ଟିଟିଲାଗଡ଼ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ତିନି ମନ୍ତ୍ରୀ

115 0

ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସୋମବାର ଦିନ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀଙ୍କ ଦ୍ଵାରା ଟିଟିଲାଗଡ ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନୀ ଅବସରରେ ଟିଟିଲାଗଡ଼ର ବିଧାୟିକା ତଥା ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଏହାକୁ ଟିଟିଲାଗଡ ବାସି ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ନୂଆଖାଇ ଭେଟି ବୋଲି ଅଭିହିତ କରିଛନ୍ତି। ୪୨.୦୪ ଲକ୍ଷ ଟଙ୍କା ବ୍ୟୟରେ ପିପଲପଦର ଠାରେ ବିଶ୍ଵ ଖାଦ୍ୟ ଯୋଜନା ଅନ୍ତର୍ଗତ ନିର୍ମିତ ହୋଇଥିବା ଅତ୍ୟାଧୁନିକ ଛତୁଆ ପ୍ଲାଣ୍ଟକୁ ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ , ଜଳସମ୍ପଦ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ,ଖାଦ୍ୟ ଯୋଗାଣ ଓ ସମନ୍ବୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ବିଡ଼ିଓ ନବୀନ ନାୟକ, ସିଡ଼ିପିଓ ମିନାକ୍ଷୀ ରାଜ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେଠାରୁ ବିଡିସିସି ବ୍ୟାଙ୍କର ନୂତନ କୋଠା, ବାଳକ ଉଚ୍ଚ ବିଦ୍ୟାଳୟ ନିକଟରେ ମିଶନ ଶକ୍ତି କ୍ୟାଫେ, ମଡେଲ ଅଙ୍ଗନୱାଡ଼ି କେନ୍ଦ୍ର, ବ୍ଲକ ପରିସରରେ ନୂତନ ମିଶନ ଶକ୍ତି ଭବନ, କୁମୁଡ଼ା ପାହାଡ ନିକଟରେ ସ୍ୱିମିଂ ପୂଲର ଉଦଘାଟନ କରାଯାଇଥିବା ବେଳେ ଟିଟିଲାଗଡ଼ ଥାନା ସମ୍ମୁଖରେ ମିଶନ ଶକ୍ତି ହାଟ ପାଈଁ ଭିତ୍ତି ପ୍ରସ୍ତର କରାଯାଇଛି।ଏହି କାର୍ଯ୍ୟକ୍ରମ ପରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡ଼ ବିଜୁ ଜନତା ଦଳ ତରଫରୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜୁ କର୍ମୀଙ୍କୁ ନେଇ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ତିନି ମନ୍ତ୍ରୀଙ୍କ ସମେତ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସମସ୍ତ ସମିତି ସଭ୍ୟ, ଜିଲ୍ଲାପରିଷଦ , ସରପଞ୍ଚ, ବିଜୁ ଜନତା ଦଳର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ମହିଳା ଜିଲ୍ଲା ସଭାପତି ଦମୟନ୍ତୀ ବାଗ, ଜିଲ୍ଲା ଛାତ୍ର ସଭାପତି ସୁମନ ନନ୍ଦ, ଟିଟିଲାଗଡ଼ ସରପଞ୍ଚ ସଂଘ ସଭାପତି ବିରବର ସାହୁ, ସମ୍ପାଦକ ନରେଶ ଅଗ୍ରୱାଲ, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅରୁଣ ମିଶ୍ର, ରଣଜିତ୍ ପୃଷ୍ଟି, ଚନ୍ଦ୍ର ବଦନ ପୁରୋହିତ, ପୂର୍ବତନ ନଗରପାଳ ଗୋବର୍ଦ୍ଧନ ନାଗ, ଟିଟିଲାଗଡ଼ ପୌରପରିଷଦର ସମସ୍ତ ବିଜେଡ଼ି କାଉଁନସିଲର ପ୍ରମୁଖ ଉପସ୍ଥିତ ଥିଲେ। ନୂଆଁଖାଇ ଭେଟଘାଟ ସଭା ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related Post

ଗଣମାଧ୍ୟମ ପ୍ରତିନିଧି ଙ୍କୁ ମାଡମାରିବା ଘଟଣାରେ ଅଭିଯୋଗ ଦେଲା ପୁରୀ ଜ଼ିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ

Posted by - May 4, 2020 0
ପୁରୀ :(ସମୀର ରଞ୍ଜନ ନାୟକ)ମହାବାତ୍ୟା ଫନି ର ବର୍ଷେ ପୁରୁଥିବା ବେଳେ ବାଲୁଖଣ୍ଡ ଅଭେୟାରଣ୍ୟ ର ସ୍ଥିତି ଏବଂ ପରିସ୍ଥିତି କୁ ନେଇ ଗଣମାଧ୍ୟମ ପ୍ରତିନିଧି ଫୋଟୋ…

ଗାଡି ସାଇଡ କରିବାକୁ ନେଇ ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ପିଟିପିଟି ହତ୍ୟା

Posted by - June 6, 2021 0
ବାଲେଶ୍ବର:କପ୍ତିପଦା ଥାନା ନୂଆସାହି କୁସୁମପୁର ଛକ ନିକଟରେ ଗତକାଲି ରାତି ପ୍ରାୟ୧୦ରେ ଘଟିଛି ଏହି ଅଘଟଣ।ମୃତକ ଜଣଙ୍କ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ…

ଯାଜପୁର ଓ ବ୍ୟସନଗର ପୌରପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

Posted by - March 4, 2022 0
ଯାଜପୁର :ଯାଜପୁର ଓ ବ୍ୟାସନଗର ପୌରପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ ର ଦ୍ୱତୀୟ ଦିନ ରେ ପହଁଚିଛି. ପଂଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ…

ଦାନା ବାନ୍ଧୁଛି ବାତ୍ୟା,ମେ୧୫ରୁ ଅଶାନ୍ତ ରହିବ ସମୁଦ୍ର

Posted by - May 13, 2020 186
ଭୁବନେଶ୍ୱର: ମେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ-ପଶ୍ଚିମ ତଥା ପଶ୍ଚିମବଙ୍ଗର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ବୁଧବାର ଦିନ ଭାରତ ପାଣିପାଗ ବିଭାଗ…