ସମ୍ବଲପୁରରେ ଉତ୍ସାହ ଉଦ୍ଦିପନାରେ ପାଳନ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ

38 0

ସମ୍ବଲପୁର:୦୧/୦୯(ରମାକାନ୍ତ ବିଶ୍ବାଳ)ଉତ୍ସାହ ଉଦ୍ଦିପନାରେ ପାଳନ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ । ନିଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁର ରେ ମାଁ ସମଲେଶ୍ଵରୀଙ୍କ ମନ୍ଦିର ଠାରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନବାନ୍ନ ପର୍ବ ପାଳିଛନ୍ତି ସାରା ସମ୍ବଲପୁର ଅଞ୍ଚଳବାସୀ । ତେବେ ଏଥର ସମ୍ବଲପୁର ରେ ୭୦୦ ଜଣ ଲୋକ ଏକାସାଥିରେ ନବାନ୍ନ ଖାଇବା ଭଳି ନବାନ୍ନ ର ଭିନ୍ନ ପରମ୍ପରା ମଧ୍ୟ ଦେଖିବାକୁ ମିଳିଛି । ନୂଆଁଖାଇ ଗଣପର୍ବ କୃଷି ଓ କୃଷକ ର ଭାବନା ସହ ଜଡିତ ଗଣପର୍ଵ । ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ ।

ପରମ୍ପରା ଅନୁଯାୟୀ ଆଜି ସମ୍ବଲପୁର ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିର ଭୋର ୪ଟା ରୁ ଖୋଲା ଯାଇଥିଲା । ମାଁଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ କରି ଗୁପ୍ତ ପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ 10ଟା 56 ରୁ 11 ଟା 10 ମିନିଟ ମଧ୍ୟରେ ମୁଖ୍ୟ ପୁଜକ ଙ୍କ ଘରୁ ନବାନ୍ନ ମାଁ ଙ୍କ ମନ୍ଦିର କୁ ଯିବା ପରେ ନବାନ୍ନ ଲାଗି କରାଯାଇଛି । ପରେ ମନ୍ଦିର ପରିସରରେ ଥିବା ୧୧୫ ଗୋଟି ପାଶ୍ୱ ଦେବା ଦେବୀ ଙ୍କ ଠାରେ ମଧ୍ୟ ନବାନ୍ନ ଲାଗି କରାଯାଇଛି । ତେଵେ ମାଁଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରେ ନବାନ୍ନ ଭକ୍ଷଣ କରିଛନ୍ତି ସମ୍ବଲପୁର ବାସିନ୍ଦା । ଘରର ମୂରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ତିଆ ମାରି ପରିବାର ସମସ୍ତେ ଏକାଠି ବସି ନୂଆଁଖାଇଛନ୍ତି ।

ତେବେ ଚଳିତ ବର୍ଷ ନୂଆଁଖାଇ ରେ ଏକତା ଓ ଭାଇଚାରାର ନୂଆ ବାର୍ତ୍ତା ସମାଜକୁ ଦେବାକୁ ଚେଷ୍ଠା କରିଥିଲେ ସମ୍ବଲପୁର ଜିଲ୍ଲା ଡଙ୍ଗାପାଲ ବାସିନ୍ଦା । ଜିଲ୍ଲାର ଜୁଯୋମୁରା ବ୍ଳକ ଡଙ୍ଗାପାଲ ଗ୍ରାମରେ ଥିବା ୧୭୦ ଜଣ ପରିବାର ରେ ଥିବା ୭୦୦ ରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ ନବାନ୍ନ ଏକାସାଥିରେ ଖାଇଥିଲେ ।

ନିଜ ଘରେ ଇଷ୍ଟଦେବୀ ଙ୍କ ଠାରେ ପୁଜା କରି ସାରିବା ପରେ ଗାଁ ମୁଣ୍ଡରେ ସବୁ ୭୦୦ ଜଣ ଆବାଳ ବୄଦ୍ଧ,ବନିତା ସମସ୍ତେ ମିଳିତ ଭାବରେ ନବାନ୍ନ ଖାଇ ସମାଜ କୁ ଏକତା ସୁତ୍ରରେ କିଭଳି ରହିହୁଏ ସେନେଇ ନିଆରା ବାର୍ତ୍ତା ଦେଇଥିଲେ । ଏଥିସହ ଜାତି ଧର୍ମ ଆଧାର ରେ ସମସ୍ତ ସମାନ , ସମସ୍ତ ଙ୍କ ମଧ୍ୟରେ ଭାଇଚାରା ସୄଷ୍ଠି ପାଇଁ ପ୍ରଥମ ଥର ପାଇଁ ଏଭଳି ପ୍ରୟାସ କରିଥିଲେ ଡଙ୍ଗାପାଲ ବାସିନ୍ଦା ।

Related Post

ସମ୍ପୁଣ୍ଣ ପଥର କ୍ରସର ଓ କ୍ବାରୀ ଉଛେଦ ଦାବୀରେ ଗଣ କନଭେନସନ୍

Posted by - December 4, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଛତ୍ରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରଭୂଇଁଠାରେ ଦୀର୍ଘଦିନ ଧରି ଚାଲିଥିବା କ୍ରସର ଓ କ୍ବାରୀ ଉଛେଦ ଆନ୍ଦୋଳନ ଜିଲ୍ଲାପାଳଙ୍କ ପ୍ରତିଶୁତି ପରେ ପୁନଶ୍ଚ ଖରଭୂଇଁ ଗ୍ରାମରେ…

ନୀଳଚକ୍ର ଉପରେ ଯୁବକ

Posted by - April 20, 2019 39
ପୁରୀ:ଆଜି ସକାଳେ ନୀଳଚକ୍ର ଉପରେ ଯୁବକ ଚଢ଼ିଯାଇଥିବା ଦେଖି ତାଗିଦ୍ କରିବା ପରେ ସେବାୟତମାନେ ତାକୁ ଧରି ପୋଲିସର ଜିମା ଦେଇଥିଲେ । କେଉଁ ଉଦ୍ଦେଶ୍ୟରେ ଓ…

ଦିବ୍ୟାଂସି ପାଂଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

Posted by - March 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଅପିଂସର୍ସ କ୍ଲବ ପରିସରରେ ଦିବ୍ୟାଂସି ପାଂଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ସମାଜସେବୀ ସରୋଜ ବିଶ୍ୱାଳଙ୍କ ସଭାପତିତ୍ୱରେ…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଞ୍ଚ ଦିନ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ।

Posted by - April 26, 2022 0
ବ୍ୟୁରେ। : ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆଜି ଠାରୁ ପାଞ୍ଚ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ…

ବିଂଝାରପୁର ଅଂଚଳ ରେ ପିଲାଙ୍କ ପାଠ ପଢିବା ରେ ବିଦ୍ୟୁତ ସାଜିଛି ବାଧକ

Posted by - July 25, 2020 3
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଯାଜପୁର ଜିଲ୍ଲା  ବିଂଝାରପୁର ଅଂଚଳ ରେ ପିଲାଙ୍କ ପାଠ ପଢିବା ରେ ବିଦ୍ୟୁତ ସାଜିଛି ବାଧକ । ଟିକିଏ ପବନ କି ବର୍ଷା ହେଲେ…