Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ରେକେଟକୁ ଧରିଲା ପୋଲିସ

25 0

ସୋନପୁର:( ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା କୁଞ୍ଜ ଛକ ନିକଟରୁ ସଦର ପୋଲିସ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ରେକେଟକୁ ଧରିବାରେ ସଫଳ ହୋଇଛି Iଗତକାଲି ସଂନ୍ଧ୍ୟାରେ ସୋନପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କୁଞ୍ଜ ଛକ ନିକଟରେ ଏକ ବାଇକରେ ଜଣେ ମହିଳା ଓ ପୁରୁଷ ଯାଉଥିବା ବେଳେ ସନ୍ଦେହ କରି ଅଟକାଇଥିଲେ Iବାଇକ ସର୍ଚ୍ଚ କଲାବେଳେ ବାଇକରୁ 21କେଜି 200ଗ୍ରମ ଗଞ୍ଜେଇ ଥିବା ଜାଣିପାରିଥିଲେ Iଆହୁରିବି ଏହି ବାଇକକୁ ଆଉ ଗୋଟେ ବାଇକ ଏସକର୍ଟ କରି ଯାଉଥିବା ଜାଣି ତାକୁ ମଧ୍ୟ ଧରିଥିଲେ I

ଏମାନଙ୍କ ପାଖରୁ 4ଟି ମୋବାଇଲ, ଗୋଟେ ଦେଶୀ ପିସ୍ତଲ, ଗୋଟେ ଜୀବନ୍ତ ଗୁଳି ସହିତ ଗୋଟେ ମେଗାଜିନ ଜବତ କରିଥିଲେ Iତେବେ ଏହି ଚୋରା ଚାଲାଣ ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଥିବା ବେଳେ ଏମାନେ ହେଲେ ମନମୁଣ୍ଡା ଥାନା ଅଂଚଳର ଦାମୋଦର ମହାଲିଙ୍ଗ ଓ ଯୋଗେଶ୍ବର ପ୍ରଧାନ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଛତିଶଗଡ ଅଂଚଳର ଗାୟତ୍ରୀ ଶୀଧର ଓ ସାହିଲ ସାହୁ ବୋଲି ଜଣାପଡିଛି ।ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସଦର ପୋଲିସ ଷ୍ଟେସନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

Related Post

ହୋମ କ୍ୱାରେନଟାଇନରେ ଥିବା ଯୁବକର ସନ୍ଦେହଜନ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ

Posted by - April 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ହୋମ କ୍ୱାରେନଟାଇନରେ ଥିବା ଜଣେ ଯୁବକର ସନ୍ଦେହଜନ ମୃତ୍ୟୁ । ଘର ନିକଟସ୍ଥ ବାଡିରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ।…

ବୈଶିଙ୍ଗା ବିଶ୍ଵକର୍ମା ଗହଣା ଦୋକାନରେ ଗୁଳିକାଣ୍ଡ

Posted by - November 8, 2019 0
ବାରିପଦା:ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ମୁଖ୍ୟ ବଜାରରେ ଥିବା ବିଶ୍ୱକମା ଗହଣା ଦୋକାନରେ ଲୁଟେରାଙ୍କ ଗୁଳିମାଡ। ଆଜି ଦିନ ପ୍ରାୟ  ଗୋଟଏ ସମୟରେ 6 ଜଣ ଦୁର୍ବୃତ୍ତ ଲୁଟ…

ଡ୍ରଗ ଯୋଗାଣକାରୀ ଗ୍ୟାଙ୍ଗ ଗିରଫ

Posted by - September 28, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଧନୁପାଲି ପୋଲିସ ଏକ ଡ୍ରଗ ଯୋଗାଣକାରୀ ଗ୍ୟାଙ୍ଗକୁ ଆଜି ଗିରଫ କରିଛି । ବିଶେଷ ସୁତ୍ରରୁ ଖବରପାଇ ପୋଲିସ ୭ ଜଣକୁ ଗିରଫ…

ବଳିତା ଜଙ୍ଗଲରେ ବୃଦ୍ଧାଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ନିର୍ମମ ହତ୍ୟା,ସଂପର୍କୀୟା ପୁତୁରା ବୋହୁ ଗିରଫ୍‌,କଟୁରୀ ଜବତ୍

Posted by - May 13, 2020 21
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଅନ୍ଧ ବିଶ୍ୱାସର କୁପରିଣତି ପୁଣି ସାମ୍ନାକୁ ଆସିଛି । ଗୁଣିଗାରେଡ଼ି ସନ୍ଦେହରେ ସଂପର୍କୀୟା ପୁତୁରା ବୋହୁର ଶାଶୁକୁ ବିଭତ୍ସ ହତ୍ୟା । ଗତ ଶନିବାର, ବଡ଼ବିଲ…