ଅନୁଗୋଳ – (ମହେଶ ଭୋମରାଜ) – ଅନୁଗୋଳ ଜିଲ୍ଲା ପୋଲିସରେ ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି । ଜିଲାର ୪ଟି ଥାନା ଅଧିକାରୀଙ୍କ ବଦଳି ହୋଇଥିବାବେଳେ ୧୪ ଜଣ ଏସ୍ଆଇ ଓ ୧୭ ଜଣ ଏଏସ୍ଆଇଙ୍କୁ ମିଶାଇ ମୋଟ ୩୫ ଜଣ ଅଧିକାରୀଙ୍କ ଅଦଳ ବଦଳ ହୋଇଥିବା ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜଣା ପଡିଛି ।
ସୂଚନା ଅନୁସାରେ, ନାଲ୍କୋ ଥାନା ଅଧିକାରୀ ଭାବେ ସରୋଜିନୀ ସମଦଙ୍କୁ ଜିଲା ମୁଖ୍ୟ କାର୍ଯ୍ୟାଳୟରୁ ବଦଳି କରାଯାଇଛି । ନାଲ୍କୋ ଥାନାରେ ଥିବା ଗୀତାଞ୍ଜଳି ସାହୁଙ୍କୁ ବନ୍ତଳା ଥାନା, ବନ୍ତଳା ଥାନାରେ ଥିବା ପ୍ରଦୀପ କୁମାର ପ୍ରଧାନଙ୍କୁ ଜରପଡ଼ା ଥାନା, ଜରପଡ଼ା ଥାନାରେ ଥିବା ଦୀପିକା ଦେବୀରାୟଙ୍କୁ ଏନ୍ଟିପିସି ଥାନାକୁ ବଦଳି କରାଯାଇଛି । ସେହିଭଳି ଅନୁଗୋଳ ଥାନାରେ ଏଏସ୍ଆଇ ଥିବା ଜୟଚନ୍ଦ୍ର ସାହୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏଏସ୍ଆଇ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ବସ୍ଷ୍ଟାଣ୍ଡ ଫାଣ୍ଡି ଦାୟିତ୍ୱ ଦିଆଯାଇଛି । ସେହିପରି ନାଲ୍କୋ ଥାନାରେ ଥିବା ଏସ୍ଆଇ ଅନ୍ନପୂର୍ଣ୍ଣା ପାତ୍ର, ସଂଘମିତ୍ରା ଶତପଥୀଙ୍କୁ ବନ୍ତଳା ଥାନା, ଛେଣ୍ଡିପଦା ଥାନାରେ ଥିବା ଏସ୍ଆଇ ବିଜୟ କୁମାର ସ୍ବାଇଁଙ୍କୁ ନାଲକୋ ଥାନା, ଜରପଡ଼ା ଥାନାରେ ଥିବା ଏସ୍ଆଇ ବରେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଜରପଡ଼ା ଥାନା, ତାଳଚେର ଥାନାରେ ଥିବା ଏସ୍ଆଇ ଗୋଲବଦନ ମାଝିଙ୍କୁ ଅନୁଗୋଳ ଥାନା, ଏନ୍ପିସି ଥାନାରେ ଥିବା ଏସ୍ଆଇ ଜମୁନା ମାରାଣ୍ଡିଙ୍କୁ ଅନୁଗୋଳ ଥାନା, କଣିହାଁ ଥାନାରେ ଥିବା ଏସ୍ଆଇ ମାନସ କୁମାର ମହାକୁଡ଼ଙ୍କୁ ତାଳଚେର ଥାନା, ପାଲଲହଡ଼ା ଥାନାରେ ଥିବା ଏସ୍ଆଇ ବିନୋଦ ବିହାରୀ ଗଡ଼ନାୟକଙ୍କୁ ନିଶା ଥାନା, ପୋଲିସ ମୁଖ୍ୟାଳୟରେ ଥିବା ଏସ୍ଆଇ ସୁରେଶ ଚନ୍ଦ୍ର ବେହେରାଙ୍କୁ ଠାକୁରଗଡ଼ ଥାନା, ଏସ୍ଆଇ ରଞ୍ଜିତା ସାହୁଙ୍କୁ ସମଲ ଥାନା, ଏସ୍ଆଇ ଦିଲୀପ କୁମାର ସାହୁଙ୍କୁ ଅନୁଗୋଳB ଏସ୍ଡିପିଓ କାର୍ଯ୍ୟାଳୟ, ଏସ୍ଆଇ Hପ୍ରମୋଦ କୁମାର ନାଏକଙ୍କୁ ବନ୍ତଳା ଥାନା, ଠାକୁରଗଡ଼ା ଥାନାରେ ଥିବା ଏସ୍ଆଇ ଶଶୀଭୂଷଣ ବେହେରାଙ୍କୁ ପୋଲିସ ମୁଖ୍ୟାଳୟ କୁ ବଦଳି କରାଯାଇଛି.