ନେହେରୁ ଯୁବ କେନ୍ଦ୍ର ତ୍ରିରଙ୍ଗା ରେଲି ସାଂସଦ ଦ୍ଵାରା ଉଦଘାଟନ

36 0

ସୋନପୁର :(ଅଜିତ କୁମାର ପୂଜାହାରୀ) ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ନେହେରୁ ଯୁବ କେନ୍ଦ୍ର ,ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏକ ସାଧାରଣ ସଭା ତଥା ତ୍ରିରଙ୍ଗ ରେଲି ଆୟୋଜନ କରାଯାଇଥିଲା l କେନ୍ଦ୍ରିୟ ଯୁବ ଏବଂ କ୍ରିଡା ବିକାଶ ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଅୟୋଜିତ ଏହି ସଭାରେ ମାନ୍ୟବର ବଲାଙ୍ଗିର ସାଂସଦ ସଙ୍ଗିତା କ଼ୁମାରୀ ସିଂଦେଓ ଯୋଗ ଦେଇ ଯୁବ ସମାଜ କୁ ଦେଶପ୍ରେମରେ ଉଦବୁଦ୍ଧ ହେବା ପାଇଁ ଆହ୍ଵାନ ଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲା ଯୁବ ଅଧିକାରୀ ଏ ଭି ନରସିଂହା ସ୍ୱାଗତ ସମ୍ଭାଷଣ ଦେଇଥିଲେ l ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର , ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ , ନେହେରୁ ଯୁବକେନ୍ଦ୍ର ଡିଜି ନୋମିନି ଶରତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ସ୍ଵେଚ୍ଛାସେବୀ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ l ଏହାପରେ ୟୁଥ୍ କ୍ଲବ, ଇନିଫିନଟିଭ, ବୁଢ଼ାରଜା, ରାମଧୁନ, ନାଟ,ଟିକରାପଡ଼ା ଭାଗବତ ମନ୍ଦିର, ଜିଲ୍ଲା ବ୍ୟବସାୟୀ ସଂଘ ଏବଂ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଗୋଟିଏ ବିରାଟ ରେଲି ରେ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ସହର ପରିକ୍ରମା ସହିତ ରୋୟାଲ ପଡ଼ିଆ ପର୍ୟ୍ୟନ୍ତ ଯାଇଥିଲେ l ଏହି ରେଲି କୁ ସାଂସଦ ଶ୍ରୀମତୀ ସିଂହଦେଓ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଫ୍ଳାଗ୍ ଅଫ୍ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ପ୍ରୋଗ୍ରାମ ସୁପର ଭାଇଜର ବିପିନ୍ ବିହାରୀ ଜେନା, କୃପାସିନ୍ଧୁ ସା, ବିଦ୍ୟାପତି ପଣ୍ଡା, ପ୍ରଦ୍ୟୁମ୍ନ ସାହୁ, ଅବିନାଶ ହୋତା , ପ୍ରଦୀପ ସେଠୀ ପ୍ରମୁଖ ସହଯୋଗ କରିଥିଲେ l

 

Related Post

ଲାଦେରପାଲି ସେବାଶ୍ରମ ସ୍କୁଲ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ କାର୍ଡ ବଣ୍ଟନ

Posted by - November 16, 2021 0
ବରଗଡ/ଅତାବିରା:ଗରିବ ଜନସାଧାରଣଙ୍କୁ ସାହାଯ୍ୟ ସହାୟତା ଯୋଗାଇଦେବା ଉଦ୍ୟେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ ତତ୍ପର ।କେନ୍ଦ୍ର ସରକାର ଇ ଶ୍ରମ କାର୍ଡ ବଣ୍ଟନ କରି…

ରାଣୀପୁର ଝରିଆଲରେ ପଞ୍ଚାୟତ ସମିତି ବୈଠକ

Posted by - December 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ର ଅନ୍ତିମ ବୈଠକ ବ୍ଲକ ର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ  ରାଣୀପୁର ଝରିଆଲ ଠାରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁଵାଲା…

ଭାରତ ସ୍କାଉଟ ଓ ଗାଇଡ ଓ ଜୀବନ ବିନ୍ଦୁ ଅନୁଷ୍ଠାନର ରକ୍ତ ଦାନ ଶିବିର ଅନୁଷ୍ଠିତ

Posted by - November 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲାର ଭାରତ ସ୍କାଉଟ ଓ ଗାଇଡ ଓ ଜୀବନ ବିନ୍ଦୁ ଏବଂ ଅନୁଷ୍ଠାନ ର ସଂପାଦକ ଦୁର୍ଯୋଧନ ରାଉତ ଙ୍କ ପ୍ରତ୍ୟକ୍ଷ…

ସିନ୍ଧେକେଲା ରେ ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ କୌଶଳ ଯୋଜନା ର କ୍ଲଷ୍ଟର ସ୍ତରୀୟ ପରାମର୍ଶ ଶିବିର

Posted by - November 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ହାଟପଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ଓରମାସ ଓ ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ…

ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଉ ନଥିବା ANM ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡ଼ୁମେରଗୁଡା ପଞ୍ଚାୟତବାସି

Posted by - July 30, 2022 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ଗୋଲାମୁଣ୍ଡା ଥାନା ଡ଼ୁମେରଗୁଡା ଗ୍ରାମ ପଂଚାୟତରେ ଡ଼ୁମେରଗୁଡା ଓ କିର୍କାକାନି ସ୍ଥିତ ANM କୁଆଟରେ ଦୀର୍ଘ ଦିନ ହେଲା ANM ରହୁ…