ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର

85 0

ସୋନପୁର:(ଅଜିତ କୁମାର ପୂଜାହାରୀ)ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ସଂଗିନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପଧାନ । ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜୈନିକ ଯୁବତି ରଞ୍ଜିତ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଂଜିତ ପଧାନ ଯୁବତିଙ୍କୁ ଦୁଷ୍କର୍ମ କରିଥିବାନେଇ ସୁବଳୟା ଥାନାରେ ମାମଲା ଦାୟର ପରେ ସୁବଳୟା ପୋଲିସ ରଂଜିତକୁ ସୁବର୍ଣ୍ଣପୁର ରୁ ଉଠାଇଆଣି ଜେଲ ହାଜତକୁ ପଠାଇ ଦେଇଛି ।

ପୁର୍ବରୁ ପୋଲିସ ଡ୍ରାଇଭର ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତି ରଂଜିତଙ୍କ ନାଁରେ ଅଭିଯୋଗ କରିଥିଲେ । ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରିଦେବା ସହ ରଂଜିତଙ୍କୁ ମାଲକାନଗିରି ବଦଳି କରିଦେଇଥିଲେ । ଏବେ କିଛିମାସ ତଳେ ରଂଜିତ ପଧାନଙ୍କ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା । କିନ୍ତୁ ରଂଜିତଙ୍କ ଚିରତ୍ରରେ ପରିବର୍ତନ ହେଲାନାହିଁ । ଏବେ ପୁଣି ସୁବଳୟା ଥାନା ଅଂଚଳର ଜଣେ ଯୁବତି ରଂଜିତଙ୍କ ନାଁରେ ଦୁସ୍କର୍ମ ଭଳି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ରଂଜିତଙ୍କୁ ଗିରଫ କରିବା ସହ ଜେଲ ହାଜତକୁ ପଠାଇ ଦେଇଛି ।

 

Related Post

ବାରିପଦା ପୋଲିସକୁ ସଫଳତା,ପୋଲିସ କବ୍ଜାରେ ଦୁଇ ଚେନଲୁଟେରା

Posted by - November 19, 2019 0
ବାରିପଦା:ଚୋରାସୁନା କିଣୁଥିବା ଜଣେ ଗହଣା ଦୋକାନୀ। ଉଦଳା ଥାନା ଅଞ୍ଚଳରେ ଗତ ୫ତାରିଖରେ ହେଇଥିବା ଚେନଲୁଟ ଘଟଣାରେ ସମ୍ପୃକ୍ତ ଦୁଇ ଚେନଲୁଟେରା ସହିତ ଲୁଟସୁନା କିଣୁଥିବା ଜଣେ…

ବଙ୍ଗୋମୁଣ୍ଡା IICଙ୍କୁ ଧରିଲା ଭିଜିଲାନ୍ସ, କାର୍‌ରୁ ବାହାରିଲା ୨ ଲକ୍ଷ ଟଙ୍କା

Posted by - December 1, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ । ସମ୍ବଲପୁର ଭିଜିଲାନ୍ସ ବିଭାଗର ଏକ ଟିମ୍‌ ବରଗଡ଼ ଜିଲ୍ଲା ଟୋଲ୍‌ଗେଟ ନିକଟରେ ବଲାଙ୍ଗୀର…

ଭାଈ ସାଜିଥିଲା ଭଗାରୀ : କୁସୁପୁର ଗଣହତ୍ୟା ମାମଲାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Posted by - April 19, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭାଈ ସାଜିଥିଲା ଭଗାରୀ । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମର ବହୁ ଚର୍ଚ୍ଚିତ ଗଣହତ୍ୟା…

କଳାହାଣ୍ଡି ପୋଲିସ ର ସଫଳତା, ଅନ୍ତଃଜିଲ୍ଲା ଡକାୟତ ଦଳ ଗିରଫ, ବିପୁଳ ଟଙ୍କା, ସୁନା, ରୂପା, ମାରଣାସ୍ତ୍ର ଜବତ

Posted by - August 7, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଆତଙ୍କରାଜ ଚଳାଇ ଲୋକଙ୍କ ଆଖିରୁ ନିଦ ହଜାଇ ଥିବା ଅନ୍ତଃଜିଲ୍ଲା ଡକାୟତ ଦଳ କୁ ଧରିବାରେ…

ବରୀ -କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରୀ ଅଭିଯୋଗ

Posted by - December 5, 2019 0
ବରୀ ୧/୧୨(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଥାନା ଅର୍ନ୍ତଗତ କୃଷ୍ଣନଗର ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ କେହି ଦୃର୍ବୁତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର…