ଖପ୍ରାଖୋଲ ରେ ଛଅସ୍ତରି ତମ ସ୍ବାଧିନତା ଦିବସ ପାଳିତ , ଜଳ ସଂରକ୍ଷଣ ଉପରେ ଶପଥ ପାଠ

60 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ରେ ଛଅସ୍ତରି ତମ ସ୍ବାଧିନତା ଦିବସ ସୋମବାର ପାଳିତ ହୋଇଯାଇଛି। ସ୍ଥାନୀୟ ଆମୃତ୍ ସରୋବର କୂଳରେ ମହାସମାରୋହରେ ସ୍ଵାଧୀନତା ଦିବସ ପାଳନ ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସମାରୋହ ସ୍ଥାନୀୟ ସ୍ଥାନୀୟ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ୍ ଚୂଡ଼ାମଣି ଭୋଇ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ରୂପେ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ବିଡ଼ିଓ ଭୀମସେନ କହଁର ଯୋଗଦେଇ ସ୍ବାଧିନତା ସଂଗ୍ରାମୀଙ୍କ ବିରତ୍ଵ ଗାଥା ଅବତାରଣା କରିଥିଲେ। ସେହିପରି ଆଜାଦି କା ଅମୃତ ମହୋତ୍ସବ ସଂପର୍କରେ କହିବା ସହିତ ଜଳ ସଂରକ୍ଷଣ ଉପରେ ଉପଷ୍ଟିତ ସମସ୍ତଙ୍କ ଶପଥ ପାଠ କରାଇଥିଲେ।

ଏହି ଅବସରରେ ଅନ୍ୟ ମାନଂକ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ, କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ,ଜିପି ଇଓ ସୁଶାନ୍ତ ପାଣି,ପିଏ ଅଶୋକ ପାଣିଗ୍ରାହୀ, ସେକ୍ସନ ଅଧିକାରୀ ବ୍ରଜବନ୍ଧୁ ଠାକୁର,ସତ୍ୟାନନ୍ଦ ସେନ୍ଦ୍ରିଆ ,ଏ ପି ଓ ପ୍ରଶାନ୍ତ କୁମାର ପ୍ରଧାନ, ସମେତ ଅଙ୍ଗନବାଡ଼ି କର୍ମୀ, ଛାତ୍ରୀ ଛ।ତ୍ର, ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଭୟ ତ୍ରିପାଠୀ ପରିଚାଳନା କରିଥିଲେ। ସେହିପରି ବ୍ଲକ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ ପତାକା ଉତ୍ତୋଳନ କରିଥିବା ବେଳେ ତହସିଲ କାର୍ଯ୍ୟାଳୟରେ ତହସିଲଦାର୍ ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ରେ ଥାନା ଅଧିକାରୀ ରମାକାନ୍ତ ସାହୁ, ବନବିଭାଗ ରେ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବିଦ୍ୟାଳୟ ମାନଙ୍କରେ ମହା ସମାରୋହରେ ସ୍ବାଧିନତା ଦିବସ ପାଳିତ ହୋଇଥିଲା।

Related Post

‘ବାର୍ଷିକ ଅଧିଷ୍ଠାନ ଉତ୍ସବ’ ସ୍ଥାନୀୟ ଏସ୍ ଏସ୍ ଈଣ୍ଟରନ୍ୟାସନାଲ୍ ପ୍ରାଙ୍ଗଣ ରେ ଅନୁଷ୍ଠିତ

Posted by - July 28, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସେବାସଂସ୍ଥା , ରୋଟାରୀ କ୍ଳବ୍ , ଉମରକୋଟ ର ‘ବାର୍ଷିକ ଅଧିଷ୍ଠାନ ଉତ୍ସବ’ ସ୍ଥାନୀୟ ଏସ୍ ଏସ୍…

ଭିଜିଲାନ୍ସ ହାତରେ ଧରାପଡିଲେ ପରମାଣପୁର ଆରଆଇ

Posted by - November 19, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭିଜିଲାନ୍ସ ହାତରେ ଧରାପଡିଲେ ପରମାଣପୁର ଆରଆଇ । ସମ୍ବଲପୁର ମାନେଶ୍ୱର ତହସିଲ ଅନ୍ତର୍ଗତ ପରମାଣପୁର ଆରଆଇ ଭିଖାରୀ ଚରଣ କୁସୁମ ୧୫ ହଜାର ଟଂକା ଲାଂଚ…

ଏଲ କେ ବି କେ ତରଫରୁ ଏନ-୯୫ ମାସ୍କ ବଣ୍ଟନ ଏବଂ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

Posted by - September 22, 2021 0
ବୌଦ୍ଧ:( ଚିତରଂଜନ ସିଂ )ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ କେ ବି କେ ତରଫରୁ ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ N…

୬୦ ନଂ ଜାତୀୟ ରାଜପଥ ର ମଥାନୀ ବାଇପାସ ନିକଟରେ ମର୍ମ ନ୍ତୁ ଦ ସଡ଼କ ଦୁର୍ଘଟଣା

Posted by - October 5, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥ ର ମଥାନୀ ବାଇପାସ ନିକଟରେ ମର୍ମ ନ୍ତୁ ଦ ସଡ଼କ ଦୁର୍ଘଟଣା ।…

ନବରଙ୍ଗପୁର ଜିଲ୍ଲା ଏମ ଡି ଏମ ପାଚିକା ସହାୟିକା ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Posted by - January 25, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଏମ ଡି ଏମ ପାଚିକା ସହାୟିକା ସଙ୍ଘ ତରଫରୁ ୬ ଦଫା ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ…