ରାୟଗଡ଼ା ରେ ଆଦାନି ଏଣ୍ଟରପ୍ରାଇଜେସ ଲିମିଟେଡ ସ୍ଥାପନ କରିବ ଆଲୁମିନା ରିଫାଇନାରି

51 0

ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଚ୍ଚସ୍ତରିୟ ମଞ୍ଜୁରି କର୍ତ୍ତୁପକ୍ଷ ବୈଠକରେ (HCLA) ୭୪,୬୨୦.୧୮ କୋଟି ଟଙ୍କାର ନିବେଶ ପ୍ରକଲ୍ପ କୁ ମଞ୍ଜୁରି ପ୍ରଦାନ କରାଯାଇଥିବା ସୁଚନା ମିଲିଛି l ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪,୦୪୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡିଛି l

ମଞ୍ଜୁରି ପାଇଥିବା ପ୍ରକଳ୍ପ ଗୁଡିକ ହେଲା ଆଦାନି, ଟାଟା ଷ୍ଟିଲ (Tata Steel), ଆର୍ସେଲର ମିତ୍ତଲ୍ , ନିପନ ଷ୍ଟିଲ ଓ ରୁଙ୍ଗଟା ମାଇନ୍ସ୍ l ଏହି ପ୍ରକଳ୍ପ ଗୁଡିକ ଗ୍ରିନ୍ ହାଇଡ୍ରୋଜେନ ,ଗ୍ରିନ୍ ଆମୋନିଆ , ଧାତବ ଓ ଆନୁସାଙ୍ଗିକ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟକାରି ହେବ lଏଥିମଧ୍ୟରୁ ସବୁଠୁ ବଡ ପ୍ରକଳ୍ପ ଆଦାନି ଏଣ୍ଟରପ୍ରାଇଜେସ ଲିମିଟେଡ଼ ରାୟଗଡ଼ା ଜିଲ୍ଲାର କାଶିପୁର ଠାରେ ୪୧,୬୩୫ କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରି ପ୍ଳାଣ୍ଟ ଓ ୧୭୫ ମେଗାୱାଟ ର ଏକ କ୍ୟାପ୍ଟିଭ ପାୱାର୍ ପ୍ଲାଣ୍ଟ ସ୍ଥାପନ କରିବ l

ଏହି ପ୍ରକଳ୍ପରେ ୭୭୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ lଟାଟା ଷ୍ଟିଲ୍ ଲିମିଟେଡ଼ ରାଜ୍ୟରେ ୧୦୦୦ କୋଟି ଟଙ୍କା ନିବେଶ କରି ୬୦,୦୦୦ ଏମ୍ ଟି ର ଇଣ୍ଡଷ୍ଟ୍ରିଆଲ ଷ୍ଟ୍ରକଚର ଓ ୬୦୦୦ ଏମ୍ ଟି ର ଇସ୍ପାତ କାରଖାନା ଉପକରଣ ବ୍ୟବସ୍ଥା ସ୍ଥାପନ କରିବ l ରିନିଉ ଫୁଏଲ୍ସ୍ ପ୍ରାଇଭେଟ ଲିମିଟେଡ଼ ଜଗତସିଂହପୁର ପାରାଦ୍ଵୀପ ରେ ୨୦୦୦ କୋଟି ଟଙ୍କା ନିବେଶରେ ଏକ ୨୦ କେଟିପିଏ କ୍ଷମତା ର ଗ୍ରିନ୍ ହାଇଡ୍ରୋଜେନ ଓ ୧୦୦ କେଟିପିଏ କ୍ଷମତା ର ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ ବୋଲି ଜଣାପଡିଛି l

Related Post

ଦିଲ୍ଲୀ ରେ ମଦର ହୋମ୍‌ ଡେଲିଭରି ଆରମ୍ଭ ,ଓଡିଶା ରେ ମଧ୍ୟ ଯୋଜନା

Posted by - May 21, 2020 89
ନୂଆଦିଲ୍ଲୀ /ଭୁବନେଶ୍ବର : ଓଡ଼ିଶାରେ ଲକଡାଉନ ସମୟରେ ମଦ ହୋମ ଡେଲିଭରି କରିବାକୁ ଯୋଜନା କରାଯାଉଛି। ଅବକାରୀ ବିଭାଗ ଏନେଇ ଯୋଜନା କରୁଥିବାବେଳେ ଚଳିତ ସପ୍ତାହରେ ଏ…

ପଶ୍ଚିମାଞ୍ଚଳ ଏକତା ମଂଚର ସମ୍ବଲପୁରୀ ଦିନ ସଂକଲ୍ପ ଏବେ ଆନ୍ଦୋଳନ ରେ ପରିଣତ ହୋଇପାରିଛି

Posted by - July 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀ ସମାଜ ପକ୍ଷରୁ ୧୦ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାରଂକର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି ଏବେ ଆନ୍ଦୋଳନ ରେ ପରିଣତ…

ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ଝିଅ

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ର ଝିଅ…

କଟକ ରେ ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍

Posted by - April 2, 2019 22
କଟକ :୦୨/୦୪ ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍। ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦୁଇଟି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ଫଳରେ କାଠଯୋଡ଼ି…