ବନ୍ଦୀ ଜୀବନରୁ ମୁକ୍ତି ପାଇବେ ରମାକାନ୍ତ । ଦୀର୍ଘ ୩୦ ବର୍ଷ ଧରି ଅନ୍ଧାର କୋଠରୀ ରେ ଦିନ କାଟୁଥିବା ଯାଜପୁର ଉଦୟପୁର ଗାଁର ରମାକାନ୍ତଙ୍କୁ ସହଯୋଗର ହାତ ବଢ଼ାଇଛି ଜିଲାପ୍ରଶାସନ । ଆଜି ଜିଲାପାଳ ରଂଜନ କୁମାର ଦାସ ରମାକାନ୍ତଙ୍କ ଘରେ ପହଂଚି ପରିବାର ବର୍ଗଙ୍କୁ ଭେଟି ରମାକାନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଥିସହିତ ବିଜୁ ପକ୍କା ଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ରେସନ କାର୍ଡ ପ୍ରଦାନ କରିଥିଲେ । ଜିଲାପାଳଙ୍କ ଏଭଳି ପଦକ୍ଷେପ ପଂଳରେ ଶିକୁଳି ରେ ବନ୍ଧା ହୋଇଥିବା ରମାକାନ୍ତଙ୍କ ମୁକ୍ତି ହେବା ସହିତ ସୁସ୍ଥ ହେବା ନେଇ ଆଶା ସଂଚାର ହୋଇଛି । ରମାକାନ୍ତଙ୍କ ବନ୍ଦୀ ଜୀବନ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ପ୍ରଶାସନ ଏପରି ପଦକ୍ଷେପ ନେଇଛି
ରମାକାନ୍ତଙ୍କ ଜୀବନରେ ହଠାତ୍ ପରିବର୍ତନ ଆସିଥିଲା । ମାନସିକ ବିକୃତି କାରଣରୁ ଅସ୍ୱାଭାବିକ ଆଚରଣ ଦେଖାଦେଇଥିଲା । ପଂଳରେ ଆଜକୁ ସେ ୩୦ରୁ ଉର୍ଦ୍ଦ ବର୍ଷ ହେଲା ସେ ଗୋଟିଏ ଘର ଭିତରେ ବନ୍ଦ ହୋଇପଡିରହିଥିଲେ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଶଣ ହେବା ପରେ ପ୍ରଶାସନର ନିଦ ଭାଂଗିଥିଲା । ରମାକାନ୍ତଙ୍କ ପରିବାର ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳ ଦଶରଥପୁର ବିଡିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ । ରିପୋର୍ଟ ପାଇବା ପରେ ଆଜି ଜିଲାପାଳ ଉଦୟପୁର ଗାଁକୁ ଯାଇଥିଲେ । ଜିଲାପାଳଙ୍କ ଏଭଳି ପଦକ୍ଷେପ କୁ ବେଶ ପ୍ରଶଂସା କରିଛନ୍ତି ଗ୍ରାମବାସୀ । ରମାକାନ୍ତଙ୍କୁ ସଂପୁର୍ଣ୍ଣ ସୁସ୍ଥ କରିବା ପାଇଁ ପ୍ରଶାସନ ଉଦ୍ୟମ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।ରମାକାନ୍ତଙ୍କ ଆଧାରକାର୍ଡ ପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସ୍ଥାନୀୟ ଜନସେବା କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲାପାଳଙ୍କ ଏଭଳି ତ୍ୱରିତ ସେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି