ଭାରତୀୟ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ,ସଂଗ୍ରାମୀ ଭୂମି ଦୁର୍ଗାପାଲି ଠାରେ “ଅହିଂସା ରଥ” କୁ ଭବ୍ୟ ସ୍ୱାଗତ

42 0

ସମ୍ବଲପୁର:୨୮/୦୮ (ରମାକାନ୍ତ ବିଶ୍ବାଳ)ମନ ବଚନ କର୍ମରେ ସତ୍ୟ ଓ ଅହିଂସା ଆଚରଣ ଦ୍ୱାରା ଏକ ସୁସ୍ଥ ସମାଜ ଗଠନ କରା ଯାଇପାରିବ ଏବଂ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ରାମରାଜ୍ୟ ଗଠନ ସ୍ବପ୍ନ ସାକାର ହୋଇ ପାରିବ ବୋଲି ସମ୍ବଲପୁର ମହାନଗର ସ୍ଥିତ ଦୁର୍ଗାପାଲି ଠାରେ “ଅହିଂସା ରଥ” କୁ ଭବ୍ୟ ସ୍ୱାଗତ ଏବଂ ଦୁର୍ଗାପାଲି ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମେହେର ଙ୍କ ଦାୟାଦ ମାନଙ୍କ ସମ୍ମାନ ସମ୍ୱର୍ଦ୍ଧନା ସଭାରେ ବକ୍ତାମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି |ଆଜି ଅପରାହ୍ନ ସାଢେ ତିନିଟାରେ ଦୁର୍ଗାପାଲି ଠାରେ “ଅହିଂସା ରଥ” ପହଁଚିଲା ପରେ ଶତାଧିକ ସଂଖ୍ୟାରେ ଅବାଳ ବୃଦ୍ଧ ବନିତା ଓ ଛାତ୍ର ଛାତ୍ରୀ ଦୁର୍ଗାପାଲି ପ୍ରବେଶ ଦ୍ୱାରରେ ଏକ ବିଶାଳ ସୁନ୍ଦର ରଙ୍ଗୋଲି ଉପରେ କଳସ ସଜାଇ ପୂଜାର୍ଚ୍ଚନା କରି ରଥକୁ ପାଛୋଟି ନେଇ ଗ୍ରାମର ପରିକ୍ରମା କରାଇଥିଲେ | ସମସ୍ତଙ୍କ ହାତରେ ଜାତୀୟ ପତାକା ଶୋଭା ପାଉଥିଲା | ଭାରତ ମାତା କୀ ଜୟ, ବନ୍ଦେ ମାତରମ, ମୁକ୍ତି ସଂଗ୍ରମୀ ମାନଙ୍କ ଜୟ ଧ୍ବନୀ ଏବଂ ହୁଳହୁଳିରେ ଦୁର୍ଗାପାଲି ର ଗଗନ ପବନ ପ୍ରକମ୍ପିତ ଓ ମୁଖରିତ ହୋଇ ଉଠିଥିଲା |


ସମାଜସେବୀ ସଂସ୍କୃତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସମ୍ୱର୍ଦ୍ଧନା ସଭାରେ ମୁକ୍ତି ସଂଗ୍ରାମୀ ସ୍ବର୍ଗତ ନାରାୟଣ ମେହେରଙ୍କ 11 ଜଣ ଦାୟାଦ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶିନୀ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ | ମୂଖ୍ୟ ଅତିଥି ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶିନୀ ମୁକ୍ତି ସଂଗ୍ରାମୀ ସ୍ବର୍ଗତ ନାରାୟଣ ମେହେର ଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରି ସମାରୋହକୁ ଉଦଘାଟନ କରିଥିଲେ | ଦୁର୍ଗାପାଲିର ବୟୋଜ୍ୟେଷ୍ଠ ନାଗରିକ ଶ୍ରୀଯୁକ୍ତ କୀର୍ତ୍ତନ ମେହେର, ଶ୍ରୀଯୁକ୍ତ ଯୋଗେଶ୍ୱର ବନଛୋର, ସାମାଜିକ କର୍ମୀ ଶ୍ରୀଯୁକ୍ତ ଆର୍ତ୍ତବନ୍ଧୁ ଚାନ୍ଦ, ଶ୍ରୀଯୁକ୍ତ ଜନାର୍ଦ୍ଦନ ମେହେର, ଅବସର ପ୍ରାପ୍ତ ସେନା ଅଧିକାରୀ ସୁବେଦାର ମେଜର ଶ୍ରୀଯୁକ୍ତ ଶିବ ନାରାୟଣ ବେହେରା, ଅବସର ପ୍ରାପ୍ତ ସେନା ଅଧିକାରୀ ନାଏକ ଶ୍ରୀଯୁକ୍ତ ଶିବ ଶମ୍ଭୁ ୟାଦବ ଓ ଶ୍ରୀଯୁକ୍ତ ଆଲୋକ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ମୁକ୍ତି ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଦୁର୍ଗାପାଲି ର ଭଗବତୀ ଯୁବକ ସଂଘ ପକ୍ଷରୁ ଏହି ସ୍ୱାଗତ ସମ୍ୱର୍ଦ୍ଧନା ସମାରୋହ ର ଆୟୋଜନ କରା ଯାଇଥିଲା |


