କ୍ଷୁଦ୍ର ଜଳସେଚନ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ନଷ୍ଟ ହୋଇଗଲା ମହିଳା ଛାତ୍ରୀନିବାସର ପାଚେରୀ

26 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ) କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ଉମା ପୋଖରୀ ଜଳ ନିଷ୍କାସନ ପାଇଁ କ୍ଷୁଦ୍ର ଜଳ ବିଭାଜିକା ପ୍ରକଳ୍ପ ପକ୍ଷରୁ ଡ୍ରେନ ନିର୍ମାଣ କରାଯାଉଛି । ଓଡିଶା ଜଳବାୟୁ ପ୍ରତିରୋଧି ସମନ୍ୱିତ ଜଳସେଚନ କୃଷି ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବୌଦ୍ଧ ଦ୍ୱାରା ୫କୋଟି ୯୦ଲକ୍ଷ ୯୭ହଜାର ୩୯୯ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି କାର୍ଯ୍ୟ ୨୯ ଡିସେମ୍ବର ୨୦୧୯ ଠାରୁ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟର ଅବଧି ୨୮ ଫେବୃଆରୀ ୨୦୨୧ ଦର୍ଶାଯାଇଛି । ଜଗଦିଶ ଅଗ୍ରୱାଲ ନାମକ ଜଣେ ଠିକାଦାରଙ୍କୁ କାର୍ଯ୍ୟ କରିବାପାଇଁ ଦାୟିତ୍ୱ ଦିଆଯାଇଛି l ନିର୍ମାଣ ଅବଧିର ଏକବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ହେଁ ତାହା ସମ୍ପୂର୍ଣ ନକରି ୧୦ଫୁଟ ଭିତରେ ଛାଡି ଦିଆଯାଇଛି ।

ଛାତ୍ରୀନିବାସର ପାଚେରୀ ନିକଟରେ ଉକ୍ତ ଡ୍ରେନ ନିର୍ମାଣ ହେଉଥିବାରୁ ପାଚେରୀ ଭାଙ୍ଗି ଯିବାର ଆଶଙ୍କା କରି ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ନିର୍ମାଣ ସମୟରେ ଗ୍ରାମବାସୀ ପ୍ରକଳ୍ପ ଅଧିକାରୀଙ୍କୁ ତାଗିଦ କରିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନଥିଲେ । ପାଚେରୀର ସୁରକ୍ଷା ପ୍ରତି ବିପଦ ଥିବା ବିଷୟରେ ଗଣମାଧ୍ଯମରେ ଖବର ପ୍ରକାଶିତ ହୋଇଥିଲେ ହେଁ ଏଥିପ୍ରତି ବିଭାଗ ଆଖିବୁଜି ଦେଇଥିଲା । ଫଳରେ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଲଘୁଚାପ ଜନିତ ବର୍ଷାରେ ଛାତ୍ରୀନିବାସର ଲକ୍ଷ୍ୟାଧିକ ଟଙ୍କାର ପାଚେରୀ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇ ଡ୍ରେନ ପୋତି ହୋଇ ଯାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ।

Related Post

ହେରା ପଞ୍ଚମୀ” ଦେଵ ଦମ୍ପତି ଙ୍କ ମାନବୀୟ ଲୀଳା

Posted by - July 7, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଏବେ ସମଗ୍ର ଜଗତ ଜଗନ୍ନାଥମୟ ହୋଇ ଉଠିଛି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଦାରୁଦେବତା ଜଗନ୍ନାଥ…

ମିଶନ ଶକ୍ତି, ଜୀବିକା ମିଶନ ଆନୁକୁଲ୍ୟରେ ବ୍ୟଙ୍କିଂ ସଂଯୋଗିକରଣ ଉପରେ ସ୍ବତନ୍ତ୍ର ସଚେତନତା ଶିବିର

Posted by - June 23, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମିଶନ ଶକ୍ତି ତଥା ଓଡ଼ିଶା ସରକାରଙ୍କ ଜୀବିକା ମିଶନ ଆନୁକୁଲ୍ୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ଆଇସିଡିଏସଏଲଏସ ତଥା ବ୍ୟାଙ୍କ ମିତ୍ର ଏମବିକେ, ସିଆରପିଶିଏମ ମାନଙ୍କୁ…

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଚାଲିଛି ସାତ ଦିନ ବ୍ୟାପି ଫୁଡ ଫର ହଙ୍ଗର କାର୍ଯ୍ୟକ୍ରମ

Posted by - September 14, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ବର୍ଷ ତମାମ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦା ସର୍ବଦା ବିଭିନ୍ନ ସାମାଜିକ ତଥା ସେବା କାର୍ଯ୍ୟ କରିଥାନ୍ତି। ଏହି ମାସ ୧୧ ତାରିଖ…

କେନାଲ ପୋଲ ଉପରୁ ଖସିଲା ସ୍କୁଟି; ଜଣେ ଗୁରୁତର ଓ ଅନ୍ୟ ଜଣେ ଆହତ

Posted by - September 29, 2019 32
ହାଟଡ଼ିହି, ୨୯/୦୯ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଛେନାପଦୀ ଛକରେ ଏକ ଅଭାବନୀୟ ଘଟଣା ଘଟିଛି ୲ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଛେନାପଦୀ ଛକ ଟାଙ୍କି…

ବରୀରେ କରୋନା କଲାଣି କାୟା ବିସ୍ତାର , ଗଲାଣି ଏକ ମୁଣ୍ଡ, ଆକ୍ରାନ୍ତ ହେଲେଣି ୧୧୮

Posted by - July 6, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କଲାଣି । ଅଜି ସୁଧା ୧୧୮ ଆକ୍ରାନ୍ତ ହୋଇଥିଲା…