ଖପ୍ରାଖୋଲ ରେ ବ୍ଲକ୍ ସ୍ତରୀୟ ଗାଁ ସାଥି ସଂଘ ର ବୈଠକ ବେଆଇନ ଭାବେ ଗାଁ ସାଥୀ ଛଟେଇ କୁ ବିରୋଧ , ବିଡ଼ିଓ ଙ୍କୁ ଦେଲେ ଦାବୀପତ୍ର

121 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ବ୍ଲକସ୍ତରୀୟ ଗାଁ ସାଥି ସଂଘ ର ବୈଠକ ସଂଘ ସଭାପତି ତପିନ୍ଦ୍ର ସୁନା ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଟିତ ହୋଇଯାଇଛି। ବୈଠକରେ ଗାଁ ସାଥି ଙ୍କ ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା। ଏହି ଅବସରରେ ପଡ଼ିଆବହାଲ ପଞ୍ଚାୟତ କନଗାଁ ର ଗାଁ ସାଥି କରମ ସିଂ ଛତର, ସାଲେପାଲି ଗାଁ ସାଥି କ୍ଷେତ୍ର ମେହେର ଓ ପାଚେର ଗାଁ ର ଗାଁ ସାଥି ଅନାମିକା ସେଠ ଙ୍କୁ ବେଆଇନ ଭାବେ ଗାଁ ସାଥି ପଦବୀରୁ ବହିଷ୍କାର କରିଥିବା ଅଭିଯୋଗ କରି ବୈଠକରେ ଆଲୋଚନା କରିଥିଲେ। ବୈଠକ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀମ ସେନ କହଁର ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ଆଗାମୀ ପାଂଚ ତାରିଖ ମଧ୍ୟରେ ଉଚିତ୍ ନ୍ୟାୟ ନ ମିଳିଲେ ସଂଘ ତରଫରୁ ବ୍ଲକ ସାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମଣ ନିଶ୍ଚିତ କର୍ମ ନିଯୁକ୍ତି କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏହି ଅବସରରେ ଏ ପି ଓ ପ୍ରଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିବାବେଳେ ସଂଘ ସମ୍ପାଦିକା ବୈଜୟନ୍ତି ସରାଫ, କରମ ସିଂ ଛତର, କ୍ଷେତ୍ର ମେହେର। ଅନାମିକା ସେଠ, ଯଶୋବନ୍ତ ସାହୁ, ବେଲମତି ମେହେର, ବର୍ଷା ରାଣୀ ତାଣ୍ଡି, କାଞ୍ଚନ ମଲିକ, ସୁରେନ୍ଦ୍ର ମାଝୀ,ରେଖା ରାଣୀ ବରିହା, ପିଙ୍କି କୁମ୍ଭାର, ପ୍ରମିଳା ବିରି, ସାବିତ୍ରୀ ଚୌହାନ, ଦୀପକ ଭୋଇ, ସମେତ ଶତାଧିକ ଗାଁ ସାଥୀ ଉପସ୍ଥିତ ଥିଲେ। ଗାଁ ସାଥି ଛଟେଇ ସଂପର୍କରେ ଏ ପି ଓ ପ୍ରଶାନ୍ତ କୁମାର ପ୍ରଧାନ ଙ୍କୁ ପଚାରିବାରୁ ବ୍ଲକ୍ ପ୍ରଶାସନ ପାଖରେ କୌଣସି ସୂଚନା ନ ଥିବା ପ୍ରକାଶ କରିଛନ୍ତି।

Related Post

କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ

Posted by - March 21, 2021 0
କୋରାପୁଟ : କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍‌ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ…

ଭୂମିହୀନ ସହରବାସୀନ୍ଦାଙ୍କ ଜମି ଯୋଗାଇଦେବେ ସରକାର

Posted by - March 3, 2020 3
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାର ଭୂମିହୀନ ସହରବାସୀନ୍ଦାଙ୍କ ଜମି ଯୋଗାଇଦେବେ ସରକାର । ଜାଗା ମିଶନ ମାଧ୍ୟମରେ ଯାଜପୁର ଓ ବ୍ୟାସନଗର ପୌରାଂଚଳରେ ରହୁଥିବା ଭୂମିିହୀନ ପରିବାରଙ୍କୁ…

ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ର ସାଧାରଣ ବୈଠକ

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସୋମବାର ଦିନ ସକାଳ୧୦ଟା ରେ ହରଭଙ୍ଗା ବ୍ଲକ ର ସମସ୍ତ କଳାକାର ଓ ସଂସ୍କୃତି ସଂଘରସଦସ୍ୟ ଓ ସଦସ୍ୟା ମାନଙ୍କ ଉପସ୍ଥିତି ରେରାମଗଡ ବାବା…

ବେଳପଡା ରେ ବ୍ଲକ ସ୍ତରୀୟ ଜନଶୁଣାଣୀ ତିନି ଶହ ଦିନ ପୁରଣ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧିନା

Posted by - April 8, 2022 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା)ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଳପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ…

ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ ଆର୍ଥିକ ସହଯୋଗ

Posted by - March 31, 2020 33
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ପକ୍ଷରୁ ଜିଲା ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରାଯାଇଛି । ଆଜି ବରିଷ୍ଠ କଂଗ୍ରେସ…