ଅଧିକ ଯୌତୁକ ଦେଇ ନ ପାରିବାରୁ ବୋହୁକୁ ଏସିଡ ଢ଼ାଳି ହତ୍ୟା ଉଦ୍ୟମ

765 0

ଅଧିକ ଯୌତୁକ ଦେଇ ନ ପାରିବାରୁ ବୋହୁକୁ ଏସିଡ ଢ଼ାଳି ହତ୍ୟା ଉଦ୍ୟମ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଜିଲା ପାଣିକୋଇଲି ଥାନା କରଦା ଗାଁରେ । ଗାଁର ବିନୋଦ ସେଠୀଙ୍କ ପତ୍ନି ଙ୍କୁ ଏସିଡ ଢ଼ାଳି ଶାଶୁ,ନଣନ୍ଦ,ସ୍ୱାମୀ ହତ୍ୟା କରିବାକୁ ଉଦ୍ୟମ କରିଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି । ବିବାହର ୨ ମାସ ମଧ୍ୟରେ ବାରମ୍ବାର ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ପୂର୍ବରୁ ମହିଳା ଜଣକ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଏ ନେଇ ଉଭୟ ପରିବାର ମଧ୍ୟରେ ଆପୋଶ ମିଳାମିଶା ହୋଇଥିଲେ ହେଁ ପୁଣି ତାଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମହିଳା ଜଣକୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେପଟେ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ପୋଲିସ ଚୁପ ହୋଇ ବସିଥିବା ଅଭିଯୋଗ କରିଛନ୍ତି ପିଡିତାଙ୍କ ପରିବାର ଲୋକେ ।

Related Post

ସରକାରୀ ଉଚ୍ଚ ବିଦ୍ୟାଳୟ, ରାମଗଡ଼ ଠାରେ ସ୍ୱର୍ଗତ ଚିନ୍ତାମଣି ନାୟକ ଙ୍କ ୪୪ତମ ଶ୍ରlଦ୍ଧବାର୍ଷିକ ପାଳିତ

Posted by - October 24, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ ରାମଗଡ଼ ଠାରେ1966ମସିହାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହୋଇଥିଲା!ଏହି ଶିକ୍ଷା ଅନୁଷ୍ଠାନ ରୁ ବହୁ…

ଲୁଣିବାହାଲରେ ସାପ୍ତାହିକ ହାଟର ଶୁଭାରମ୍ଭ 

Posted by - October 15, 2022 0
ବୌଦ୍ଧ : (ଚିତ ରଞ୍ଜନ ସିଂ) ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ସଦରମହକୁମା ଠାରେ ଶୁକ୍ରବାର ନୂତନ ହାଟ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।

Posted by - April 18, 2022 0
ବଙ୍ଗୋମୁଣ୍ଡା : (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଭାଲୁମୁଣ୍ଡା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଆଠ ଦିନିଆ ଆତ୍ମ…

ନିଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ପ୍ରକୃତ ଆଦିବାସୀ ଚିହ୍ନଟ ପ୍ରମାଣ ପତ୍ର ଦେବାକୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର,

Posted by - June 3, 2022 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ନିଖିଳ ଭାରତୀୟ ଭତରା ବିକାଶ ପରିଷଦ ପକ୍ଷରୁ ପ୍ରକୃତ ଆଦିବାସୀ ଚିହ୍ନଟ କରା ଯାଇ ପ୍ରମାଣ ପତ୍ର ଦେବାକୁ ଜିଲ୍ଲାପାଳ ଙ୍କୁ ନବରଙ୍ଗପୁର…

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ

Posted by - October 2, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ…

Leave a comment

Your email address will not be published.