ବିଦ୍ୟାଳୟର ପ୍ରଶ୍ନ ପତ୍ର ଲିକ ଘଟଣା

45 0

ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ l ଏଥର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତତିନି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବାପରେ ପରୀକ୍ଷା ବାତିଲ ହେବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି l ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଦ୍ୱିତୀୟ ସେମିଷ୍ଟାରର ଏଜୁକେସନ ଅନର୍ସ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଜଣାପଡିଛି l

ଆଜି କଲେଜ ଗୁଡିକରେ ହେବାକୁ ଥିବା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଥମରୁ ଲିକ ହୋଇଥିବା ପ୍ରମାଣିତ ହେବାପରେ ପରୀକ୍ଷା ବାତିଲ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l ଏହି ଘଟଣା ପ୍ରଶ୍ନପତ୍ର ଛପା ହେବା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି l

ଏହା ଦ୍ୱାରା ୨୦୫ କଲେଜ ର ୫୦୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପ୍ରଭାବିତ ହେବେ l ତେବେ ବାତିଲ ହୋଇଥିବା ପରୀକ୍ଷା କୁ ପୁଣିଥରେ ଠିକ ସମୟରେ କରାଯାଇ ପରୀକ୍ଷା ଫଳାଫଳ ବାହାର କରାଯିବ ବୋଲି ସୂଚନା ଦେଇଛନ୍ତି l ପ୍ରଶ୍ନ ପତ୍ରଲିକ ଘଟଣାରେ କୌଣସି ଅଧ୍ୟାପକଙ୍କ ସମ୍ପୃକ୍ତି ପ୍ରମାଣିତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ l

Related Post

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ:ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଓଡ଼ିଶା ପୋଲିସ ର ବ୍ୟାପକ ପ୍ରସ୍ତୁତି

Posted by - February 18, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟରେ ଫେବୃଆରୀ ୧୬ ତାରିଖ ବୁଧବାର ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଅନେକ…

ମଶାଲ ଶୋଭାଯାତ୍ରା” କରି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ କଲା ରାଜ୍ୟ ଓବିସି ମଞ୍ଚ

Posted by - August 10, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ଵାଳ) ଭାରତ ଛାଡ ଆନ୍ଦୋଳନର ୮୧ତମ ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟ ଓବିସି ମଞ୍ଚ ଓଡିଶା ପକ୍ଷରୁ ଅନୁଷ୍ଠିତ ହୋଇଛି ମଶାଲ ଶୋଭାଯାତ୍ରା I…

ମୃତ୍ୟୁ ବି ଏମିତି ଆସେ , ଧରାଧରି ହୋଇ ବୁଡ଼ି ଗଲେ ତିନି ସାଙ୍ଗ

Posted by - November 17, 2020 0
ରେମୁଣା:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତ ର, ତିନି ନଦୀ ର ସଙ୍ଗମ ସ୍ଥଳ କାଠ ସଂଗଡ଼ା ଘାଟ ରେ ଗାଧୋଇବାକୁ ଯାଇ,…

ଯୁକ୍ରେନ ରେ ଫସି ରହିଛନ୍ତି ସୋନପୁର ର ଡାକ୍ତରୀ ଛାତ୍ର ଆଶିଷ

Posted by - February 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ୟୁକ୍ରେନ ଓ ଋଷିଆ ମଧ୍ୟରେ ଉପୁଜିଥିବା ଯୁଦ୍ଧ ଲାଗିରହିଛି । ୟୁକ୍ରେନର ବିଭିନ୍ନ ସହରେ ବର୍ତ୍ତମାନ ଅନେକ ଓଡିଆ ଛାତ୍ରଛାତ୍ରୀ ଫଶି ରହିଛନ୍ତି ।…