ଖପ୍ରାଖୋଲ :୬/୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ କୃଷିବିଭାଗ ତାଲିମ ଗୃହ ଠାରେ କୃଷି ସମ୍ପର୍କିତ ବ୍ଲକ୍ ବୈଷୟିକ କମିଟି ବୈଠକ ବ୍ଲକ୍ କୃଷି ଅଧିକାରୀ ଡମ୍ବରୁଧର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗୀୟ ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ସାଂପ୍ରତିକ ସମୟରେ ଚଳିତ ବର୍ଷ ବର୍ଷାରେ ଅନିୟମିତତା ଯୋଗୁଁ ଠିକ୍ ଭାବରେ ଚାଷ କାର୍ଯ୍ୟ ଆଗେଇ ପାରୁନଥିବାରୁ ଉଠା ଜଳସେଚନ ବିଭାଗ ଦ୍ଵାରା ପରିଚାଳିତ ପ୍ରକଳ୍ପ ର ସମସ୍ୟା ଏବଂ ସମାଧାନ ସହ ଉଠା ଜଳ ସେଚନ ପଏଣ୍ଟ ମାଧ୍ୟମରେ ଜଳ ସେଚନ କରି ଚାଷକାର୍ଯ୍ୟ ଆଗେଇବାକୁ ଆଲୋଚନା ହୋଇଥିଲା ।
ସେହିପରି ମାଛ ପୋଖରୀ, ମାଛଚାଷ, ଉଦ୍ୟାନ କୃଷି, ନିରନ୍ତର କୃଷି ପଦ୍ଧତି ମାଧ୍ୟମରେ ଜୈବିକ ସାର, କିଟ ନାଶକ ପ୍ରସ୍ତୁତି ଓ ବ୍ୟବହାର, ଗୋ ପାଳନ, ଛେଳି, କୁକୁଡ଼ା ଚାଷ, ସମନ୍ୱିତ କୃଷି, ସ୍ଵୟଂ ସହାୟକ ଦଳକୁ ଋଣ ପ୍ରଦାନ, ମିଶନ ଶକ୍ତି ଉପରେ ଆଲୋଚନା ହୋଇଥିଲା। ବୈଠକରେ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସୁଜିତ କୁମାର ଶତପଥି, ଏଲ୍ ଆଇ କନିଷ୍ଠ ଯନ୍ତ୍ରୀ ବଳରାମ ବେହେରା, ବ୍ଲକ୍ ମତ୍ସ୍ୟ ଅଧିକାରୀ ସଂଜିତ୍ ସାହୁ, ଓଏଲ ଏମ ବିପିମ୍ ମନୋଜ କେରକେଟା, ବିପିସି ପ୍ରଶାନ୍ତ ନନ୍ଦ, ଏଫ୍ ଇ ଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ, ବିକଳ୍ପ ବ୍ଲକ୍ ସଂଯୋଜକ ସୁରେଶ ବେହେରା, କୃଷି ବିଭାଗ ସହକାରୀ ଯନ୍ତ୍ରୀ କିରଣ ବାଲା ବେହେରା, ମିଶନ ଶକ୍ତି ସହ ସଂଯୋଜକ ଲକ୍ଷ୍ମୀ ନାରାୟଣ ବିଶି, ବିଡି ସି ସି ସୁପର ଭାଇଯାର ଅନନ୍ତ ରଣା, ଏଟିଏମ୍ ପରେଶ୍ ମେହେର, ମାନସ ରଞ୍ଜନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏ ଏ ଓ ସୁଜିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।