କୁସକେଲା ଲୁଧିପଡ଼ା ନିକଟରେ ଗ୍ରାମବାସୀ ଅଟକାଇଲେ ପିଡିଏସ ଚାଉଳ ଗାଡ଼ି, ରାତିରେ ଚାଉଳ ଯୋଗାଣ କୁଆଡେ ?

113 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ କୁସକେଲା ଗ୍ରାମପଞ୍ଚାୟତ ନିକଟ ଲୁଧିପଡ଼ା ନିକଟରେ ରାତିରେ ପିଡ଼ିଏସ ଚାଉଳ କେଉଁଠିକୁ ଯାଉଛି ବୋଲି ଗ୍ରାମବାସୀ, ୱାର୍ଡ ମେମ୍ବର ଡ୍ରାଇଭରକୁ ପଚାରିଥିଲେ, ଗ୍ରାମର ୱାର୍ଡ ମେମ୍ବର ସମସ୍ତେ ଆଗ ଏକଜୁଟ ହେବା ସହ ସରପଞ୍ଚ ପୁଷ୍ପା ମହାନନ୍ଦଙ୍କୁ ପଚାରିଥିଲେ, ସିଏ ବି ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ, ORO3E 0399 ନମ୍ବର ଯୁକ୍ତ ଏହି ଗାଡ଼ିଟିର ଫିଟନେସ ଓ ଇଁସୁରଂ।ଶ ମଧ୍ୟ ସରିଯାଇଥିବା ଜଣାପଡୀଛି। କୁସକେଲାର ଲୁଧିପଡ଼ା ନିକଟରେ ଏହି ପିଡିଏସ ଚାଉଳ ବୋଝେଇ ଗାଡ଼ିକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି।

ଏଠାରେ ପ୍ରଶ୍ନ ଉଠେ ଯେ ରାତିରେ କାହିଁକି ଓ କିପରି ପିଡିଏସ ଚାଉଳ କୁସକେଲାରୁ ଅନ୍ୟ ସ୍ଥାନକୁ ଯାଉଥିଲା, ଆସନ୍ତା କାଲି ରବିବାର ଯାହାକି ମାସର ଶେଷ ଦିନ କେଉଁଠି ଚାଉଳ ବଣ୍ଟନ ହୋଇଥାନ୍ତା, ସ୍ଥାନୀୟ ଲୋକଙ୍କ ଆଉ ଗୋଟିଏ ଅଭିଯୋଗ ଯେ ଗାଡିରେ ଥିବା ରସିଦରେ ଷ୍ଟାମ୍ପ ବି ପଡି ନାହିଁ, ଏ ଗାଡ଼ିକୁ କିଏ ଏବଂ କେଉଁ ଠାରୁ ପଠାଇଥିଲା ? ରାତିରେ କାହିଁକି ଚାଉଳ ନିଆ ଯାଉଥିଲା ? ଗାଡ଼ିର ମାଲିକ କିଏ ?

ବିନା ଫିଟନେଶ କି ବିନା ଇଁସୁରଂ।ଶରେ ଗାଡି କିପରି ଚଲାଉଥିଲେ ? ଏହିପରି ବିନା ଫିଟନେସ ଥିଲା ଗାଡ଼ିକୁ କିପରି ଯୋଗାଣ କରିବା ପାଇଁ ଲଗା ଯାଉଛି? କିଛି ବର୍ଷ ପୂର୍ବେ ମଧ୍ୟ କୁର୍ସୁଡ ନିକଟରୁ ଏଭଳି ଏକ ଚାଉଳ ଭର୍ତ୍ତି ଗାଡ଼ିକୁ ଧରା ଯାଇଥିଲା! ସେ ଯାହା ହେଉନା କାହିଁକି କଣ ରହସ୍ୟ ରହିଛି ଯୋଗାଣ ବିଭାଗ ତଦନ୍ତରୁ ଜଣା ପଡ଼ିବ।

Related Post

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - July 25, 2022 0
ଭବାନୀପାଟଣା::(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାପରେ କୋକସରା ବ୍ଲକ ରେ ଅନୁଷ୍ଠିତ ଜନ ଶୁଣାଣି…

ନବୀନଙ୍କ ନୂଆ ଟିମ , ୧୩ ଜଣ କ୍ୟାବିନେଟ ପାହ୍ୟା ଓ ୮ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ

Posted by - June 5, 2022 0
ଭୁବନେଶ୍ୱର: ଲୋକସେବା ଭବନର କନଭେନସନ୍ ହଲରେ ସମସ୍ତ ନୂତନ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର…

ବୌଦ୍ଧ ଜିଲ୍ଲା ସ୍ୱନକ୍ଷେତ୍ର ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - January 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜ଼ିଲ୍ଲା ଜ଼ିଲ୍ଲା ସ୍ୱନକ୍ଷେତ୍ର ଦିବସ ତଥା ଜ଼ିଲ୍ଲା ସଂଗ୍ରହାଳୟ ର ପ୍ରଥମ ବାର୍ଷିକୀ ଅବସର ରେ ବୌଦ୍ଧ ଜ଼ିଲ୍ଲାରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏପରି କଲେ ଭଗବାନ ଶିବଙ୍କ କୋପରୁ ରକ୍ଷା ମିଳିବ ନାହଁ- ଜାଣନ୍ତୁ ସେ ବିଷୟରେ

Posted by - May 1, 2020 0
ଭଗବାନ ଶିବ ସହଜରେ ପ୍ରସନ୍ନ ହୁ ଅନ୍ତି। ତାଙ୍କ ଆଶୀଷରେ ସୁଖଶାନ୍ତିରେ ଦିନ କଟେ। ହେଲେ ସେ ରାଗିଲେ ପ୍ରଳୟ କରନ୍ତି । ଏପରି କିଛି କାମ…