କ ମଣ୍ଡପକୁ ବିଜେ ଓ ପୂଜାନୀତି ଏବଂ ଷୋଡଶ ଉପଚାର ବିଧିପରେ ଖମ୍ବେଶ୍ବରୀ ମନ୍ଦିରକୁ ବିଜୟ ଯାତ୍ରା ଛତ୍ର ଚାମର ବିବିଧ ବାଦ୍ୟ ଆଦି ସହିତ l ଭୁବନେଶ୍ୱରୀ ଦେବୀ, ସମଲେଶ୍ୱରୀ ପୀଠକୁ, କାଳୀ ଦେବୀ ସୁରେଶ୍ୱରୀ ପୀଠକୁ ବିଜୟ ଯାତ୍ରା l ୦୨,୧୦ ୨୦୨୨ ରବିବାର ସପ୍ତମୀ ରାତ୍ରରେ ଅଷ୍ଟମୀ ଲାଗୁଥିବାରୁ ମହାଅଷ୍ଟମୀ ପୂଜା ରାତ୍ର ୧୨ ଘଣ୍ଟା ୩୦ ମିନିଟ ସମୟରେ ସମସ୍ତ ଅଷ୍ଟଚଣ୍ଡୀ ଦେବୀ ମାନଙ୍କର ତଥା ସହରର ସମସ୍ତ ଦେବୀ ସ୍ଥାନରେ ଅଷ୍ଟମୀ – ନିଶି ପୁଜା ଓ ମହାଖଳା ପୂଜା ହେବ l

ତା ୦୩, ୧୦.୨୦୨୨ ସୋମବାର ଅଷ୍ଟମୀଦିବା ୪ ଘଣ୍ଟା ୩୦ ମିନିଟ ନଦମୀ ତିଥ୍ୟ ହେଉଥିବାରୁ ପୀଠେ ନବମୀ ପୂଜା କାର୍ଯ୍ୟ । ରାତ୍ର ୧. ୩0 ମିନିଟ ସମଲେଶ୍ୱରୀ ପୀଠରୁ ପୁଜା ପ୍ରସାଦ ଖମ୍ବେଶ୍ବରୀ ମନ୍ଦିରକୁ ବରୁଆ ଯିବ l ରାତ୍ର ୧୨ ଘଣ୍ଟା ପରେ ଗାଏନ ପିଢା ପୂଜା ନୀତି ରାତ୍ର ୩ ଘଣ୍ଟାରେ ଖମ୍ବେଶ୍ୱରୀ ମଣ୍ଡପରେ ଡାଙ୍ଗୁଆ ବଳି ଓ ରାତ୍ର ୪ ଘଣ୍ଟା ସମୟରେ ମହାନବମୀ ବିହିତ ମହାବଳୀଯାତ୍ରା ପର୍ବ ଅନୁଷ୍ଠିତ ହେବ l ତା ୦୪,୧୦,୨୦୨୨ ମଙ୍ଗଳବାର ନବମୀ ଦିବା ୨ ଘଣ୍ଟା ୧୮ ମିନିଟ ଠାରୁ ଦଶମୀ ତିଥୀ (ମହାଦଶହରା) ପୀଠଦେବୀଙ୍କର ଦଶହରା ବିଜୟାଦଶମୀ ମହାଦଶହରା କାର୍ଯ୍ୟ ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ବରୀ ମନ୍ଦିର ପୀଠରେ ପୁଜା ଓ ବଳି ପରେ ଶ୍ରୀ ଦୁର୍ଗା ଦେବୀ /ଭୁବନେଶ୍ୱରୀ ଦେବୀ / କାଳୀ ଦେବୀ, ଠାକୁରାଣୀ ମାନଙ୍କର ପ୍ରତ୍ୟାବର୍ତ୍ତନ ।ତା ୦୯, ୧୦, ୨୦୨୨ ରବିବାର ପୂର୍ଣିମା ହନୁମାନ ଛତ୍ର ବିଜୟ -ମୁଢାସୁର ପୂଜା ।ତା ୧୦,୧୦,୨୦୨୨ ସୋମବାର କାର୍ତ୍ତିକ ପ୍ରତିପଦା,କାର୍ତ୍ତିକ ବ୍ରତାରମ୍ଭ । ସମଲେଶ୍ବରୀ ପୀଠେ ରାତ୍ର ୧୦ ଘଣ୍ଟା ସମୟରେ ପୂଜା ଓ ବଳି ପରେ ବାଉତି ଛତ୍ର ପ୍ରତ୍ୟାବର୍ତନ ହେବ ବୋଲି ସୂଚନା ମିଳିଛି l

 

Related Post

ଖପ୍ରାଖୋଲରେ ବୀରତା ଦିବସ ପାଳିତ

Posted by - December 31, 2021 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ପ୍ରହରୀ ମଣ୍ଡପ ଠାରେ ବ୍ଲକ ବିଂଝାଲ ସମାଜ ତରଫରୁ ବୀରତା ଦିବସ ଶୁକ୍ରବାର ପାଲିତ ହୋଇଯାଇଛି। ବ୍ଲକ ସଭାପତି ଲୋଚନ…

ହାଇସ୍କୁଲ ପଡ଼ା ହନୁମାନ ମନ୍ଦିର ସାମ୍ନାରେ ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଯୁବକ ଗିରଫ, ପୋଲିସ କଲା କୋର୍ଟ ଚାଲାଣ

Posted by - October 28, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ହନୁମାନ ମନ୍ଦିର ସାମ୍ନାରେ ହୋଇଥିବା ସଡ଼କ ଦୁର୍ଘଟଣାର ଶୀକାର ହୋଇ ଆଇ ନାତି ଗୁରୁତର ଆହତ ହୋଇଥିଲେ, ଆଈ…

ଲକ୍ ଡାଉନ ପରେ କଳିଙ୍ଗ ଯୁବକ ସଂଘର ଗରିବଙ୍କୁ ରନ୍ଧା ଖାଦ୍ୟ ବିତରଣ ୧୦ ଦିନରେ ପହଁଚିଲା

Posted by - April 11, 2020 253
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) କଳିଙ୍ଗ ଯୁବକ ସଂଘ ଚଣ୍ଡିପୁର ତରଫରୁ ଲକ ଡାଉନ ହେବା ପରେ ଆଜିକୁ ୧୦ ଦିନ ହେବ ଅସହାୟ ଲେକାଙ୍କୁ ରନ୍ଧାଖାଦ୍ୟ ବଂଟନ…

ପାଠୀ ସାରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Posted by - June 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଜନ ପ୍ରିୟ ଅଧକ୍ଷ ମନୋଜ କୁମାର ପାଠୀ ଦୀର୍ଘ 38 ବର୍ଷ ପରେ ଚାକିରୀରୁ ଅବସର ନେଇଛନ୍ତି. ସେ…

ଉତ୍କଳ ଆଲୁମିନାରେ କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ ବିଶାଳ ବୃକ୍ଷରୋପଣ ଅଭିଯାନ

Posted by - August 7, 2023 0
ଟିକିରି:୫/୮ (ରମାକାନ୍ତ ପଡାଲ ) ପରିବେଶ ଓ ଦୀର୍ଘସ୍ଥାୟିତ୍ବ ଦିଗରେ ଏହାର ନିରନ୍ତର ପ୍ରୟାସ ଜାରି ରଖ୍ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ଲିମିଟେଡର ଏକ ସହଯୋଗୀ…