ବାହାର ରାଜ୍ୟ କୁ ଦାଦନ ଶ୍ରମିକ ଚାଲାଣ ବେଳେ ୨୨ ଦାଦନ ଶ୍ରମିକ ଓ ୮ ଜଣ ଶିଶୁ ଉଦ୍ଧାର

40 0

ପାଟଣାଗଡ :  (ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଲାଠୋର ପୋଲିସ ବାହାର ରାଜ୍ୟ କୁ ଦାଦନ ଚାଲାନ ହେଉଥିବା ସମୟରେ ପୃଥକ୍ ପୃଥକ୍ ଦୁଇଟି ସ୍ଥାନରେ ଚଢ଼ଉ କରି ୨୨ ଜଣ ଦାଦନ ଶ୍ରମିକ ଓ ୮ ଜଣ ଶିଶୁ କୁ ଉଦ୍ଧାର କରିବା ସହ ଦାଦନ ସର୍ଦ୍ଦାର କାର୍ତ୍ତିକ ଧାରୁଆ ଓ ଦେବାନନ୍ଦ ମାଝୀ ଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ମୁତାବକ ବେଳପଡ଼ା ଥାନା କୁମ୍ଭାରଖାନ ଗାଁ ର କାର୍ତ୍ତିକ ଧରୁଆ ଲରମ୍ଭା ଥାନା ଅନ୍ତର୍ଗତ ଘସିଏନ ଗ୍ରାମର ୧୬ ଜଣ ଦାଦନ ଶ୍ରମିକ ଓ ୫ ଜଣ ଶିଶୁ ଙ୍କୁ ବାହାର ରାଜ୍ୟ କୁ ଟ୍ରେନ ଯୋଗ ଚାଲାଣ କରିବା ପାଇଁ ବସ ଷ୍ଟପ ରେ ରଖିଥିବା ସମୟରେ ପୋଲିସ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରି ତାଙ୍କ ନିଜ ଗ୍ରାମରେ ଛାଡି ଥିବା ସୂଚନା ମିଳିଛି ।

ସେହିପରି ଖପ୍ରାଖୋଲ ଥାନା ଅନ୍ତର୍ଗତ ତେଲେନପାଲି ଗ୍ରାମର ଦାଦନ ସର୍ଦ୍ଦାର ଦେବାନନ୍ଦ ମାଝୀ ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କଲମିଦାଦର ଗ୍ରାମର ୬ ଜଣ ଦାଦନ ଶ୍ରମିକ ଓ ୩ ଜଣ ଶିଶୁ ଙ୍କୁ ଉଦ୍ଧାର କରି ତାଙ୍କ ନିଜ ଗ୍ରାମରେ ଛାଡ଼ିଥିବା ସୂଚନା ମିଳିଛି । ଏନେଇ ପୃଥକ୍ ପୃଥକ୍ ଭାବେ ମାମଲା ରୁଜୁ ହୋଇ କେସ ନମ୍ବର ୧୦୨ ଓ ୧୦୩ – ଦଫା ୩୭୦/୩୪୭/୪୨୦ ଆଇ ପି ସି/ ୨୫ ଆଇ ଏସ ଏମ ଡବ୍ଲୁ ରେ ଦୁଇଟି ମାମଲା ରୁଜୁ ହୋଇ ଆସାମୀ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଝସକେତନ ଭୋଇ ପ୍ରକାଶ କରିଛନ୍ତି।

Related Post

ତିନୋଟି କୃଷି କଳା ଆଇନ୍ ପ୍ରତ୍ୟାହାର ଦାବି ରେ ନୀଳଗିରି କିଶାନ କଂଗ୍ରେସ୍ ପକ୍ଷରୁ ଶୋଭାଯାତ୍ରା

Posted by - January 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି କିଶାନ୍ କଂଗ୍ରେସ୍ ପକ୍ଷରୁ, ଏକ ଶୋଭଯାତ୍ରା କରା ଯାଇ, ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆ ରେ, ରାଷ୍ଟ୍ରପତି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ…

ଖଟିଆରେ ବୁହାହେଲେ ଗର୍ଭବତୀ

Posted by - June 27, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଂଜାମ ରେ ପୁଣି ଜନନୀ ଯନ୍ତ୍ରଣା ର କରୁଣ ଚିତ୍ର ଆଜି ଦେଖିବାକୁ ମଳିଛି । ଗଂଜାମ ଓ କନ୍ଧମାଳ ସୀମାନ୍ତ ରେ ଥିବା…

ରଙ୍ଗଶାଳା ପାଇଁ ବଳି ପଡିଲେ ଆରୁହା ଆରଆଇ ।ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

Posted by - November 23, 2019 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ) : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା ତଦନ୍ତ ବେଳେ ଏବେ ଅନେକ ରହସ୍ୟ ଖୋଲିବାରେ ଲାଗିଛି । କିଭଳି ଘଟଣାର…

କଳାହାଣ୍ଡି ରେ ଗଞ୍ଜେଇ ଚାଷ ଅଭିଯୋଗରେ ଜଣେ ଗିରଫ

Posted by - October 20, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଭବାନୀପାଟଣା ସଦର ବ୍ଲକ ଶଗଡା ଗ୍ରାମରେ ଚଢଉ କରି ଗଞ୍ଜେଇ ଚାଷ ଅଭିଯୋଗ ରେ ସିଦ୍ଧେଶ୍ଵର ହଂସ ନାମକ…

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା,ଏବେ ବୀରତ୍ୱ ନୁହେଁ ଓଡ଼ିଆଙ୍କ ଏକତା ଦେଖାଇବାର ସମୟ

Posted by - April 1, 2020 32
ଭୁବନେଶ୍ୱର ୦୧।୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି,…