ଟ୍ରାକ୍ଟର ବେଟେରି ଚୋରି କରୁଥିବା ବେଲେ ,୨ ଜଣକୁ ଚପଳ ମାଳ ପିନ୍ଧେଇବା ସହ ଲଣ୍ଡା କରି ନିର୍ଧୂମ ଛେଚିଲେ ଗ୍ରାମବାସୀ

27 0

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ):ସମ୍ବଲପୁର ଜିଲ୍ଲା ମାନେଶ୍ୱର ନିକଟସ୍ଥ ଗୁଲୁଣ୍ଡା ଗ୍ରାମରେ ଟ୍ରାକ୍କର ବେଟେରି ଚୋରି କରୁଥିବା ବେଳେ ଲୋକଙ୍କ ଦ୍ୱାରା ଧରା ପଡିଥିବା ୨ ଚୋରଙ୍କୁ ଚପଳ ମାଳ ପିନ୍ଧେଇବା ସହ ଲଣ୍ଡା କରି ନିର୍ଧୂମ ଛେଚିଲେ ଗ୍ରାମବାସୀ । ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଂଡେର ଫାଣ୍ଡି ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମରେ ବିଳମ୍ବିତ ରାତିରେ ୨ ଟା ସମୟରେ ଗୁଲୁଣ୍ଡା ଗ୍ରାମର ଅନୀଲ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ବେଟେରି ଚୋରି କରିବା ସହ ତାଙ୍କର ଶ୍ରମିକ ରହୁଥିବା ଘରେ ରଖାଯାଇଥିବା ୩ ମୋବାଇଲ ଚୋରି କରି ନେଇଥିଲେ ।

ପରେ ପୁଣି ଥରେ ଆସି ଅନିଲ ଙ୍କ ଆଉ ଗୋଟିଏ ଟ୍ରାକ୍କର ର ବେଟେରି କୁ ଖୋଲି ଚୋରି କରୁଥିବା ସମୟରେ ଅନିଲ ବର୍ମା ଙ୍କ ଶ୍ରମିକ ମାନଙ୍କ ନିଦ ଭାଙ୍ଗି ଯାଇଥିଲା । ତେଵେ ଏହି ସମୟରେ ୨ ଚୋରକୁ କାବୁ କରି ଚପଳ ମାଳ ପିନ୍ଧେଇବା ସହ ଲଣ୍ଡା କରି ନିର୍ଧୂମ ଛେଚିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ପରେ ଖବର ପାଇ ଗୁଂଡେରପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋର ଉଭୟଙ୍କୁ ଗିରଫ କରିଛି l

ଉଭୟ ଚୋର ହେଲେ ମାନେଶ୍ବର ଅଞ୍ଚଳର ଡୁବୁରୁ ଫୁଲିଆ,ଓ ବିଶାଲ ବାରଭାୟା ବୋଲି ଜଣାପଡିଛି l ତେବେ ଉଭୟ ଚୋର ଆଗରୁ ମଧ୍ୟ ଅଞ୍ଚଳରେ ଚୋରି କରି ଉତ୍ପାତ ମଚେଇ ଥିଲେ ଦାଦାବଟି ଆଦାୟ ହେଉ କି ଧମକ ଚମକ ଦେଇ ଟଙ୍କାଲୁଟ ହେଉ ଏମିତି ଅନେକ ଅପରାଧିକ କାର୍ଯକଳାପରେ ଲିପ୍ତ ରହିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି l. ତେବେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l

Related Post

ଯାଜପୁର ର ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ପଂଚୁକ ବ୍ରତ ।

Posted by - November 15, 2019 30
ଯାଜପୁର(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ସରିଲା ଧର୍ମମାସ କାର୍ତିକ । ହବିଷିଆଳି ମାନେ କରିଥିବା ରାଇ ଦାମୋଦର ବ୍ରତ ଶେଷ ହୋଇଛି ।…

ବହୁ ମୂଲ୍ୟବାନ କାଠ ଜବତ

Posted by - November 19, 2021 0
ବାଲେଶ୍ଵର:( ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ରେଞ୍ଜର ଦ୍ଵାରା ଲଙ୍ଗଳେଶ୍ୱର ଫରେଷ୍ଟର ଓ ଗାର୍ଡ ଙ୍କ ମିଳିତ ସହଯୋଗରେ ପେଟ୍ରାଲିଙ୍ଗ ସମୟରେ ସିଂ ଲା ମାଉ ସୀ…

ଜିଲ୍ଲାସ୍ତରୀୟ ଗାଁ ସାଥି ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

Posted by - October 24, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧରାବନ୍ଧ ଫୁଟବଳ ଖେଳ ପଡିଆ ପ୍ରାଙ୍ଗଣ ରେ ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥି ସଂଘ ତରଫରୁ ଆଜି ଜିଲ୍ଲା ସ୍ତରୀୟ…

ଭୈରବୀ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Posted by - July 1, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ପୁରୁଣାକଟକ ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବିଭାଗ ମୁଖ୍ୟ ରମେଶ ଚନ୍ଦ୍ର…

ଟିଟିଲାଗଡ଼ ଗୋରୁବଜାର ପଡ଼ାରେ ରହୁଥିବା ସଂଜିଲା ଦେବାର ନିଖୋଜ ଘଟଣା, ଭଗବାନ ଓ ପୋଲିସ ଭରସାରେ ପିତାମାତା

Posted by - April 26, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ହାଟପଦା ପଡ଼ାର ଗୋରୁ ବଜାର ପାଖରେ ରୁହନ୍ତି ଦେବାର ପରିବାର। ନସିବ ଦେବାର , ପତ୍ନୀ ସୀତଲ ଦେବାରଙ୍କ ୪…