Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଭିଜିଲାନ୍ସ୍ ଜାଲରେ ରାଜସ୍ଵ ନିରିକ୍ଷକ ,୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରାପଡିଲେ ଆର୍ ଆଇ

62 0

ଗଞ୍ଜାମ :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ.ବଇଦା ର ରାଜସ୍ଵ ନିରିକ୍ଷକ ଦେବାଶିଷ ମାଝି ବୁଧବାର ଅଗଷ୍ଟ ୧୦ ତାରିଖ ଦିନ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ୍ ହାତରେ ଧରାପଡିଛନ୍ତି l ଏକ ଜବତ୍ ବାଲି ଟ୍ରକ୍ ଛାଡିବାକୁ ନିଜ ଅଫିସରେ ହିଁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୁର୍ବ ଜୋଜନା ମୁତାବକ ଭିଜିଲାନ୍ସ୍ ଟିମ୍ ତାଙ୍କୁ ଗିରଫ୍ କରିଥିବା ସୁଚନା ମିଲିଛି l ଆର୍ ଆଇ ଶ୍ରୀ ମାଝି ଙ୍କୁ ଭିଜିଲାନ୍ସ୍ ଅଧିକ ପଚରା ଉଚୁରା କରୁଛି ଏବଂ ଏହି ଘଟଣା ର ଆହୁରି ଖୋଲତାଡ ଆରମ୍ଭ କରିଛି। ଆର୍ ଆଇ ଙ୍କ ସରକାରି ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ୍ ପକ୍ଷରୁ ଚଢଉ ଜାରି ରହିଛି l

Related Post

ଅନଶନ କାରୀ ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଭର୍ତ୍ତି 

Posted by - October 12, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ବାଙ୍ଗରା ଓ ପଂତେପୁର ପଂଚାୟତରେ ଦୁର୍ନିତି ଘଟଣାର ତଦନ୍ତ ଦାବୀରେ ଜାରି ରହିଛି ଗ୍ରାମବାସୀଙ୍କ ଅନଶନ ।ଦୁର୍ନିତିର ତଦନ୍ତ ସହିତ ଦୁର୍ନିତିଗ୍ରସ୍ତ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅନଶନରେ ବସିଛନ୍ତି ଗ୍ରାମବାସୀ ଏହି ଆମରଣ ଅନଶନକାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯାଜପୁର ଜିଲା ବିଜେପି ସଭାପତି ଗୌତମ ରାୟ । ବାଙ୍ଗରା ରେ  ଚାଲିଥିବା ଅନଶନରେ ସାମିଲ ଥିବା ଯୁବକ ଜ୍ଞାନରଂଜନ ଜେନା ଙ୍କୁ ଅସୁସ୍ଥ ଅବସ୍ଥାରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି I ଜିଲା ପ୍ରଶାସନର ଦୁର୍ନିତିର ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆନଗଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବାଅଭିଯୋଗ

Posted by - October 27, 2020 0
ଭୁବନେଶ୍ବର – ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଅଭିଯୋଗ ହେଉଛି l ଏଠି ବିନା ପାଉଣାରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ…

କଣ୍ଟାମାଳ ଠାରେ ସବଜେଲ ପାଇଁ ଦାବି

Posted by - October 17, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ର ଆଭ୍ୟନ୍ତରୀଣ ଅଞ୍ଚଳ କଣ୍ଟମାଳ ବ୍ଳକ । ଯେଉଁଠାରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିକ କାଯ୍ୟକଳାପ। ଏହାକୁ ଦୁଷ୍ଟି ରେ ରଖି…

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

Posted by - January 19, 2020 0
ଭୁବନେଶ୍ୱର ୧୯।୦୧ – ନିରବୀ ଯାଇଛି ଏକ ସ୍ବର ।  ସେହି ମହାବାହୁଙ୍କ ପାଖକୁ ଚାଲିଯାଇଛନ୍ତି ସୁନନ୍ଦା ପଟ୍ଟନାୟକ।  ଏହି ମର୍ମସ୍ପର୍ଶୀ କଣ୍ଠ ପ୍ରତିଟି ଓଡ଼ିଆର ହୃଦୟକୁ…

ମକଡ୍ରିଲ ପାଇଁ ଜିଲାସ୍ତରୀୟ ଟେବୁଲଟପ ପ୍ରସ୍ତୁତି ବୈଠକ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଥଇଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

Posted by - June 18, 2022 0
ବୌଦ୍ଧ:୧୮ା୬ 🙁 ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ମକଡ୍ରିଲ ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ…