ବିନା ଫିଟନେଶରେ ଚାଲୁଥିବା ଗାଡ଼ି ଉପରେ କାର୍ଯ୍ୟ।ନୁଷ୍ଠାନ କେବେ ?

244 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ବହୁତ ଯାନବାହନ ଚଳାଚଳ କରୁଛି, ତନ୍ମଧ୍ୟରୁ ସ୍କୁଲବସ, ପିଡିଏସ ଚାଲାଣ ହେଉଥିବା ଟ୍ରକ, ବହୁତ ମାଲବୁହା ତଥା ଅନ୍ୟ ଗାଡ଼ି ମାନଙ୍କର ନା ଇନସ୍ୟୁରାନସ ଅଛି ନା ଫିଟନେଶ ଅଛି କିନ୍ତୁ ବର୍ଷ ବର୍ଷ ଧରି ଏହି ଯାନବାହନ ଚଳାଚଳ କରୁଛି, ତାଙ୍କ ଉପରେ କିଏ ଏବଂ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ? ଯେହେତୁ ପରିବହନ ମନ୍ତ୍ରୀ ଟିଟିଲାଗଡ଼ର, ଆଗ ଏହି ଶୁଭ କାର୍ଯ୍ୟ ଏଠାରୁ ଆରମ୍ଭ କରାଗଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

କିଛି ଦିନ ତଳେ କୁଶକେଲା ଗ୍ରାମ ପଞ୍ଚାୟତ ନିକଟରେ ଏକ ପିଡିଏସ ଚାଉଳ ବୋଝେଇ ଗାଡ଼ିକୁ ଚୋରା ଚାଲାଣ ସନ୍ଦେହରେ ସେଠାକାର ସ୍ଥାନୀୟ ବାସିନ୍ଦା ଅଟକାଇ ଥିଲେ, ସେ ଗାଡ଼ିର ଫିଟନେସ ଥିଲା, ସେହିପରି ତାର ଦୁଇ ଦିନ ପରେ ଆଉ ଗୋଟିଏ ଟ୍ରକ ଯୋଗେ ପିଡିଏସ ଚାଉଳ ଧରି ଗନ୍ତବ୍ୟ ସ୍ଥଳକୁ ଯାଉଥିଲା, ସେହି ଟ୍ରକର ମଧ୍ୟ ଫିଟନେଶ ନ ଥିବା ଜଣା ପଡ଼ିଥିଲା। ଏଥିରୁ ଅନୁମେୟ ଯେ ପରିବହନ ବିଭାଗର ଏହି ଅଞ୍ଚଳରେ କାଗଜପତ୍ର ଯାଞ୍ଚ ନ କରିବା ଯୋଗୁଁ ଲୋକ ତଥା ଗାଡି ମାଲିକ ବେଧଡକ ତାଙ୍କର ବିନା ଫିଟନେସ ଥିବା ଗାଡି ଚଳାଚଳ କରୁଛନ୍ତି, ଯଦ୍ୱାରା ସରକାରଙ୍କ ରାଜସ୍ବ ହାନି ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଛି।

ଯେତିକି ବି ଦୁର୍ଘଟଣା ଘଟୁଛି ପ୍ରାୟତ ଅଧିକାଂଶ କ୍ଷେତ୍ରରେ ଏହି ଇନ୍ସୁରାନ୍ସ ଏବଂ ଫିଟନେଶ ନ ଥିବା ଜଣା ପଡ଼ିଥାଏ। ଏହି ସହରରେ କିଛି ସ୍କୁଲ ବସ ମାନଙ୍କର ମଧ୍ୟ ଫିଟନେସ କି ଇନ୍ସ୍ୟୁରାନ୍ସ ନ ଥିବା ଅଭିଯୋଗ ହେଉଛି, ଯଦ୍ୱାରା ଆଗକୁ ଅଘଟଣ ନ ଘଟୁ କି ଲୋକଙ୍କ ଜିବନ ପ୍ରତି ବିପଦ ନ ରହୁ, ସେଥିପାଇଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ଯଥା ଶୀଘ୍ର ଏ ଦିଗରେ ଧ୍ୟାନ ଦେଇ ଯଥା ଶୀଘ୍ର ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Related Post

ଜବର ଦଖଲ କାରୀଙ୍କ କବ୍ଜା ରେ ସରକାରୀ ଆୟୁର୍ବେଦିକ ଦିସ୍ପେନସରି ଓ ଗୋଷ୍ଠୀ ଗୃହ

Posted by - March 5, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ଯାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗାଁ ରୁ ଆସିଛି ସାଂଘାତିକ ଅଭିଯୋଗ ଗାଁ ରେ ୧୯୯୪ ମସିହା ଠାରୁ ଏକ ଆୟୁର୍ବେଦିକ ଦିସ୍ପେନସରି…

କୋକସରା ବ୍ଲକ ବିଡ଼ିଓ ଙ୍କ ସ୍ୱାମୀ ଙ୍କ ଦାଦାଗିରି ସାମ୍ବାଦିକ ଙ୍କୁ ହତ୍ୟା ଧମକ

Posted by - March 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ, ଗାଳିଗୁଲଜ, ହତ୍ୟା ଆଦି ଘଟଣା ରାଜ୍ୟରେ…

ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏଆଇଓ୍ବାଏଫ ପକ୍ଷରୁ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

Posted by - October 21, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅନ୍ତର୍ଗତ ମହାଲିଙ୍ଗ ଠାରେ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କୁ ହତ୍ୟା ଘଟଣା!ମା’କୁ ସମ୍ମାନ ଗାଁକୁ କାମ ସ୍ଲୋଗାନ ଦେଉଥିବା…

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ରେ ଶିକ୍ଷକ ଗିରଫ, ଠକିଛନ୍ତି ଲକ୍ଷାଧିକ ଟଙ୍କା

Posted by - March 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିଯୁକ୍ତି ଅଭାବରୁ ଦେଶରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାର ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇବାରେ ବିଫଲ…

ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 17, 2021 0
ସୋନପୁର::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ…