Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

123 0

ସୋନପୁର:(ଅଜିତ କୁମାର ପୂଜାହାରୀ)ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ, ସୁବର୍ଣ୍ଣପୁର ଜିଲ୍ଳା ଗସ୍ତ ରେ ଆସି ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ର ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକରେ ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ଅନୁଦାନ ଅର୍ଥ ର ସୁବିନିଯୋଗ ତଥା କାର୍ଯ୍ୟପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ର ସମୀକ୍ଷା କରିଛନ୍ତି l କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନା ର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥି ପ୍ରତି ବିଶେଷ ଯତ୍ନବାନ ହୋଇ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l

ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରି ସମସ୍ତ ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ଅବଧି ମଧ୍ୟରେ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ର କୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି l ସେ ଏହି ଅବସରରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ, ପି ଏଚ ଡି, ଜିଲ୍ଳା ଶ୍ରମ ବିଭାଗ, ଜିଲ୍ଳା ମତ୍ସ୍ୟ ବିଭାଗ, ଜାତୀୟ ରାଜପଥ କର୍ତୃପକ୍ଷ, ଉଦ୍ୟାନ ବିଭାଗ, ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ,ଜିଲ୍ଲା କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଳ ବିଭାଗ,ଜଳସେଚନ, ଶିକ୍ଷା ବିଭାଗ ତଥା ସୋନପୁର ମ୍ୟୁନିସିପାଲିଟି, ବିନିକା ଓ ତରଭା ଏନ ଏ ସି ସହରାଞ୍ଚଳ ପ୍ରଭୁତି ଙ୍କ ଦ୍ୱାରା କାର୍ଯ୍ୟକାରୀ ପ୍ରକଳ୍ପ ତଥା ହେବାକୁ ଥିବା ଯୋଜନା ଗୁଡ଼ିକ ର ସ୍ଥିତି ଓ କାର୍ଯ୍ୟକାରିତା ର ସମୀକ୍ଷା କରିଥିଲେ l ସେ ବୈଠକରେ ବିଭଗୀୟ ଅଧିକାରୀଙ୍କୁ ଜିଲ୍ଲା୍ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆନ୍ତରିକତା ର ସହ ଦୃଢ ନିଶ୍ଚିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା୍ର ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ବୃନ୍ଦ,ସମସ୍ତ ବିଡ଼ିଓ, ସମସ୍ତ ତହସିଲଦାର, ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ଅଦ୍ୟ ପୂର୍ବାହ୍ନ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ବିଭିନ୍ନ ଶାଖା ତଥା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ର ପରିଦର୍ଶନ କରିଥିଲେ l

 

Related Post

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ,ଜିଲ୍ଲାର ସମସ୍ତ ଅଧିକାରୀ ପିନ୍ଧିଲେ ସୋନପୁରୀ/ ସମ୍ବଲପୁରୀ ବସ୍ତ୍ର

Posted by - May 24, 2022 0
ସୋନପୁର:(ଅଜିତ କୁମାର ପୁଜହାରୀ) ସୋନପୁରୀ ତଥା ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର କୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି…

ମୋଟର ସାଇକେଲ ଚୋର କୁ ଗୋଡ଼ାଇ ମୋଟର ସାଇକେଲ ଉଦ୍ଧାର କଲା ପୋଲିସ୍, ଚୋର ଫେରାର

Posted by - July 18, 2022 0
ଖପ୍ରାଖୋଲ: ୧୮/୭(ତାପସ ରଞ୍ଜନ ବେହେରା) ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳରୁ ଏକ ମୋଟର ସାଇକେଲ ଚୋରି କରି ଚୋର ମାନେ ଖପ୍ରାଖୋଲ ଅଞ୍ଚଳ କୁ ଆସୁଥିବା…

ବକେୟା ଭତ୍ତା ଟଙ୍କା ପ୍ରଦାନ ପାଇଁ ବିଡ଼ିଓ ଙ୍କ ଠାରେ ବୃଦ୍ଧା ଙ୍କ ଗୁହାରୀ

Posted by - November 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତ ଅନ୍ତର୍ଗତ ମମିଆ ଗ୍ରାମ ର ବୃଦ୍ଧା ବେଲ ସୁନା ବକେୟା ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ…

ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ ” ର ସଂପର୍କରେ ଭରଚୁଆଲ ମିଟିଂ

Posted by - June 13, 2021 0
ନବରଙ୍ଗପୁର 🙁 ବେଣୁ ଗୋପାଳ ରାଓ) ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ  ” ର ସଂପର୍କରେ ଆଜି ଭରଚୁଆଲ ରେ ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ…

YCDA ର ପଂଚାୟତ ସ୍ତରୀୟ ଦିନିକିଆ ଶିଶୁସୁରକ୍ଷା କର୍ମଶାଳା ବୈଠକ

Posted by - September 23, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ଆଜି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ YCDA ର Early childhood Intervetion programme ଚଳୁଥିବା ବୌଦ୍ଧ ବ୍ଲକ ର ମୁଣ୍ଡlପଡ଼ା ଗ୍ରାମପଂଚାୟତ ର ପଂଚାୟତ…