ଦୁର୍ଗାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମେହେର ଙ୍କ ନାମରେ ନାମିତ କରାଯିବା ସହ ବିଦ୍ୟାଳୟ ରେ ତାଙ୍କର ଏକ ବ୍ରୋଂଜ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ସମଲେଶ୍ୱରୀ କଲେଜ ଠାରୁ ଲକ୍ଷ୍ମୀ ଡୁଙ୍ଗୁରୀ ପର୍ଯ୍ୟନ୍ତ ମାର୍ଗକୁ ତାଙ୍କ ନାମରେ ନାମିତ କରିବା ପାଇଁ ସମସ୍ତ ଦୁର୍ଗାପାଲିବାସୀ ଜନସାଧାରଣ ଏବଂ ସମସ୍ତ ବିଶିଷ୍ଟ ଅତିଥି ବୃନ୍ଦ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରିଥିଲେ ଏବଂ ମହାନଗର ପ୍ରଶାସନଙ୍କ ସହ ଆଲୋଚନା କରି ପ୍ରସ୍ତାବ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଏବଂ ମୁକ୍ତି ସଂଗ୍ରାମୀ ଙ୍କ ସ୍ମୃତିରକ୍ଷା ପାଇଁ ନିବେଦନ କରାଯିବ ବୋଲି ସ୍ଥିର କରାଯାଇଅଛି |ସଭା ପ୍ରାରମ୍ଭରେ ଏବଂ ସଭା ଶେଷରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା | ସଭାରେ ଦୁର୍ଗାପାଲି ଏବଂ ସମ୍ବଲପୁର ମହାନଗରର ଶତାଧିକ ସଂଖ୍ୟାରେ ଆବାଳ ବୃଦ୍ଧ ବନୀତା ଓ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ | ଶେଷରେ ଶ୍ରୀଯୁକ୍ତ ଆଲୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Related Post

ଆଜି ପବିତ୍ର ମକର ସଂକ୍ରାନ୍ତି, ଚାରିଆଡ଼େ ଉତ୍ସବ ମୁଖର

Posted by - January 14, 2019 0
ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା…

ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ଓ ଏଭିରୀ ଗ୍ରୀନ ୱେଲନେଶ ତରଫରୁ ଯୋଗ ଦିବସ ପାଳନ

Posted by - June 21, 2020 26
ବଡ଼ବିଲ:(ସୀତାରାମ ଦୀକ୍ଷିତ)ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଜୁନ୍ ୨୧କୁ ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ଓ ଏଭିରୀ ଗ୍ରୀନ ୱେଲନେଶ ତରଫରୁ ଯୋଗ ଦିବସ ପାଳନ କଲେ।…

ଭୈରବୀ ମନ୍ଦିରରେ ୧୬ ପୂଜା ପାଇଁ ପ୍ରସ୍ତୁତି ବୈଠକ , ଆସନ୍ତା ୧୭ ରୁ ମା ଭୈରବୀ ଙ୍କ ଖଣ୍ଡାବସା ପର୍ବ ଆରମ୍ଭ

Posted by - September 4, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଙ୍କ ପୀଠ ରେ ଗୁପ୍ତ ପୂଜା ଓ ଖଣ୍ଡା ବସା ପୂଜା ଆରମ୍ଭ…

ହାଟପଦାପଡ଼ା ଭାଗବତ ମନ୍ଦିରରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Posted by - April 14, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ମେ ମାସ ୧୩ ତାରିଖରେ ଅଧିବାସ, ୧୪,୧୫ ତାରିଖରେ ନାମ ଧରିବେ ଏବଂ ୧୬ ତାରିଖରେ ପୂର୍ଣାହୁତି କରିବାକୁ ଚୁଡାନ୍ତ କରାଯାଇଛି। କମିଟିର…