ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ

92 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଆଗାମୀ ୨୩ ତାରିଖ ଯାଏଁ ସୋନପୁର ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମକୁ ବୁଲି ଏହି ରଥ ଲୋକଙ୍କ ନିକଟକୁ ପରିବାର ନିୟୋଜନ ସେବା ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବ।

ଏଠାରେ ସୂଚନାଯୋଗ୍ୟ ଯେ ୨୭ ଜୁନରୁ ୧୦ ଜୁଲାଇ ଯାଏଁ ଜନସଂଖ୍ୟା ସଚେତନତା ପକ୍ଷ ଓ ୧୧ ଜୁଲାଇରୁ ୨୪ ଜୁଲାଇ ଯାଏଁ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ କରାଯାଉଛି। ସ୍ଥିରତା ପକ୍ଷରେ ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ର ସମେତ ଏହା ଅଧିନସ୍ଥ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ସ୍ଵାସ୍ଥ୍ୟ ଉପକେନ୍ଦ୍ର ତଥା ଆଶାକର୍ମୀଙ୍କ ସ୍ତରରେ ବିଭିନ୍ନ ପ୍ରକାର ପରିବାର ନିୟୋଜନ ସେବା ମାଗଣାରେ ପହଞ୍ଚାଇବାକୁ ଯୋଜନା ରହିଛି।

ଆଜି ସଚେତନତା ରଥ ଗଡିବା ସମୟରେ ଡାକ୍ତର ରାମଶଙ୍କର ତ୍ରିପାଠୀ, ବିପିଏମ ପ୍ରିୟ ରଂଜନ ସାହୁ, ବିଏଏମ ସୁଜିତ ସାହୁ, ମହିଳା ସ୍ଵାସ୍ଥ୍ୟ ପରିଦର୍ଶକ ଏଡିଥ୍ ଖାଲକୋଙ୍କ ସମେତ ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିଲେ।

 

Related Post

ମୟୁରଭଞ୍ଜ ଜିଲ୍ଲାରେ ୭୧ତମ ସାଧାରଣତନ୍ତ୍ର ଦିବସ ବାରିପଦା ପ୍ୟାରେଡ଼ ପଡ଼ିଆ ଠାରେ ପାଳିତ

Posted by - January 26, 2020 0
ମୟୂରଭଞ୍ଜ (ସୀତାରାମ ଦୀକ୍ଷିତ) 26/01 ସାରା ଦେଶରେ ୭୧ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପ୍ୟାରେଡ଼…

ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

Posted by - December 8, 2019 0
ରଡା ବ୍ଲକ ଅଧିନ ଭାଲିଡିହା ପଞ୍ଚାୟତ  କେନ୍ଦୁଛାଟିଆ  ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର।ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର । ଗାଁର ଲୋକମାନଙ୍କ ମଧ୍ୟରୁ କିଏ  ଧାନବିଲରୁ ଫେରୁଥିବା…

କରୋନା ଅପଡେଟ ବିଷୟରେ ସୂଚନା ଦେଲେ ମୁଖପାତ୍ର ସୁବ୍ରତ ବାଗଚୀ

Posted by - June 11, 2020 0
ଭୁବନେଶ୍ୱର : ଆଗକୁ ଗଣପର୍ବ ରଜ ଥିବାରୁ ନୂଆ ପୋଷାକ କିଣିବାକୁ ବଜାରରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନେ କରୋନା ପାଇଁ ଜାରି ସାମାଜିକ…

ଫର୍ଜରି କରି ଲୋକଙ୍କ ନାଁ ରେ କରାଯାଉଛି ପଟ୍ଟା, ଜମି ଦଲାଲ ରେକେଟ ସକ୍ରିୟ,ବିଭାଗୀୟ କର୍ମଚାରି ସନ୍ଦେହ ଘେରରେ

Posted by - July 18, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଜଣେ ମଣିଷର ଗୋଟିଏ ଇଚ୍ଛା ଥାଏ ସେ କିଛି କରି ପାରୁ ନ ପାରୁ ଜାଗା ଖଣ୍ଡିୟେ କରିଦେଲେ ଜୀବନର ଗୋଟିଏ…