ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

51 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତକାଲି ଅପରାହ୍ନ ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ ୱେ ବଜାର ପଡିଆ ନିକଟରେ ଓଭରଟେକ କରୁଥିବା ବେଳେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସେମାନଙ୍କ ମଧ୍ୟରୁ ଡୁଡୁକାଠେଙ୍ଗା ପଞ୍ଚାୟତ ଖଳିଗଡ଼ ଗ୍ରାମର ଯୁବକ ଚୈତନ୍ୟ ଧଙ୍ଗଡା ମାଝୀ (୩୫)ଙ୍କ ଅବସ୍ଥା ଅତି ଗୁରୁତର ରହିଥିବା ବେଳେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁରବାର ସକାଳେ ଆମପାଣି ପୋଲିସ ଅଧିକାରୀ ଭବାନୀପାଟଣା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ପରେ ମହାପ୍ରୟାଣ ଗାଡିରେ ଶବକୁ ଖଳିଗଡ଼ ଅଣାଯାଇଥିଲା। ଏ ନେଇ ଆମପାଣି ପୁଲିସରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି କେଶ ନମ୍ବର ୯୩/୨୨ ତଦନ୍ତ ଜାରି ରହିଥିବା ନେଇ ଆମପାଣି ଥାନା ସବ ଇନିସ୍ପେକ୍ଟର ରାଜେଶ ପରିଡା ସୂଚନା ଦେଇଛନ୍ତି।

Related Post

ମାମଲା ର ବିଚାର କରି ୮ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ

Posted by - August 11, 2022 0
ଯାଜପୁର :(ଆନନ୍ଦ ଚବଦ୍ରା ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗ୍ରାମର ରୁଦ୍ରପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ କୁ ବର୍ଷେ ବିତିଲାଣି ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ…

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ

Posted by - October 22, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ବ୍ଲକ କାଙ୍ଗୁଲା-ବେନ୍ତପୁର ପଞ୍ଚାୟତ ମୁଣ୍ଡହତା ହରିଜନ ସାହିରେ ସନ୍ଧ୍ୟା ସମୟରେ ଆମ୍ବୁଲାନ୍ସ (OD 19 J 2340) ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣା ଫଳରେ ଦୁଇ ଗୁରୁତର…

କରୋନା ପାଇଁ ସଚେତନ ହେଉଛନ୍ତି ବରୀ ବ୍ଲକର ୨୯ ପଂଚାୟତର ଲୋକେ

Posted by - March 27, 2020 3,437
ବରୀ:୨୭ /୩(ସ୍ନେହାଂଶୁ ଶେଖର ମହାନ୍ତି ) କରୋନା ଭାଇରସ ସଚେତନତା ପାଇଁ ବରୀ ବ୍ଲକର ୨୯ ପଂଚାୟତର ଲୋକେ ସଚେତନତା ହେଉଥିବା ଶୁକ୍ରବାର ଦେଖିବାକୁ ମିଳିଛି ।…

ବୌଦ୍ଧ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ ଶିବିର

Posted by - November 27, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧବ୍ଳକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତଠାରେ ବୌଦ୍ଧ ତହସିଲ ପକ୍ଷରୁ ପଟ୍ଟାବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

Posted by - July 27, 2020 0
ଯାଜପୁର ଅଫିସ: ତା ୨୭ା୭ : ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ସୋମବାର ପୂର୍ବାହ୍ନରେ ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।…