ଯାଜପୁର:(ଆନନ୍ଦ ଚଦ୍ର ସାହୁ)ଯାଜପୁର ମଣ୍ଡଳରେ ୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ବୈଦ୍ୟରାଜପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିକଭାବେ ଯାଜପୁର ମଣ୍ଡଳର ଶିକ୍ଷା ମଣ୍ଡଳର ଅଧିକାରୀ ଶ୍ରୀମତୀ ସ୍ମୃତିରେଖା ନାୟକ ଯୋଗ ଦେଇ ଗାନ୍ଧୀଙ୍କ ନୀତି ଆଦର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୁପତି ଭୂଷଣ ମିଶ୍ର ଯୋଗ ଦେଇ ଗାନ୍ଧୀଙ୍କ ଆଦର୍ଶବାଣୀକୁ ସମସ୍ତେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ରେ ମୋଟ ୧୩୧ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ମଣ୍ଡଳସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଜିଲାସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସମସ୍ତ ବିଭାଗର ଯୋଗ୍ୟ ବିବେଚିତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା
