ଧର୍ମଗଡ଼: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଘଟଣା ଦିନ ତାଙ୍କୁ ଲିଫ୍ଟ ଦେଇଥିବା ଯୁବକ ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳ ନାୟକ।ଲଳୀନ୍ଦ୍ର ହିଁ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ତା ପରେ ଅନ୍ୟମାନେ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।ସେ ଆହୁରି କହିଛନ୍ତି, ଭବାନୀପାଟଣାର ଏକ କ୍ଲିନିକ୍ରୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରୁଥିବା ବେଳେ ବସ୍ଷ୍ଟାଣ୍ଡରେ ଲଳିନ୍ଦ୍ର ସହ ତାଙ୍କର ଦେଖା ହୋଇଥିଲା। ସେ ତାଙ୍କୁ ଲିପ୍ଟ ଦେଇଥିଲେ। ଲଳିନ୍ଦ୍ର ସହ ଆସିବାବେଳେ ବନମାଳୀପୁର ନିକଟରେ ସେ ଗାଡ଼ି ସ୍ଲୋ କରି ରଖି ଦେଇଥିଲେ। ସେଠାରେ ୬ ଜଣ ପିଲା ଆସି ତାଙ୍କୁ କିଡ୍ନାପ୍ କରି ନେଇଗଲେ। ଲଳିନ୍ଦ୍ର ପ୍ରଥମେ ସହ ଦୁଷ୍କର୍ମ କରିଥିଲା, ପରେ ଅନ୍ୟମାନେ ଦୁଷ୍କର୍ମ କରିଥିବା ସେ କହିଛନ୍ତି।
ଗୁରୁବାର ସଂଧ୍ୟାରେ ଭାଇରାଲ ହୋଇଥିବା ଭିଡିଓରେ ମୁହଁ ଘୋଡ଼ାଇଥିବା ଜଣେ ଯୁବତୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ନିଜକୁ ସେ ପୀଡ଼ିତା ଛାତ୍ରୀ ବୋଲି କହିବା ସହ ତାଙ୍କ ସହ କଣ ଘଟିଥିଲା ତାହା ସ୍ପଷ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଗତ ୧୪ ତାରିଖ ଦିନ ଅସୁସ୍ଥତା ଯୋଗୁଁ ସେ ଭବାନୀପାଟଣାସ୍ଥିତ ଡା. ଅଗ୍ରୱାଲଙ୍କ ପାଖକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରୁ ବସଷ୍ଟାଣ୍ଡକୁ ଆସିଥିଲେ। ଏହି ସମୟରେ ବସ୍ ଡ୍ରାଇଭର ଲଳିତେନ୍ଦ୍ର ସହ ତାଙ୍କର ଦେଖା ହୋଇଥିଲା। ସେ ବାଇକ୍ରେ ତାଙ୍କୁ ଲିଫ୍ଟ ଦେଇଥିଲା। ଲଳିତେନ୍ଦ୍ର ସହ ଯୁବତୀ ବାଇକ୍ରେ ବସି ଜୁନାଗଡ଼ ଅଭିମୁଖେ ଫେରୁଥିଲେ। ବାଟରେ ଲଳିତେନ୍ଦ୍ରଙ୍କ ମୋବାଇଲକୁ ଦୁଇ ଥର ଫୋନ୍ ଆସିଥିଲା। ସେ ‘ଯାଉଛି ଯାଉଛି, ‘ଶୀଘ୍ର ପହଞ୍ଚୁଛି’ ବୋଲି କହିଥିଲା। ବନମାଳୀପୁର ଛକ ନିକଟରେ ସେ ବାଇକ୍କୁ ଧିମା କରି ଅଟକାଇଦେବା ପରେ ୬ ଜଣ ଯୁବକ ଆସି ତାଙ୍କୁ ଘନା ସଂରକ୍ଷିତ ଜଙ୍ଗଲକୁ ଉଠାଇ ନେଇଥିଲେ। ସେଠାରେ ପ୍ରଥମେ ଲଳିତେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିଥିଲା ଓ ପରେ ଅନ୍ୟ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଭିଡିଓ ତିଆରି କରିଥିଲେ।
Thank you for this info. Alosohbet is best for you.